Special Report

ନାଳ ରେ ଭାସି ଯାଇଥିବା ୧୦ମ ଶ୍ରେଣୀ ଛାତ୍ର ର ମୃତଦେହ ମିଳିଲା, ୧୮ ଘଣ୍ଟା ର ଅପରେସନ ପରେ ମିଳିଲା ମୃତଦେହ..

ଗତକାଲି ଠୁ ନାଳ ରେ ଭାସି ଯାଇଥିବା ୧୫ ବର୍ଷୀୟ ୧୦ମ ଶ୍ରେଣୀ ଛାତ୍ର ର ମୃତ ଦେହ ଆଜି ୧୮ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ର ଜ୍ୟୋତିଙ୍କ ମୃତଦେହ । ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ଭୁବନେଶ୍ୱର ପଞ୍ଚସଖା ନଗର ଡ୍ରେନ୍‌ରୁ ଠାବ ହୋଇଛି ଜ୍ୟାେତିଙ୍କ ମୃତଦେହ ।

ଗତକାଲି ଠାରୁ ଅଗ୍ନିଶ୍ରମ ବିଭାଗ ର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ମୃତଦେହ ହାତରେ ଲାଗିଛି, ବରମୁଣ୍ଡା ଗାଆଁ ର ହୃଷୀକେଶ ବେହେରା ଙ୍କ ୧୫ ବର୍ଷୀୟ ପୁଅ ଜ୍ୟୋତିପ୍ରକାଶ  ଗତକାଲି ଟିଉସନ୍ ସାରି ଫେରୁଥିଲା ବେଳେ ନିକଟସ୍ଥ ଓଭର ର୍ବ୍ରିଜ୍ ରେ ପାଦ ଖସି ଯିବା କାରଣ ରୁ ନାଳ ରେ ବହି ଯାଇଥିଲେ

ନାଳ ରେ ପ୍ରଖର ସୁଅ ଥିବାରୁ ସେ ନିଜକୁ ବଞ୍ଚାଇ ପାରିନଥିଲେ ଆଉ ନିଖୋଜ ହୋଇଯାଇଥିଲେ, ୧୮ ଘଣ୍ଟା ଧରି ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବି ଜ୍ୟୋତିଙ୍କ କୌଣସି ପତ୍ତା ମିଳିନଥିଲା । ବାପା ମା କାନ୍ଦି କାନ୍ଦି ନୟାନ୍ତ ହୋଇସାରିଥିଲେ ଆଉ ଆଜି ମିଳିଲା ଏଇ ଦୁଃଖଦ ଖବର ।

ତେବେ ଶିଶୁ ଟିର ମୃତଦେହ ଉଦ୍ଧାର ପରେ ବାପା ମା ଙ୍କୁ ହସ୍ତାନ୍ତର କରାଯାଇଛି, ଶୋକାକୁଳ ପରିବେଶ ମଧ୍ୟ ରେ ପୋଲିସ ତଦନ୍ତ ଜାରି ରଖିଛି

Leave a Reply

Your email address will not be published. Required fields are marked *