“ମଲା ପରେ ପ୍ରେମିକ ପାଖକୁ ଫୋନ୍ କଲ୍ କରୁଛି ଶବ”, ଆଶ୍ଚର୍ଯ୍ୟ ଘଟଣା

ମଧ୍ୟପ୍ରଦେଶ: ଶବ କରୁଛି ଫୋନ୍ କଲ୍। ଡ଼ରି ଗଲେକି, ନା ଆଶ୍ଚର୍ଯ୍ୟ ହୋଇଗଲେ। କାରଣ କଥା ଟି ହିଁ ସେମିତି। ମଲା ପରେ ଶବ ପାଖରେ ଫୋନ୍ କେଉଁଠୁ ଆସିବ ଆଉ ସେ କଲ୍ କେମିତି କରିବ, ଏହି କଥା ନିଶ୍ଚିତ ଭାବରେ ମନକୁ ଆସୁଥିବ।

କିନ୍ତୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ବ୍ୟକ୍ତି ଜଣକ ମରିଯିବା ପରେ ତାଙ୍କ ପ୍ରେମିକାଙ୍କ ପାଖକୁ ଫୋନ୍ କଲ୍ କରି କଥା ହୋଇଥିଲେ।  ଆଉ ଏପରି କଥା ଖୋଦ୍ ପୋଲିସର ତଦନ୍ତରୁ ଜଣାପଡିଛି।  ହେଲେ ଆଉ ସସପେନ୍ସ ଭିତରେ ନରହି ଆସନ୍ତୁ ପୂରା ଘଟଣା କ’ଣ ଜାଣିବା।

ଫୋନ୍ କରୁଛି ଶବ: ମଧ୍ୟପ୍ରଦେଶ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ବାପ-ପୁଅଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଏବଂ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ପୋଲିସ କର୍ମଚାରୀମାନଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିବାକୁ କୁହାଯାଇଛି, ଯାହାକୁ ପୋଲିସ କର୍ମଚାରୀମାନେ ଯେକୌଣସି ମାମଲାର ତଦନ୍ତ କରିବା ସମୟରେ ପାଳନ କରିବେ।

କୋର୍ଟ କହିଛନ୍ତି ଯେ ଜଣେ ବ୍ୟକ୍ତି ତାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକାଙ୍କ ସହ ଫୋନରେ କିପରି କଥା ହୋଇପାରିବେ। ଏହି ଆଧାରରେ, ପୋଲିସ ତଦନ୍ତକୁ ଅବିଶ୍ୱସନୀୟ ଘୋଷଣା କରାଯାଇଥିଲା ଏବଂ ଉଭୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।

ଘଟଣା କ’ଣ: ୨୦୨୧ ମସିହା ସେପ୍ଟେମ୍ୱର ମାସ ୧୯ ତାରିଖରେ ମଧ୍ୟପ୍ରଦେଶର ମଣ୍ଡଲା ଜିଲ୍ଲାରୁ ରାଜେନ୍ଦ୍ର ନାମକ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ ଏବଂ ପରେ ତାଙ୍କ ମୃତଦେହ ମିଳିଥିଲା।

ଏହି ମାମଲାରେ ପୋଲିସ ନୈନ ସିଂହ ଧୁର୍ଭେ ଏବଂ ତାଙ୍କ ପୁଅଙ୍କୁ ହତ୍ୟା ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା। ପାଞ୍ଚ ମାସ ପରେ ପୋଲିସ କେରଳରୁ ଚେତ ସିଂହ ନାମକ ଜଣେ ଯୁବକଙ୍କୁ ଡାକି ଏହି ମାମଲାରେ ସାକ୍ଷୀ କରିଥିଲା।

ଚେତ ସିଂହ ଚାକିରି ଖୋଜିବାକୁ କେରଳ ଯାଇଥିଲେ। ଚେତ ସିଂହ କୋର୍ଟକୁ କହିଥିଲେ ଯେ ୧୯ ସେପ୍ଟେମ୍ବର ୨୦୨୧ରେ ତାଙ୍କର ବାଇକ୍ ଖରାପ ହୋଇଯାଇଥିଲା। ଆଉ ସେତିକି ବେଳେ ସେ ଦେଖିବାକୁ ପାଇଲେ ଯେ, ଦୁଇ ଜଣ ବ୍ୟକ୍ତି ଜଣଙ୍କୁ ମାରୁଛନ୍ତି।

