ଜାନୁଆରୀ ୪ ତାରିଖ ରେ ଜିଲ୍ଲା କୋର୍ଟ ରେ କେସ ଜିତିବା ପରେ ତପସ୍ୱିନୀ ଘର ପ୍ରବେଶ ପାଇଁ ପ୍ରସ୍ତୁତ ହେଉଥିଲେ । ମାତ୍ର ଶଶୁର ତାଙ୍କୁ ତଳେ ନ ରଖି ଉପରେ ଗୋଟିଏ ବଖରା ରହିବାପାଇଁ ଚିନ୍ତା କରିଥିଲେ ।
ରୁମ୍ ଅସନା ହୋଇଥିବା ବେଳେ ଶଶୁର ପ୍ରମୋଦ ସାହୁ ଲୋକ ଲଗାଇ ରୁମ୍ କୁ ସଫା କରିଥିଲେ ଏବଂ ସେହି ଘରେ ତାଙ୍କୁ ରହିବା ପାଇଁ କହିଥିଲେ । ମାତ୍ର ସେଠାରେ ରହିବା ପାଇଁ ଅମଙ୍ଗ ହୋଇଥିଲେ ବୋହୂ ତପସ୍ୱିନୀ ।
ଶଶୁର ଏବଂ ଶାଶୁ ଙ୍କ ପାଖରେ ରହିବା ପାଇଁ ଜିଦି ଧରିଥିଲେ ତପସ୍ୱିନୀ । କୋର୍ଟ ର ଅର୍ଡର୍ ଅନୁସାରେ ମଧ୍ୟ ତାହା ଲେଖା ହୋଇଥିଲା ଯେ ତପସ୍ୱିନୀ ତାଙ୍କ ପରିବାର ଲୋକଙ୍କ ପାଖରେ ରହିବେ ବୋଲି ।
ଏହାପରେ ଶଶୁର ଙ୍କ ପ୍ରସ୍ତାବ ରେ ରାଜି ହୋଇଥିଲେ ତପସ୍ୱିନୀ । କିନ୍ତୁ ସର୍ତ୍ତ ରଖିଥିଲେ ଡାକ୍ତର ଙ୍କ ପତ୍ନୀ ଙ୍କ ହିସାବରେ ଷ୍ଟାଟସ୍ ରେ ଚଳିବେ । ଏହି କଥାକୁ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ।