କେନ୍ଦ୍ରାପଡ଼ା ଛାତ୍ରୀ ଜୀବନ୍ତ ଜଳିଯିବା ଘଟଣା, ଫ୍ରିଜରେ ରହିଲା ମୃତଦେହ

ଆସନ୍ତାକାଲି ହେବ ପୋଷ୍ଟମର୍ଟମ।

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା। କେନ୍ଦ୍ରାପଡ଼ା ପୁରୁଣା ମେଡିକାଲରେ ପହଞ୍ଚିଲା ମୃତଦେହ। ଫ୍ରିଜରେ ରଖାଗଲା ଛାତ୍ରୀଙ୍କ ମରଶରୀର।  ଆସନ୍ତାକାଲି ହେବ ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ। ତାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ସୂଚନାନୁସାରେ, ଆଜି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଛାତ୍ରୀ ନିଜ ଘର ଭିତରେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଆଉ ବାପା ମା ଦେଖିବା ବେଳକୁ ଝିଅ ଜୀବନ୍ତ ଦଗ୍ଧ ହୋଇସାରିଥିଲା।

ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ସୂଚନା ଅନୁସାରେ, ଝିଅର ପୁରୁଷ ବନ୍ଧୁ ତାକୁ ବ୍ଲାକମେଲିଂ କରୁଥିଲା, ତେଣୁ ମାନସିକ ନିର୍ଯ୍ୟାତନା ସହିନପାରି ଛାତ୍ରୀ ଜଣକ ଏପରି ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି।

Leave a Comment