ଅଙ୍ଗନବାଡ଼ି ଛାତ ଉପରୁ ମିଳିଲା ନାବାଳକର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କେନ୍ଦୁଝର: ଅଙ୍ଗନବାଡ଼ି ଛାତରେ ନାବାଳକର ମୃତଦେହ। କେନ୍ଦୁଝର ଯୋଡ଼ା ଥାନା ବିଲେଇପଦା ପୁରୁଣା ଅଙ୍ଗନବାଡ଼ି ଛାତରୁ ଉଦ୍ଧାର କରାଯାଇଛି ନାବାଳକର ମୃତଦେହ। ବିଦ୍ୟୁତ ଆଘାତରେ ଏହି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି। ଅଙ୍ଗନବାଡି ଛାତରୁ ଉଦ୍ଧାର କରାଯାଇଛି ଗୋଟିଏ ନାବାଳକର ମୃତଦେହ। ଏହା କିପରି ହେଲା, କାହିଁକି ହେଲା କେହି ଜାଣିନଥିବାବେଳେ ବିଦ୍ୟୁତ ସଂପର୍ଶରେ ଆସି ଏଭଳି ହୋଇଛି ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ଛାନଭିନ କରିବା ଆରମ୍ଭ କରିଦେଇଛି।

ନୂଆପଡ଼ା ଷ୍ଟେସନ ନିକଟରେ ପଡିଛି ଯୁବକଙ୍କ ମୃତଦେହ

ନୂଆପଡ଼ା: ନୂଆପଡ଼ା ରେଳ ଧାରଣା ନିକଟରୁ ଉଦ୍ଧାର କରାଯାଇଛି ଏକ ମୃତଦେହ। ଅଚିହ୍ନା ଯୁବକ ଜଣକ ହତ୍ୟା କରିଥିବା ଆଶଙ୍କା କରାଯାଉଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସୂଚନାନୁସାରେ, ସକାଳ ସମୟରେ ସ୍ଥାନୀୟଲୋକେ ରେଳ ଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଏବେ ଯାଏ ଏହି ଘଟଣା ସମ୍ବନ୍ଧୀୟ କୌଣସି ଅଧିକ … Read more

“ମୁଁ ଆତ୍ମହତ୍ୟା କରୁଛି”… ଫେସବୁକ୍ LIVEରେ ନିଜ ଛାତିରେ ଛୁରୀ ଭୁସି ଜୀବନ ହାରିଲେ ଯୁବକ

ଲାଇଭ୍ ଭିଡ଼ିଓ କରି ଆତ୍ମହତ୍ୟା କଲେ ଯୁବକ। କାରଣ ଅସ୍ପଷ୍ଟ। ମହାରାଷ୍ଟ୍ର: “ମୁଁ ଆତ୍ମହତ୍ୟା କରୁଛି”…ଫେସବୁକ୍ ଲାଇଭ୍ ଭିଡ଼ିଓ କରି ନିଜ ଛାତିରେ ଛୁରୀ ଭୁସି ଆତ୍ମହତ୍ୟା କଲେ ଯୁବକ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ମହାରାଷ୍ଟ୍ରର ଲାଟୁରୁ ଜିଲ୍ଲାରୁ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି।  ଫେସବୁକ୍ ଳାଇଭ୍ ଭିଡ଼ିଓ ସମୟରେ ଯୁବକ ଜଣକ ନିଜ ଛାତିରେ ଛୁରୀ ଭୁସି ଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲାଇଭ୍ ଭିଡିଓ ଆତ୍ମହତ୍ୟା: ଏହି … Read more

ରାସ୍ତା କଡ଼ରେ ମଣିଷ ପୁଡ଼ିଆ! ଗୋଟେ ପଲିଥିନରେ କଟା ମୁଣ୍ଡ ଆଉ କିଛି ପଲିଥିନରେ ଗୋଡ଼, ହାତ, ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ

