ଅମର ରହିବ ଏ ପ୍ରେମ; ସ୍ୱାମୀଙ୍କ ପାଇଁ ଖୁସି ଖୁସିରେ ଦେଇଥିଲେ ଲିଭର, ସର୍ଜରୀ ପରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଅମୂଲ୍ୟ ଜୀବନ

ଲିଭର ଟ୍ରାନ୍ସପ୍ଲାଣ୍ଟ ଅସ୍ତ୍ରୋପଚାର ପରେ ସ୍ୱାମୀ ଏବଂ ସ୍ତ୍ରୀ ଉଭୟଙ୍କ ମୃତ୍ୟୁ। ଚିକିତ୍ସାରେ ଅବହେଳା ପାଇଁ ହସ୍ପିଟାଲ ବିରୋଧରେ ନୋଟିସ ଜାରି । ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରୁ ଏକ ନାମୀଦାମୀ ହସ୍ପିଟାଲ ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କର ଲିଭର ଦେଇଦେଲେ । କିନ୍ତୁ ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ଉଭୟ ସ୍ବା-ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଏନେଇ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ପୁଣେର … Read more

ବର୍ତ୍ତିବେନି ଦାଗୀ ନେତା: ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା କୌଣସି ନେତା; ମାସେ ଜେଲରେ ରହିଲେ ହରାଇବେ ପଦବୀ

ସଙ୍ଗୀନ ଅପରାଧ ମାମଲାରେ ଗିରଫ ହେଲେ ଯିବ ପଦବୀ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ । 30 ଦିନ ପର୍ଯ୍ୟନ୍ତ ଜେଲରେ ରହିଲେ ଦେବାକୁ ପଡ଼ିବ ଇସ୍ତଫା । ନୂଆଦିଲ୍ଲୀ: ଲୋକସଭାରେ ଗୁରୁତ୍ବପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଆଗତ ହୋଇଛି । ସମ୍ବିଧାନ ସଂଶୋଧନ ବିଲ ଆଗତ କଲେ ଅମିତ ଶାହା । ସଙ୍ଗୀନ ଅପରାଧ ମାମଲାରେ ଗିରଫ ହେଲେ ଯିବ ପଦବୀ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ … Read more

ଯୁକ୍ତ ୨ ପାଠ୍ୟକ୍ରମରେ ହେଲା ପରିବର୍ତ୍ତନ, ENG-MILରେ ରହିବ ପରିବେଶ ଶିକ୍ଷା ଓ ମୂଲ୍ୟବୋଧ ଶିକ୍ଷା ବିଷୟ

୨୦୨୬ ବାର୍ଷିକ ପରୀକ୍ଷାରେ ଆସିବ ଏହି ବିଷୟରୁ ପ୍ରଶ୍ନ।  ଭୁବନେଶ୍ୱର: +୨ ପାଠ୍ୟକ୍ରମରେ ହେଲା ପରିବର୍ତ୍ତନ।  ଏଣିକି ବାଧ୍ୟତାମୂଳକ ବହିରେ ରହିବ ପରିବେଶ ଶିକ୍ଷା ଓ ମୂଲ୍ୟବୋଧ ଶିକ୍ଷା ବିଷୟ। ଆସନ୍ତା ଶିକ୍ଷା ବର୍ଷରୁ ପାଠ୍ୟକ୍ରମରେ ହେବ ସାମିଲ। ଯୁକ୍ତ ୨ ପାଠ୍ୟକ୍ରମରେ ହେଲା ସାମାନ୍ୟ ପରିବର୍ତ୍ତନ। ବାଧ୍ୟତାମୂଳକ ଇଂରାଜୀରେ ରହିବ ପରିବେଶ ଶିକ୍ଷା ବିଷୟ। ଏବଂ MILରେ ରହିବ ମୂଲ୍ୟବୋଧ ଶିକ୍ଷା। ୨୦୨୬ ବାର୍ଷିକ ପରୀକ୍ଷାରେ ଆସିବ ଏହି ବିଷୟରୁ ପ୍ରଶ୍ନ।