ଆଜୀବନ କାରାଦଣ୍ଡରେ ଦଣ୍ଡିତ: ସାକ୍ଷୀ ଏବଂ ପୋଲିସ ତଦନ୍ତ ଆଧାରରେ ମଣ୍ଡଲାର ସେସନ୍ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ହେଲେ ଯେତେବେଳେ ବିଚାରପତି ବିବେକ ଅଗ୍ରୱାଲ ଏବଂ ବିଚାରପତି ଏ କେ ସିଂହଙ୍କ ଖଣ୍ଡପୀଠ ଉଭୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ପୋଲିସ କହିଥିଲା ଯେ ମୃତ ରାଜେନ୍ଦ୍ର ଏବଂ ଅଭିଯୁକ୍ତ ନୈନ ସିଂହଙ୍କ ଝିଅ ପ୍ରେମ ସମ୍ପର୍କରେ ଥିଲେ। ଏହି କାରଣରୁ ନୈନ ସିଂହ ତାଙ୍କ ପୁଅ ସହିତ ମିଶି ରାଜେନ୍ଦ୍ରଙ୍କୁ ହତ୍ୟା କରିଥିଲେ।

ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ ସେପ୍ଟେମ୍ବର ୧୯ତାରିଖରେ ରେ ନିଖୋଜ ହେବାର ୩.୪ ଦିନ ପରେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ କଲ୍ ଡିଟେଲ୍ସରୁ ଜଣାପଡ଼ିଛି ଯେ ମୃତକ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଝିଅ/ଭଉଣୀଙ୍କ ସହ କଥା ହେଉଥିଲେ।

କୋର୍ଟ କ’ଣ କହିଛନ୍ତି: କୋର୍ଟ କହିଛନ୍ତି ଯେ ବିଜ୍ଞାନ ଏପର୍ଯ୍ୟନ୍ତ ଏତେ ଆଗକୁ ଯାଇନାହିଁ ଯେ ଜଣେ ବ୍ୟକ୍ତି ମୃତ୍ୟୁ ପରେ ମଧ୍ୟ ତାଙ୍କ ପ୍ରେମିକାଙ୍କ ସହ ଫୋନରେ କଥା ହୋଇପାରିବେ।

ଏହା ତଦନ୍ତର ବାସ୍ତବତା, ମିଥ୍ୟା ସାକ୍ଷୀ ଏବଂ ପୋଲିସର ପ୍ରତାରଣାପୂର୍ଣ୍ଣ କାର୍ଯ୍ୟ ପ୍ରଣାଳୀକୁ ପ୍ରକାଶ କରେ। କୋର୍ଟ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଚେତ ସିଂହଙ୍କୁ ଜୋରଜବରଦସ୍ତି ସାକ୍ଷୀ କରାଯାଇଥିଲା।

ପୋଲିସ ସେହି ଝିଅର ବୟାନ ମଧ୍ୟ ନେଇନାହିଁ ଯାହାଙ୍କ ସହ ମୃତକ ପ୍ରେମ ସମ୍ପର୍କରେ ଥିଲେ ବୋଲି କୁହାଯାଉଛି। ଝିଅକୁ ପଚରାଯାଇନାହିଁ ଯେ ସେ କାହା ସହିତ ପ୍ରେମ ସମ୍ପର୍କରେ ଅଛନ୍ତି କି ନାହିଁ।

ମୃତକଙ୍କ ପରିବାର ସଦସ୍ୟମାନେ ମଧ୍ୟ ଝିଅ ସହିତ ତାଙ୍କର ପ୍ରେମ ସମ୍ପର୍କରେ ଉଲ୍ଲେଖ କରିନାହାଁନ୍ତି ଏବଂ କୌଣସି ସ୍ଥାନରେ କୁହାଯାଇନାହିଁ ଯେ ଝିଅର ପରିବାରର ଏହି ପ୍ରେମ ସମ୍ପର୍କରେ କୌଣସି ଆପତ୍ତି ଅଛି।

ପୋଲିସ ପାଇଁ ନିର୍ଦ୍ଦେଶ: କୋର୍ଟ ମାମଲାର ତଦନ୍ତ କରୁଥିବା ଅଧିକାରୀ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ୩୦ ଦିନ ମଧ୍ୟରେ କୋର୍ଟରେ ଦାଖଲ କରିବାକୁ କୁହାଯାଇଛି।

Leave a Comment