ମନୋରଞ୍ଜନ

ଚାକିରୀ ନ ମିଳିବାରୁ ଯୁବକଙ୍କ ଅନନ୍ୟ ପଦକ୍ଷେପ, ସହରରେ ଲଗାଇଦେଲେ ହୋର୍ଡ଼ିଂଗ

ଚାକିରୀ ପାଇବାପାଇଁ ଲୋକମାନେ ଦିନରାତି ପରିଶ୍ରମ କରନ୍ତି | ସେହିପରି ଜବ ନ ମିଳିବାରୁ ଲୋକମାନେ ନିରାଶ ହୋଇଯାନ୍ତି | ସେହିପରି ଅନେକଥର ସେମାନେ ଭୁଲ ପଦକ୍ଷେପ ନେବାକୁ ମଧ୍ୟ ପଛାଇ ନଥାନ୍ତି | କିନ୍ତୁ ଆୟରଲ୍ୟାଣ୍ଡର ଜଣେ ଯୁବକ ଏପରି ଏକ ପଦକ୍ଷେପ ନେଇଛନ୍ତି, ଯାହା କେହି ଭାବି ମଧ୍ୟ ପାରିବେନାହିଁ |

ଗ୍ରାଜୁଏଟକ୍ରିସ ହାରକିନ ନାମକ ଯୁବକ ଅନେକ ସ୍ଥାନରେ ଚାକିରୀ ପାଇଁ ଆବେଦନ କରିଥିଲେ, କିନ୍ତୁ ତାଙ୍କର କୌଣସି ସ୍ଥାନରେ ମଧ୍ୟ ସିଲେକସନ ହୋଇପାରୁ ନଥିଲା | ତାଙ୍କୁ ଗୋଟିଏ ସପ୍ତାହରେ ୩୦୦ ସ୍ଥାନରୁ ରିଜେକ୍ଟ କରାଗଲା | ଏପରି ପରିସ୍ଥିତିରେ କ୍ରିସ ଏପରି ଗୋଟିଏ ଅଜବ ଉପାୟ ବାହାର କଲେ, ଯେଉଁଥିପାଇଁ ସେ ହେଡଲାଇନକୁ ଆସିଯାଇଛନ୍ତି |

୨୦୧୯ରୁ ବେରୋଜଗାରୀ ଅଛନ୍ତି :-

ଏକ ଇଂରାଜୀ ୱେବସାଇଟର ରିପୋର୍ଟ ଅନୁଯାୟୀ କ୍ରିସ ହାରକିନଙ୍କୁ ଚାକିରୀ ନ ମିଳୁଥିବାରୁ ସେ ଚିନ୍ତିତ ଥିଲେ | ଏପରି ପରିସ୍ଥିତିରେ ସେ ସହରରେ ଜବ ପାଇବାପାଇଁ ହୋର୍ଡ଼ିଂଗ ଲଗାଇଦେଲେ | ଏଥିପାଇଁ ସେ ପ୍ରାୟ ୪୦ ହଜାର ଟଙ୍କା ଖର୍ଚ୍ଚ କଲେ | ବୋର୍ଡରେ କ୍ରିସ ନିଜ ଫଟୋ ସହିତ ପ୍ଲିଜ ହାୟର ମି ଲେଖିଛନ୍ତି | ସେହିପରି ତିନି ପଏଣ୍ଟରେ ନିଜ ଶିକ୍ଷା ଏବଂ ଅନୁଭବ ବିଷୟରେ କହିଛନ୍ତି | ୨୪ ବର୍ଷୀୟ ହାରକିନ ସେପ୍ଟେମ୍ବର ୨୦୧୯ ରୁ ବେରୋଜଗାର ଅଛନ୍ତି |

ଏପରି ଆସିଲା ହୋର୍ଡ଼ିଂଗ ଲଗାଇବାର ଆଇଡ଼ିଆ :-

ହୋର୍ଡ଼ିଂଗ ଲଗାଇବାର ଆଇଡ଼ିଆ କ୍ରିସ ହାରକିନଙ୍କୁ ନିଜ ସିଷ୍ଟର ସହିତ କଥାବାର୍ତ୍ତା କରୁଥିବା ସମୟରେ ଆସିଲା | ତାଙ୍କ ଭଉଣୀ ସୋସିଆଲ ମିଡ଼ିଆ ମ୍ୟାନେଜର ଅଟନ୍ତି | ସେ ଗୋଟିଏ ବିଜ୍ଞାପନ କ୍ୟାମ୍ପେନ ପାଇଁ ବିଲବୋର୍ଡ ଲଗାଇବା ଉପରେ କାମ କରୁଥିଲେ | ତେବେ ଏତେ ସବୁକିଛି କରିବା ସତ୍ତ୍ୱେ ମଧ୍ୟ କ୍ରିସ ହାରକିନଙ୍କୁ ଚାକିରୀ ମିଳିନାହିଁ |

Leave a Reply

Your email address will not be published. Required fields are marked *