ଆଉ କମିବନି ଆପଣ ଲୋନର EMI, RBIର ବଡ଼ ଘୋଷଣା, ରେପୋ ରେଟ୍‌ରେ ନୋ-ଚେଞ୍ଜ

ଆଉ ବଦଳିବନି ଆରବିଆଇର ରେପୋ ରେଟ୍‌, ଜାଣନ୍ତୁ ଡିଟେଲ୍ସ |

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ଏମପିସି ବୈଠକର ରେଜଲ୍ଟ ଆସିସାରିଛି ଏବଂ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏହାର ସୂଚନା ଜାରି କରି କହିଛନ୍ତି ଯେ, ଏଥର ରେପୋ ରେଟରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇ ନାହିଁ ।

ଲଗାତାର ଗତ ତିନୋଟି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ ହ୍ରାସର ଘୋଷଣା କରିଥିଲା । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଆପଣଙ୍କ ଲୋନର ଇଏମଆଇରେ କୌଣସି ପ୍ରଭାବ ପଡିବନି ଏବଂ ଏହା କମିବନି କି ଆପଣଙ୍କ ବୋଝ ବଢିବନି ।

ରେପୋ ରେଟ୍ ସିଧାସଳଖ ଆପଣଙ୍କ ଲୋନର ଇଏମଆଇରକୁ ପ୍ରଭାବିତ କରିଥାଏ । ରେପୋ ରେଟ ସେଇ ସୁଧ ଦର, ଯେଉଁଥିରେ ଆରବିଆଇ ଦେଶର ବିଭିନ୍ନ ବ୍ୟାଙ୍କକୁ ସୁଧ ଦେଇଥିଏ ଏବଂ ଏଥିରେ କମ-ବେଶୀ ସିଧା ଲୋନ ନେଇଥିବା ଗ୍ରାହକଙ୍କ ଉପରେ ପ୍ରଭାବ ପକାଇଥାଏ ।

ଆହୁରି ପଢନ୍ତୁ

କାରଣ ଯେତେବେଳେ ରିଜର୍ଭ ବ୍ୟାଙ୍କ ଏହି ରେପୋ ରେଟକୁ ହ୍ରାସ କରିବାର ନିଷ୍ପତ୍ତି ନେଇଥାଏ ସେତେବେଳେ ବ୍ୟାଙ୍କକୁ ଶସ୍ତା ଲୋନ ମିଳିଥାଏ ଏବଂ ତାହା ହୋମ ଲୋନ, ଅଟୋ ଲୋନ ଏବଂ ପର୍ସନାଲ ଲୋନ ନେଇଥିବା ଗ୍ରାହକମାନଙ୍କର ସୁଧ ଦର କମ କରିଥାଏ ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଏମପିସି ବୈଠକର ଫଳାଫଳକୁ ଘୋଷଣା କରି କହିଛନ୍ତି ଯେ, ପାର୍ବଣ ଋତୁ ଇକୋନୋମିକ ଆକ୍ଟିବିଟିଜ ପାଇଁ ଖାସ୍ ରହିଥାଏ, ହେଲେ ଆମେରିକା ଏବଂ ଭାରତ ମଧ୍ୟରେ ଟାରିଫକୁ ନେଇ ଏବେବି ଅନିଶ୍ଚିତତା ରହିଛି ।

Leave a Comment