ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ପଢୁଥିବା ବେଳେ ଉଡିଗଲା ହୋସ ଆଉ ତାପରେ…

ପାଠ ପଢ଼ୁଥିବା ବେଳେ ହଠାତ୍ ଉଡିଗଲା ହୋସ। ଆଉ ତଳେ ପଡ଼ି ଯାଇଥିଲେ ଦୁଇଜଣ ଛାତ୍ରୀ। କେହି କିଛି ଏହା ଜାଣି ପାରିଲେ ନାହିଁ କି ସେମାନଙ୍କୁ କଣ ହେଲା ।ସମସ୍ତେ ତାଙ୍କ ଉପରେ ପାଣି ଆଣି ଛାଟିଲେ ହେଲେ ତଥାପି ତାଙ୍କର ଫେରିଲାନି ଚେତା। ବାରକୋଟ ବ୍ଲକ କନ୍ଦଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ କିଛି ଏଭଳି ଢଙ୍ଗରେ ଗୁରୁତର ହୋଇ ପଡ଼ିଛନ୍ତି।ଗୁରୁତର ହୋଇଥିବା ଦୁଇଜଣ ଛାତ୍ରୀ ହେଉଛନ୍ତି ଜାଗୃତି ସାହୁ ଓ ପ୍ରିୟଙ୍କା ଦଳ। ରିପୋର୍ଟ ହିସାବରେ ଗୁରୁବାର ଦିନ ପ୍ରାୟ ଦଶଟା ବେଳେ ଘରୁ ବିଦ୍ୟାଳୟ କୁ ଆସିବା ବେଳେ ସେମାନେ ସଂପୂର୍ଣ୍ଣ ଭାବରେ ସୁସ୍ଥ ଥିଲେ।

ଏହାପରେ ସେମାନେ ସ୍କୁଲ୍ ରେ ପହଞ୍ଚି ପାଠ ପଢୁଥିଲେ ହେଲେ ହଠାତ୍ ଚେତା ଶୂନ୍ୟ ହୋଇ ଯାଇଥିଲେ। ଆଉ ଯାହାକୁ ଦେଖିବା ପରେ ଅନ୍ୟ ଛାତ୍ରୀ ମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଭୟଭୀତ ହୋଇ ଯାଇଥିଲେ।ସ୍କୁଲ୍ ର ଶିକ୍ଷକ ଶିକ୍ଷୟିତ୍ରୀ ତୁରନ୍ତ ଦୁଇଜଣ ଛାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନା ରେ ଭର୍ତ୍ତି କରାଇ ଥିଲେ। ଏହାପରେ ତାଙ୍କର ପରିବାର ଲୋକଙ୍କୁ ସୁଚନା ଦେଇଥିଲେ। ତେବେ ଉଭୟଙ୍କର ଛାତିରେ ଯନ୍ତ୍ରଣା ହେବା ସହ ଉଭୟ ଗୁରୁତର ହୋଇ ପଡିବା କଥା କୁହା ଯାଉଛି। ପ୍ରଥମେ ଜାଗୃତି ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ଦେଖି ପ୍ରିୟଙ୍କା ମଧ୍ୟ ଗୁରୁତର ହୋଇ ପଡ଼ିଥିଲେ।

ଅଚେତ ଥିବାରୁ ତାଙ୍କୁ କନ୍ଦଳ ସ୍ଥିତ ଏକ ଘରୋଇ ମେଡିକାଲ ରେ ଭର୍ତ୍ତି କରାଯାଇ ଥିଲା।ତାଙ୍କର ସ୍ବାସ୍ଥ୍ୟ ଗୁରୂତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିଲା। କୌଣସି କାରଣରୁ ମାନସିକ ଚାପ ପଡ଼ିଲେ କି ଭୟଭୀତ ହେଲେ ଏଭଳି ହୋଇଥାଏ।ସେମାନଙ୍କର ଚିକିତ୍ସା ମଧ୍ଯ ଜାରୀ ରହିଥିବା କହିଛନ୍ତି ଶିଶୁ ବିଶେଷଜ୍ଞ। ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ ।

Leave a Comment