ଗୋଟିଏ ବିଲ ବର୍ବାଦ କରିଦେଲା 2,00,000 ଚାକିରୀ, 40000 କମ୍ପାନୀ ଓ 3,22,24,00,30,000 ଟଙ୍କା, କେମିତି ଜାଣନ୍ତୁ ଏ ରିପୋର୍ଟରେ…

ସରକାର କହିଛନ୍ତି ଯେ ଏହି ଖେଳଗୁଡ଼ିକ ଯୋଗୁଁ ଯୁବପିଢ଼ି ଏବଂ ପିଲାମାନେ ଗେମିଂ ପ୍ରତି ଆକର୍ଷିତ ହେଉଛନ୍ତି। ଅନେକ ଲୋକ ଆର୍ଥିକ ଭାବରେ ନଷ୍ଟ ହେଉଛନ୍ତି ଏବଂ ଅନେକ କ୍ଷେତ୍ରରେ ଲୋକମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ସରକାରୀ ସଂଖ୍ୟା ଦର୍ଶାଉଛି ଯେ ପ୍ରତିବର୍ଷ ପ୍ରାୟ 45 କୋଟି ଲୋକ ଅନଲାଇନ୍ ମନି ଗେମ୍ ଖେଳନ୍ତି ଏବଂ ପ୍ରାୟ 20,000 କୋଟି ଟଙ୍କା ହରାଇଥାନ୍ତି। ଏହି କାରଣରୁ ସରକାର ଏହାକୁ ବନ୍ଦ କରିବା ପାଇଁ ଏକ ଆଇନ … Read more

ଛତୁରେ ମର୍ଡର! ଶାଶୁଘର ଲୋକଙ୍କୁ ଡିନରରେ ଡାକି ମାରିଦେଲା ରାକ୍ଷସୀ ବୋହୂ

ବିଷ ଛତୁ ଦେଇ ଶାଶୁଘର ପରିବାରକୁ ମାରିଦେଲା ବୋହୂ । ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜଣେ ବୋହୂ ତାଙ୍କ ଶାଶୁ, ଶ୍ୱଶୁର ଏବଂ ତାଙ୍କ ସ୍ୱାମୀଙ୍କ କାକା ଏବଂ ମାଉସୀଙ୍କୁ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ସେ ଛତୁ ସହିତ ଏକ ଖାଦ୍ୟ ପ୍ରସ୍ତୁତ କରିଥିଲେ । ସମସ୍ତେ ଏହାକୁ ବହୁତ ସ୍ୱାଦର ସହିତ ଖାଇଥିଲେ । କିନ୍ତୁ ଖାଇବାର କିଛି ଦିନ ମଧ୍ୟରେ ତାଙ୍କ ଶାଶୁ, ଶ୍ୱଶୁର ଏବଂ ମାଉସୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ସ୍ୱାମୀଙ୍କ … Read more

ସନ୍ୟାସ ନିଷ୍ପତ୍ତି ପରେ ପୁଣି ମୈଦାନକୁ ଫେରିବାକୁ ଘୋଷଣା କରିଛନ୍ତି ଏହି ଡ୍ୟାସିଂ ଖେଳାଳୀ, ପୁଣି ଦେଖିବାକୁ ମିଳିବ ଜଲଓ୍ବା

ଡେନ୍ ଭାନ୍ ନିକେର୍କ ଏବେ କ୍ରିକେଟ୍ ପଡ଼ିଆକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ଡେନ୍ ଭାନ୍ ନିକେର୍କ ମାର୍ଚ୍ଚ 2023 ରେ ତାଙ୍କର ଅବସର ଘୋଷଣା କରିଥିଲେ । ଏବେ ସେ ଅବସରରୁ ଫେରିବା ଘୋଷଣା କରିଛନ୍ତି ଏବଂ ତାଙ୍କୁ ଦକ୍ଷିଣ ଆଫ୍ରିକାର ପ୍ରଶିକ୍ଷଣ ଶିବିରର ଏକ ଅଂଶ କରାଯାଇଛି । ଏପରି ପରିସ୍ଥିତିରେ, ଆଗାମୀ ସମୟରେ ଦକ୍ଷିଣ ଆଫ୍ରିକା ଦଳ ପାଇଁ ଖେଳିବା ପାଇଁ ତାଙ୍କର ଆଶା ବଢ଼ିଯାଇଛି । … Read more

