ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି କଥା ଜାଣିବା ସହ ଏଭଳି ପ୍ରେମୀ ଯୁଗଳଙ୍କୁ ଜାଣିପାରିବେ ଯେଉଁମାନେ ପ୍ରେମ କରି ଘରୁ ପଳେଇ ଆସିଥିଲେ । ସେମାନେ ପୋଲିସ ଷ୍ଟେସନରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ପାଇପାରିବେ । ଏହି ପ୍ରେମିକ ଆଉ ପ୍ରେମିକା ରଙ୍ଗ ନମ୍ବରରେ କଥା ହୋଇ ଭଲ ପାଇଥିଲେ । ଆଉ ସେମାନେ ଆଜିକୁ ୮ ମାସ ହେବ ଭଲ ପାଇଥିଲେ ଆଉ ଏବେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ବାଜା ମହୁରୀ ବାଜୁଛି ଆଉ ବାହାଘର ହେଉଛି । ମନ୍ଦିର ପରିସରରେ ବାହାର ହେଉଛି ଆଉ ସେଠାରେ ଲୋକମାନେ ବେଶି ନାହାଁନ୍ତି । ସେମାନେ ଯେଉଁଠାରେ ବିବାହ କରୁଛନ୍ତି ସେଠାରେ ଲୋକ ସମାଗମ ନାହିଁ । ପୋଲିସ ମାଧ୍ୟମରେ ଏହି ଯୁବକ ଆଉ ଯୁବତୀଙ୍କ ବିବାହ ହେଲା । ଘରେ ଟିକେ ରାଜି ନ ହେବାରୁ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ ।ଏହି ଯୁବକ ଜଣକ ହେଉଛନ୍ତି ମଣ୍ଟୁ ବାରିକ । ଆଉ ସେ ଫେସବୁକରୁ ଯୁବତୀ ଜଣଙ୍କର ନମ୍ବର ପାଇଥିଲେ । ଆଉ ପରସ୍ପରଙ୍କ ସହିତ କଥା ହୋଇ ତାଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଆଉ ଏହି ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା । ପ୍ରେମିକ ଜଣକ ଅକ୍ଟୋବର ୧୪ ତାରିଖ ଦିନ ପ୍ରେମିକା ଜଣଙ୍କୁ ତାଙ୍କ ଘରୁ ନେଇ ଆସିଥିଲେ ।
ସେମାନେ ଦୁହେଁ ଆସି ଯୁବକ ଜଣଙ୍କ ଘରେ ଥିଲେ । ଆଉ ସେମାନେ ବିବାହ କରିନଥିଲେ ସେଥିପାଇଁ ଏବେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବୋଦେଇକଳା ପଞ୍ଚାୟତ ଗୁଣ୍ଡୁରିଆ ଗ୍ରାମର କୁଳମଣି ବାରିକଙ୍କ ପୁଅ ମଣ୍ଟୁ ବାରିକ । ଏହି ଯୁବତୀ ଜଣକ ବରଗଡ଼ ଜିଲ୍ଲା ସାମ୍ବବଡ଼ା ଗାଁର ମାନସୀ ବେହେରା । ଫେସବୁକରୁ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେ ଯୁବତୀ ଜଣଙ୍କୁ ନେଇ ଆସି ବିବାହ କରିନଥିଲେ । ଯୁବକ ଜଣଙ୍କର ଘରଲୋକ ଏହି ବିବାହ ପାଇଁ ସମ୍ମତି ଥିଲେ ମଧ୍ୟ ଯୁବତୀ ଜଣକ ନିଜର ସୁରକ୍ଷା ପାଇଁ ବିଶୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ବିଶୋଇ ପୋଲିସ ଉଭୟଙ୍କ କଥା ଶୁଣି ବିଶୋଇ ଶିବ ମନ୍ଦିରରେ ତାଙ୍କର ବିବାହ କରିଦେଇଥିଲେ । ଏବେ ଏହି ନିଆରା ବିବାହକୁ ନେଇ ଚର୍ଚ୍ଚା ହେଉଛି ।