ସତରେ ଏଇ ଜୀବନ କୁ ଭରସା ନାହିଁ, କେତେବେଳେ କାହା ସହ ଯେ କଣ ଘଟିଯିବ କେହି ବି ଜାଣି ନାହାନ୍ତି, ପ୍ରକୃତ ଆଉ ଭଗବାନ୍ ଙ୍କ ଇଚ୍ଛା ରେ ଏଇ ସୃଷ୍ଟି ପରିଚାଳତ, ୧୫ ବୟସ ର କୁନି ପିଲା ରାଜା ଓରଫ ଜ୍ୟୋତି ପ୍ରକାଶ ବେହେରା ଙ୍କ ଜୀବନ ଆରମ୍ଭ ହେଉ ହେଉ ଲିଭି ଗଲା, ଦାୟୀ କିଏ?? ସ୍ମାର୍ଟ୍ ସିଟି ବୋଲାଉଥିବା ଭୁବନେଶ୍ୱର ବିଏମସି ର ପୂର୍ବତନ ମେୟର ଅନନ୍ତ ନାରାୟଣ ତ ସିଧା ସିଧା କହିଦେଲେ କି ଏହା ଦେବ୍ୟ ଦୁର୍ବିପାକ ଆଉ ସରକାର ବି ୪ ଲକ୍ଷ୍ୟ ଟଙ୍କା ଦେଇଦେଲେ ରାଜା ର ପରିବାର କୁ,
କଣ ଗୋଟେ ଜୀବନ ର ମୂଲ୍ୟ ୪ ଲକ୍ଷ? ସରକାର ନିଜ ଦୋଷ ଲୁଚାଇବାକୁ ଅନୁକମ୍ପା ଦେବେ ୪ ଲକ୍ଷ? ମାଆ ଠୁ ପୁଅ କୁ ନେଇଗଲା ପରେ କହିବେ ଦୁର୍ବିପାକ ରୁ ଏମିତି ହେଲା? ଧନ୍ୟ ରେ ସରକାର, ଏପଟେ ନବୀନ ବାବୁ ଦେଶ ରେ ବାଃ ବାଃ ନଉଛନ୍ତି ଭୁବନେଶ୍ଵର କୁ ସ୍ମାର୍ଟ ସିଟି ର ଆଖ୍ୟା ଦେଇ ହେଲେ ଏଠି ନାଳ ରେ ପଡ଼ି ପିଲା ମରୁଛନ୍ତି,
ଆଉ କଣ ଫରକ୍ ରହିଲା ତାହାଲେ, କଣ ସ୍ମାର୍ଟ ସିଟି ରେ ନାଳ ବି ମିଶିକି ଥାଏ କି, ଜାଣି ହେଉନି କିଏ ଚୟନ କର୍ତା ଯେଉଁମାନେ ଏମିତି ସ୍ମାର୍ଟ ସିଟି ଚୟନ କରିଛନ୍ତି, ତେବେ ରାଜା ର ପରିବାର ଏବେ କାନ୍ଦି କାନ୍ଦି ଆଖିରୁ ଲୁହ ସୁଖୁନି, ଅଛି ସେଇ ବହି, ସେଇ ବ୍ୟାଗ, ସେଇ ଖାତା ଯାହା ଏବେ ବି ଦେଖିଲେ ହୃଦୟ ରୁ କୋହ ଆସି ଯାଉଛି
ସରକାର ଙ୍କ ଅପାରଗତା ଲାଗି ନିରୀହ ପିଲା ର ଜୀବନ ପଳେଇଲା ହେଲେ ଏଠି କେହି ଦୋଷ ମାନିବାକୁ ନାରାଜ, ସରକାର୍ ଙ୍କୁ ଅନୁରୋଧ ସେ ନାଳ ର ଉପଯୁକ୍ତ ବ୍ୟବସ୍ତ କରନ୍ତୁ ଯେପରି ଆଉ କେଉ ରାଜା ର ଜୀବନ ନ ଯାଉ
ଗୋଟେ ମା କୋଳ ରୁ ଛୁଆ ନେଇ ତାକୁ ୪ ଲକ୍ଷ ଦେଇଦେଲେ ସେ ଚୁପ୍ ରହିଯିବ କି? ମାଆ ଆଉ ପୁଅ ର ସମ୍ପର୍କ ମୂଲ୍ୟ କଣ ୪ ଲକ୍ଷ?? ଧିକ ତମେ ସରକାର୍….