ଆଜି ଜାନୁଆରୀ ୪ ତାରିଖ ହେଉଛି ତପସ୍ୱିନୀ ଙ୍କ ପାଇଁ ନ୍ୟାୟ ର ସକାଳ । ଆଜି ଜିତିଗଲେ ତପସ୍ୱିନୀ ଅନେକ ଦିନ ଧରି ସଂଘର୍ଷ କରୁଥିବା ହେତୁ ଓଡ଼ିଶାବାସୀ ମଧ୍ୟ ତାଙ୍କ ସପକ୍ଷରେ ରହିଗଲେ । ତପସ୍ୱିନୀ ଙ୍କ ପାଇଁ ସମସ୍ତେ ଜାନୁଆରୀ ୪ ତାରିଖ କୁ ଅପେକ୍ଷା କରି ରହିଥିଲେ ।
ଆଜି କୋର୍ଟ ରେ ଶେଷ ଶୁଣାଣି ହେବା ସହତାଙ୍କୁ ଶାଶୁ ଘରେ ରହିବା ପାଇଁ ଅନୁମତି ଦେଇଥିଲେ ମାନ୍ୟବର କୋର୍ଟ । ଏବଂ ତପସ୍ୱିନୀ ଙ୍କ ଭରଣ ପୋଷଣ ପାଇଁ ମାସିକ ୧୭୦୦୦ ଟଙ୍କା ଦେବାପାଇଁ ରାୟ ଦେଇଛନ୍ତି ମାନ୍ୟବର କୋର୍ଟ ।
କୋର୍ଟ ତପସ୍ୱିନୀ ଙ୍କ ପକ୍ଷେ ରାୟ ଦେଲା ପରେ ଖୁସିରେ କାନ୍ଦି ଉଠିଛନ୍ତି ଏବଂ ଆଜି ସମସ୍ତ ନାରୀ ଜାତିର ଜୟ ହୋଇଛି ବୋଲି କହିଛନ୍ତି । ସେ ଏବେ ଶାଶୁ ଘରେ ରହିବେ ଏବଂ ଶାଶୁ ଶଶୁର ଏବଂ ସମସ୍ତଙ୍କ ମନ୍ ଜିଣିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।
ପ୍ରମିଳା ମା ମଧ୍ୟ ତାଙ୍କ ପ୍ରତି ସହଯୋଗ କରୁଥିବା ବେଳେ ସେ ତପସ୍ୱିନୀ ଙ୍କୁ ନାତୁଣୀ କରିଦେଇଛନ୍ତି ଏବଂ ତାଙ୍କର ଏବଂ ସମସ୍ତ ନାରୀ ଜାତି ର ସମସ୍ତ ଅସୁବିଧାରେ ଠିଆ ହୋଇ ରହିବେ ବୋଲି କହିଛନ୍ତି ।
https://youtu.be/4EZau6L9Jdk