ଜଙ୍ଗଲ ରାଜା ଙ୍କ ପରବର୍ତ୍ତୀ ଶିକାର କିଏ???

ସୌମ୍ୟ ଘଟଣା ଆମେ ଆରମ୍ଭରୁ ଚର୍ଚ୍ଚା କରି ଆସୁଚେ କି ଏହା କେବେ ବି ଏକ ଦୁର୍ଘଟଣା ନୁହେଁ ,ଏହା ସୁପରିକଳ୍ପିତ ହ-ତ୍ୟା, ତେବେ କ୍ରାଇମ୍ ବ୍ରାଞ୍ଚ ଏବେ ସୁପ୍ତ ଅଛି କି ତଦନ୍ତ କରୁଛ ତାହା କେବଳ ସେ ହିଁ ଜାଣିଛନ୍ତି ତେବେ ୟା ଭିତରେ ବହୁତ୍ ନୂଆ ନୂଆ କଥା ସାମ୍ନା କୁ ଆସୁଛ ଯେମିତି DFO ଙ୍କ ରାତ୍ର ଜଗୁଆଳି ପୋଲିସ ରେ ଅଭିଯୋଗ କରିଛନ୍ତି ତାଙ୍କୁ ବିନା କୌଣସି କାରଣ ରେ ଚାକିରିରୁ ବାହାର କରା ଯାଇଛି କେବଳ ତାଙ୍କୁ ନୁହଁ ତାଙ୍କ ସହ ଆଉ ୫ ଜଣ କର୍ମୀ ବି ବାହାର ହେଇଥିଲେ, DFO ଙ୍କ ମନମୁଖୀ ଶାସନ ରେ ସମସ୍ତେ ଯେପରି ଅତିଷ୍ଟ ହେଇପଡ଼ିଛନ୍ତି

ତେବେ DFO ଯଦି ଏତେ ଦୟାବାନ୍ ଆଉ ଏତେ ପରୋପ କାରୀ ମଣିଷ ଆଉ ଆମେ ବି ଜାଣିଛୁ ସେ କେତେ ପରୋପକାରୀ ଆଉ ଦୟାବାନ୍ ଯେ ସେଦିନ ମୃ-ତ୍ୟୁ କାଳୀନ ଜମାନ୍ ବନ୍ଦୀ ରେ ଯେଉଁ ଲୋକ ବସିଥିଲା ଆଉ କହୁଥିଲା କିଣି ଷ୍ଟାଫ ଲାଗି ମୁ ଗାଡ଼ି ପଠେଇଲି ଆଉ ଉପରିସ୍ଥ ଅଫିସର ହିସାବ ରେ ତାଙ୍କ ସହ ଯାଇଥିଲି ଯଦି ଏତେ ଦୟା ତମର ସୌମ୍ୟ ଙ୍କ ପ୍ରତି ଥିଲା ତାହାଲେ କେତେ ଥର ଯାଇଚ ସୌମ୍ୟ ଙ୍କ ଘରକୁ ନ ତାଙ୍କ ଶେଷ କୃତ୍ୟ କୁ ଆରେ DFO ଙ୍କ କଥା ଛାଡ ନିଜେ ପତ୍ନୀ ବିଦ୍ୟା ଭାରତୀ ସ୍ବାମୀ ଙ୍କ ଶେଷ କୃତ୍ୟ ରେ ଯୋଗ ଦେଲେନି ଆଉ DFO ଙ୍କୁ କିଏ ପଚାରେ

ତେବେ ସବୁ ଏବେ ସନ୍ଦେହ କରୁଛନ୍ତି ଯେହେତୁ DFO ଜଣେ ମାଫିଆ ଙ୍କ ସହ ଲିଙ୍କ ଥିବା ଲୋକ ଆଉ ଯାହା ଙ୍କ ଜ୍ଞାତ ସାର ରେ ଏସବୁ କାଠ ଚୋରା ଚାଲାଣ ହେଇ କୋଟି କୋଟି ଟଙ୍କା ରେ ବିକ୍ରି ହେଉଥିଲା ତାହାକୁ ହୁଏତ ସୌମ୍ୟ ବିରୋଧ କରିଥିବେ ଆଉ DFO ଙ୍କ ରୋଷ ର ଶିକାର ହୋଇଥିବେ ଆଉ ଏହା ଭିତରେ ସୌମ୍ୟା ଙ୍କ ସ୍ତ୍ରୀ ସହ DFO ଙ୍କ ଭାବ ପିରତି ହେଇ ଯାଇଥିବ ଯାହା ସୌମ୍ୟ ଙ୍କ ପରିବାର ଲୋକ ସିଧା ସଳଖ ଆରୋପ ଲଗାଇଛନ୍ତି ଆମେ କହୁନୁ ,ତେବେ ଏହିପରି ଭାବେ ସୌମ୍ୟ ଙ୍କୁ ମାରି ଗୋଟେ ଗୁଳି ରେ ଦୁଇ ଦୁଇଟା ଶିକାର କରି ନାହାନ୍ତି ତ DFO??

ଏଥିରେ ଜଙ୍ଗଲ ମନ୍ତ୍ରୀ ଙ୍କ ଭୂମିକା ନିହାତି ସନ୍ଦେହ ଜନକ ଆଉ ହଁ ବିଦ୍ୟା ଙ୍କ ନାମ ରେ ଧାରା ୩୦୨ ଲାଗିଛି , ଜଣେ ହ-ତ୍ୟା ଆରୋପ ଲାଗିଥିବା ସାଧାରଣ ଝିଅ ଏବେ ଆରାମ ରେ ଘରେ ବସିଛି ଆଉ ବାବୁ ମାନେ ଘରକୁ ଯାଇ ବୟାନ ନେଉଛନ୍ତି , ଆଜ୍ଞା ଏଇ ପୋଷ୍ଟ ବିପୁଳ ସେୟାର କରି ଟିକେ ଭାଇରାଲ୍ କରିବେ , କାରଣ ହୁଏତ ଏଇ ପୋଷ୍ଟ ପଢ଼ିଲେ ବଡ଼ ବଡିଆ ବାବୁ ଙ୍କ ନିଦ ଭାଙ୍ଗିବ

ଆପଣ ଙ୍କୁ କଣ ଲାଗୁଛି ନ୍ୟାୟ ମିଳିବ?? ହଁ ଯେମିତି ଆଦିତ୍ୟ ଆଉ ବେବିନା ଆଉ ଦୁଷ୍ମନ୍ତ ଙ୍କୁ ଆମ ସରକାର ନ୍ୟାୟ ଦେଲେ ସେମିତି ମିଳିବ , ଭଗବାନ୍ କରନ୍ତୁ ପ୍ରକୃତ ଦୋଷୀ ଧରା ପଡୁ , ସତରେ ଘୋର କଳି ଯୁଗ

 

 

 

Leave a Comment

Your email address will not be published. Required fields are marked *

Scroll to Top