କର୍ଣ୍ଣାଟକରୁ ଆସିଛି ଏଭଳି ଲୋକଟାଙ୍କୁରା ଚିତ୍ର । ପୋଲିସ କରୁଛି ତଦନ୍ତ । ଟୁମାକୁରୁ: କର୍ଣ୍ଣାଟକ କୋରାଟେଗରସ୍ଥିତ କୋଲାଲା ଗାଁ ରାସ୍ତା କଡ଼ରେ ପଲିଥିନ୍ ପୁଡିଆରୁ ଦୁର୍ଗନ୍ଧ ଆସୁଥିବାର ଜାଣି ଗାଁ ଲୋକେ ସ୍ଥାନୀୟ ପୋଲିସକୁ ଖବର ଦେଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦେଖିଲା ବେଳକୁ ବଲିଥିନ୍ ଭିତରୁ ବାହାରିଲା ମହିଳାଙ୍କ କଟା ମୁଣ୍ଡ । ମହିଳାଙ୍କ କଟା ମୁଣ୍ଡ ସାଙ୍ଗକୁ ଆଖପାଖରେ ଆଉ କିଛି ପଲିଥିନ୍ ପୁଡିଆ ମଧ୍ୟ ପଡ଼ିଥିଲା, ଯେଉଁଥିରେ ମହିଳାଙ୍କ ଗୋଡ଼, … Read more

ଲୋକଙ୍କୁ ଶସ୍ତାରେ ମିଳିବ ଏଲପିଜି, ଜାଣନ୍ତୁ ମୋଦୀ କ୍ୟାବିନେଟ ବୈଠକରେ ୫ଟି ବଡ଼ ନିଷ୍ପତ୍ତି

ମୋଦୀ କ୍ୟାବିନେଟ ବୈଠକରେ ୫ଟି ବଡ଼ ନିଷ୍ପତ୍ତି, ଜାଣନ୍ତୁ ଡିଟେଲ୍ସ ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀରେ ମୋଦି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ 5ଟି ମୁଖ୍ୟ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ ଆସାମ ଏବଂ ତ୍ରିପୁରା ପାଇଁ 4250 କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଦେଇଛି। ଏହା ବ୍ୟତୀତ, ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପାଇଁ 12,060 କୋଟି ଟଙ୍କା, ଘର ପାଇଁ ଶସ୍ତା ଏଲପିଜି ଯୋଗାଇବା ପାଇଁ 30,000 କୋଟି ଟଙ୍କା, ବୈଷୟିକ ଶିକ୍ଷା ପ୍ରତିଷ୍ଠାନକୁ … Read more

ତେଜସ୍ୱୀ ଯାଦବଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ: କହିଲେ- ନକଲି ସରକାରୀ ଡକ୍ୟୁମେଣ୍ଟ ତିଆରି ଏବଂ ବ୍ୟବହାର କରିବା ଆଇନଗତ ଅପରାଧ

“ନକଲି ସରକାରୀ ଡକ୍ୟୁମେଣ୍ଟ ତିଆରି ଏବଂ ବ୍ୟବହାର କରିବା ଆଇନଗତ ଅପରାଧ”, ତେଜସ୍ୱୀ ଯାଦବଙ୍କୁ ନୋଟିସ ପଠାଇଲେ ନିର୍ବାଚନ କମିଶନ ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକା ଯାଞ୍ଚକୁ ନେଇ ବିବାଦ ଜାରି ରହିଛି। ରାହୁଲ ଗାନ୍ଧୀ, ତେଜସ୍ୱୀ ଯାଦବଙ୍କ ସମେତ ବିରୋଧୀ ଦଳର ବିଭିନ୍ନ ନେତା ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ, ନିର୍ବାଚନ କମିଶନ ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବଙ୍କ ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ଏବେ … Read more

ଛାତ୍ରୀ ଜୀଅନ୍ତା ପୋଡିଯିବା ମାମଲା; ଚେନ୍ନାଇରୁ ପୁରୁଷ ବନ୍ଧୁକୁ ଧରିଲା ପୋଲିସ୍

ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜୀଅନ୍ତା ପୋଡିଯିବା ମାମଲା । ଚେନ୍ନାଇରୁ ପୁରୁଷ ବନ୍ଧୁକୁ ଧରିଲା ପୋଲିସ । କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜୀଅନ୍ତା ପୋଡିଯିବା ମାମଲା । ଚେନ୍ନାଇରୁ ପୁରୁଷ ବନ୍ଧୁକୁ ଧରିଲା ପୋଲିସ । କେନ୍ଦ୍ରାପଡ଼ା ପୋଲିସର ସ୍ବତନ୍ତ୍ର ଟିମ ଯୁବକଙ୍କୁ ଧରିଛି । ଯୁବକ କେନ୍ଦ୍ରାପଡ଼ାର ତେରହି ଅଞ୍ଚଳର ବୋଲି ସୂଚନା ମିଳିଛି । ଏବେ ଚେନ୍ନାଇରୁ ଯୁବକଙ୍କୁ ପୋଲିସ ଓଡ଼ିଶା ଆଣୁଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବଡ଼ପଦା ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ … Read more

ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିଲେନି ଟ୍ରମ୍ପ, ପୁଟିନଙ୍କ ସହ କଥା ହେଲେ ମୋଦୀ, ଏବେ ଯୁଦ୍ଧ ବନ୍ଦ!

ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ପୁଟିନଙ୍କୁ ପରାମର୍ଶ ଦେଲେ ମୋଦୀ। ନୂଆଦିଲ୍ଲୀ: ଆଜି ଯାଏଁ ଅନେକ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ବନ୍ଦ କରିପାରିଲେ ନାହିଁ।  ହେଲେ ଏବେ ଏହି ଯୁଦ୍ଧକୁ ବନ୍ଦ କରି ଦେଖାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏକଥା କହିବାର ତାତ୍ପର୍ଯ୍ୟ ଏହାକି ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ୍ ଯୋଗେ ଏକ ଗୁରୁତ୍ୱପୂର୍ଣ୍ଣ … Read more

ହୁମା କୁରେଶିଙ୍କ ଭାଇକୁ କେମିତି ହୋଇଥିଲା ହତ୍ୟା, ସାମ୍ନାକୁ ଆସିଲା ସିିସିଟିଭି ଫୁଟେଜ, ଧାରୁଆ ଅସ୍ତ୍ରରେ …

୨ଜଣ ଯୁବକ ଅସିଫ ସହ ଟଣା ଓଟରା କରିବା ସହ ମାଡ଼ ମାରୁଛନ୍ତି। ନୂଆଦିଲ୍ଳୀ: ବଲିଉଡ୍‌ ଅଭିନେତ୍ରୀ ହୁମା କୁରେଶିଙ୍କ ଭାଇକୁ କେମିତି କରାଯାଇଥିଳା ହତ୍ୟା। ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌। ଭିଡିଓରେ ଯୁବକ ଗାଳି ଗୁଳଜ କରିବା ସହ ଅସିଫ ଉପରେ ଆକ୍ରମର କରିଥିବା ଦେଖିବାକୁ ମିଳିଛି। ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ୨ଜଣ ଯୁବକ ଅସିଫ ସହ ଟଣା ଓଟରା କରିବା ସହ ମାଡ଼ ମାରୁଛନ୍ତି। ଟଣା ଓଟରା କରି ଆସିଫ୍‌ଙ୍କୁ ତଳେ ପକାଇ ଦେଉଛନ୍ତି। କିଛି … Read more

ଆଶ୍ଚର୍ଯ୍ୟ! 5 ସ୍ଥାନରେ ପଡ଼ିଛି ଶବର 5 ଖଣ୍ଡ, ହାତ ପାପୁଲି ଧରି ବୁଲୁଛି କୁକୁର |

ବିଛାଡି ହୋଇ ପଡିଛି ବ୍ୟକ୍ତିଙ୍କ ଶବ । ନୂଆଦିଲ୍ଲୀ: କର୍ଣ୍ଣାଟକର ତୁମକୁରୁ ଜିଲ୍ଲାରେ ଗୁରୁବାର ସକାଳେ ଏପରି ଏକ ଘଟଣା ଘଟିଥିଲା ଯାହା ଶୁଣିଲେ ଛାତି ଥରି ଉଠିବ । ଜଣେ ବ୍ୟକ୍ତି ସକାଳୁ ସକାଳୁ ରାସ୍ତାରେ ଚାଲୁଥିବା ବେଳେ ଏକ ଅଜବ ଏବଂ ଭୟଙ୍କର ଦୃଶ୍ୟ ଦେଖିଲେ । ସେ ବୁଦାରୁ ବାହାରକୁ ଆସୁଥିବା ଏକ ବୁଲା କୁକୁରକୁ ମୁହଁରେ ମଣିଷ ହାତ ଧରି ଆସୁଥିବାର ଦେଖିଲେ । ଭୟଭୀତ ବ୍ୟକ୍ତି ପୋଲିସକୁ ଦେଲେ ସୂଚନା- ବ୍ୟକ୍ତି ଶରୀରର କଟା … Read more