ସତର୍କ ଘଣ୍ଟି! ସକାଳ 7ଟାରୁ 11ଟା ମଧ୍ୟରେ ହୃଦଘାତର ଆଶଙ୍କା ସର୍ବାଧିକ, ହୃଦରୋଗ ବିଶେଷଜ୍ଞଙ୍କଠୁ ଜାଣନ୍ତୁ ମତ

ଏହି କାରଣ ପାଇଁ ଅଧିକ ହୁଏ ହାର୍ଟ ଆଟାକ୍ । ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, 2022 ମସିହାରେ ପ୍ରାୟ 19.8 ନିୟୁତ ଲୋକ ହୃଦରୋଗ ଜନିତ ରୋଗରେ ମୃତ୍ୟୁବରଣ କରିଥିଲେ, ଯାହା ବିଶ୍ୱ ସ୍ତରରେ ମୋଟ ମୃତ୍ୟୁର ପ୍ରାୟ 32% । ଏହି ମୃତ୍ୟୁ ମଧ୍ୟରୁ 85% ହୃଦଘାତ ଏବଂ ଷ୍ଟ୍ରୋକ ଯୋଗୁଁ ହୋଇଥିଲା। ହୃଦଘାତ ସେତେବେଳେ ହୁଏ ଯେତେବେଳେ ରକ୍ତ ଏବଂ ଅମ୍ଳଜାନ ହୃଦୟକୁ ବହନ କରୁଥିବା ଧମନୀରେ ଅବରୋଧ ହୁଏ । … Read more

ସଞ୍ଜୁ ସାମସନଙ୍କ ଜର୍ସିରେ କାହିଁକି ଲେଖାଯାଇଛି DHONI? କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଚର୍ଚ୍ଚାରେ ସଞ୍ଜୁ ସାମସନଙ୍କ ଜର୍ସି । ନୂଆଦିଲ୍ଲୀ: କେରଳ କ୍ରିକେଟ୍ ଲିଗ୍ (KCL) 2025 ରେ ଭାରତୀୟ କ୍ରିକେଟ୍ ଷ୍ଟାର ସଞ୍ଜୁ ସାମସନ ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି । ଅଗଷ୍ଟ 25 ତାରିଖରେ ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ କୋଚି ବ୍ଲୁ ଟାଇଗର୍ସ ପାଇଁ ଖେଳି ସେ ଏକ ଝଡ଼ମୟ ଇନିଂସ ଖେଳି ଶତକ ହାସଲ କରିଥିଲେ । ଏହି ମ୍ୟାଚରେ ତାଙ୍କ ଦଳ ଶେଷ ବଲରେ ମଧ୍ୟ ବିଜୟୀ ହୋଇଥିଲା। ଏହି ସମୟରେ ସଞ୍ଜୁଙ୍କ … Read more

ସାବଧାନ! ଆସୁଛି ଆଉ ଏକ ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ

୨୯ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ଭୁବନେଶ୍ବର: ରାଜ୍ୟର କିଛି ଜିଲ୍ଲାରେ ଅନବରତ ବର୍ଷା ଲାଗି ରହିଛି । କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖାଯାଇଛି । ଏହାରି ଭିତରେ ପାଣିପାଗ ବିଭାଗ ପକ୍ଷରୁ ତାଜା ଅପଡେଟ ସାମ୍ନାକୁ ଆସିଛି । ୪୮ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ ପ୍ରଭାବରେ ୨୯ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲି … Read more

Breaking: କ୍ୟାବିନେଟରେ ପାରିତ ହେଲା 4 ପ୍ରସ୍ତାବ, ଇଲେକ୍ଟ୍ରୋନିକ୍‌ ଓ ଆଇଟି ବିଭାଗର ରହିଛି ୨ଟି

ଲୋକସେବା ଆୟୋଗର ୩ ସଦସ୍ୟଙ୍କ ନିଯୁକ୍ତି ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ । ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ୨୪ ତମ  ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେ ମୋଟ ୩ ଟି ବିଭାଗର ୪ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ ମିଳିଛି । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଅନୁମୋଦନ ମିଳିଥିବା 4ଟି … Read more