ମଦ ନିଶାରେ ମଣିଷ କଣ କଣ କାମ କରେ, ଏହା ତ ସବୁ ଲୋକମାନେ ଜାଣିଥିବେ | କିନ୍ତୁ ଛତିଶଗଡ଼ର କୋରବାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ମଦ ନିଶାରେ ଦୁଇଜଣ ଯୁବକ ବିଷାକ୍ତ ସାପ ହିଁ ଖାଇ ପକାଇଲେ | ବିଷାକ୍ତ ସାପ ଖାଇବାପରେ ଦୁଇ ଯୁବକଙ୍କ ଅବସ୍ଥା ବିଗିଡ଼ିଗଲା | ଏହାପରେ ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା | ଯେତେବେଳେ ସେମାନଙ୍କୁ ସାପ ଖାଇବାର କାରଣ ପଚରାଗଲା, ସେତେବେଳେ ସେମାନେ ଯେଉଁ ଉତ୍ତର ଦେଲେ, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ |
କଣ ରହିଛି ମାମଲା :-
ଘଟଣାଟି କୋଟୱାଲି ଥାନା ଅଂଚଳର ଦେବାଂଗନ ପାରା ଅଞ୍ଚଳର ଇନ୍ଦିରା ନଗର ମୋହଳଲେର ଅଟେ | ମିଡ଼ିଆ ରିପୋର୍ଟସ ଅନୁଯାୟୀ ଏଠାରେ ରହୁଥିବା ସୁନ୍ଦର ଆନନ୍ଦଙ୍କ ଘରୁ ସାପ ବାହାରିଲା | ସୁନ୍ଦର ଆନନ୍ଦ ସାପକୁ ମାରିଦେଲେ ଏବଂ ତାକୁ ଜଳାଇ ଘର ବାହାରେ ରାସ୍ତାରେ ଫିଙ୍ଗି ଦେଲେ |
ଏହାପରେ ମଦ ନିଶାରେ ଥିବା ଦୁଇଜଣ ଯୁବକ ରାଜୁ ଜଂଗଡେ ଏବଂ ହିତେନ୍ଦ୍ର ଆନନ୍ଦ ସେହି ରାସ୍ତା ଦେଇ ଯାଉଥିଲେ | ସେମାନେ ରାସ୍ତାରେ ସାପ ପଡିଥିବାର ଦେଖି ଖାଇଦେଲେ | ବିଷାକ୍ତ ସାପକୁ ଖାଇବାଦ୍ୱାରା ଦୁହିଁଙ୍କର ଅବସ୍ଥା ବିଗିଡି ଗଲା, ଯାହାପରେ ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସାପ ଖାଇଥିବା ଜଣେ ଯୁବକ ହିତେନ୍ଦ୍ରଙ୍କୁ ଯେତେବେଳେ ଏହାର କାରଣ ପଚରାଗଲା, ସେତେବେଳେ ସେ କହିଲେ ଯେ ତାଙ୍କ ବସ୍ତିରେ ସାପ କାମୁଡ଼ିବାରୁ ଅନେକ ଲୋକ ମରିଗଲେ ଏବଂ ଲୋକମାନେ ସାପ ପାଇଁ ବହୁତ ହଇରାଣ ହେଉଛନ୍ତି ଏବଂ ଚିନ୍ତିତ ଅଛନ୍ତି | ଏହି ରାଗରେ ସେ ଯେତେବେଳେ ସାପକୁ ଦେଖିଲେ ସେତେବେଳେ ତାକୁ ଖାଇଦେଲେ, ଯେପରିକି ସେ ଆଉ କାହାକୁ ବି ନିଜର ଶିକାର କରିପାରିବ ନାହିଁ |
ବହୁତ ବିଷାକ୍ତ ହୋଇଥାଏ ସେହି ସାପ :-
କୁହାଯାଉଛି ଯେ ଯେଉଁ ସାପକୁ ସେହି ଦୁଇଜଣ ଯୁବକ ଖାଇଥିଲେ, ତାହା ଦେଶର ସବୁଠାରୁ ବିଷାକ୍ତ ସାପମାନଙ୍କ ମଧ୍ୟରୁ ଗୋଟିଏ ଅଟେ | ଏହା ଭାରତ ବ୍ୟତୀତ ବାଙ୍ଗଲାଦେଶ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡିକରେ ମିଳିଥାଏ | ଏହି ସାପ ପତଳା ଏବଂ କଳା ରଙ୍ଗର ହୋଇଥାଏ | ଏହାର ଶରୀର ଉପରେ ଧଳାରଙ୍ଗର ଗାର ଥାଏ | ଏହି ସାପ ବିଷ ନଥିବା ଛୋଟ ସାପ, ମୂଷା ଏବଂ ବେଙ୍ଗକୁ ନିଜର ଶିକାର କରିଥାଏ | ଜୈବ ବିବିଧତା ପାଇଁ ଏହି ସାପ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ | ବର୍ଷାଋତୁରେ ଦେଶର ଗ୍ରାମାଞ୍ଚଳରେ ପ୍ରାୟତଃ ଏହି ସାପ ଦେଖାଯାଇଥାଏ |