Special Report

Tapaswini – ଘରେ ଜାଗା ଦେଇଦେଲେ Court କିନ୍ତୁ ହୃଦୟରେ ପାଇଲେନି ଜାଗା ଏବେ ବି ରହିଛନ୍ତି ଏକା

କୋର୍ଟନିର୍ଦ୍ଦେଶ ଅନୁଯାୟୀ ତପସ୍ୱିନୀ ଙ୍କର ଅଧିକାର ଅଛି ଶାଶୁ ଘରେ ରହିବା ପାଇଁ । ଜାନୁଆରୀ ୪ ତାରିଖରେ ବିଜୟ ହାସଲ କରି ଘରେ ରହିବା ପାଇଁ ଅନୁମତି ପାଇଥିଲେ ତପସ୍ୱିନୀ । ଏହା ପରେ ଶଶୁର ଏବଂ ସ୍ଵାମୀ ସୁମିତ ମଧ୍ୟ ଏହି ନିଷ୍ପତ୍ତିକୁ ନେଇ ଖୁସି ନଥିଲେ ।

ତପସ୍ଵିନୀ ଙ୍କ ସହ ସୁମିତ ଆଉ ରହିବା ପାଇଁ ଚାହୁଁ ନଥିବା ବେଳେ ଦୁଇ ଦୁଇ ଥର ସୋସିଆଲ ମିଡିଆରେ ସ୍ପଷ୍ଟ କରିଥିଲେ । କିନ୍ତୁ ତପସ୍ୱିନୀ ନିଜର ହକ ପାଇବା ପାଇଁ ଧାରଣା ଦେଇଥିଲେ । ତପସ୍ଵିନୀ ଆଗରୁ ଅନେକ ଅଭିଯୋଗ ଆଣିଥିବା ବେଳେ ବର୍ତ୍ତମାନ୍ ଘରେ ରହିବାକୁ ଅର୍ଡର୍ ମିଳିଛି ।

ଶଶୁର ପ୍ରମୋଦ ସାହୁ ମଧ୍ୟ ଉପର ଘରର ସମସ୍ତ ଦାୟିତ୍ଵ ତୁଲାଇବା ସହ ଘର ସଫା କରି ତପସ୍ୱିନୀ ଙ୍କୁ ଘରକୁ ପ୍ରବେଶ କରିଥିଲେ । କିନ୍ତୁ ପ୍ରମୋଦ ସାହୁ ଏହାର ୩ ଘଣ୍ଟା ପରେ ଘର ଛାଡିଥିଲେ । ସ୍ବାମୀ ସୁମିତ ଏବଂ ଶଶୁର ପ୍ରମୋଦ ସାହୁ ବର୍ତ୍ତମାନ୍ କେଉଁଠି ଅଛନ୍ତି କେହି ଜାଣିନାହାନ୍ତି

ତେବେ ସେ ଘରକୁ କେବେ ଫେରିବେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ତପସ୍ଵିନୀ ବର୍ତ୍ତମାନ୍ ମଧ୍ୟ ଘରେ ଅଛନ୍ତି ଏବଂ ଶାଶୁ ଶଶୁର ଙ୍କ ଗହଣରେ ରହିବାପାଇଁ ଚିନ୍ତା କରିଥିବା ବେଳେ ଶଶୁର ଘର ତ୍ୟାଗ କରିଛନ୍ତି ।

ଏ ସମ୍ପର୍କରେ ଆପଣଙ୍କ ମତାମତ କଣ କମେଣ୍ଟ କରନ୍ତୁ

 

Leave a Reply

Your email address will not be published. Required fields are marked *