ଚାଷୀଙ୍କ ଖାତାକୁ ମୋଦୀ ପଠାଇଲେ ୨ ହଜାର ଟଙ୍କା, ଶୀଘ୍ର ଆକାଉଣ୍ଟ ଚେକ୍ କରନ୍ତୁ

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି।

ନୂଆଦିଲ୍ଲୀ: ଶୀଘ୍ର ଯାଇ ଆକାଉଣ୍ଟ ଚେକ୍ କରନ୍ତୁ।  ଚାଷୀଙ୍କ ଖାତାକୁ ଆସି ସାରିଲାଣି ପିଏମ୍ କିଷାନ ଟଙ୍କା। ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା। ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି। ଏହି ଯୋଜନାରେ ମୋଟ୍ ୯ କୋଟି ୭୦ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି। ଆଉ ଓଡ଼ିଶାରୁ ବିଶେଷ କରି ୩୪ ଲକ୍ଷ ୮୫ ହଜାର ୮୮୧ ଜଣ ଚାଷୀ ଉପକୃତ ହେଉଛନ୍ତି।

Leave a Comment