special riport

ବଢିଲା Government ଚାକିରୀ ବୟସ ସୀମା ଜାଣନ୍ତୁ କେତେ ବୟସ ହେଲା ବୈଧ

ବର୍ତମାନ ଆସିଛି ସବୁ ଠାରୁ ବଡ ଖବର।ବଢିଲା ସରକାରୀ ଚାକିରି ପାଇଁ ବୟସ ସୀମା।ରାଜ୍ୟ ସରକାର ବଢେଇଛନ୍ତି ଚାକିରିର ବୟସ ସୀମା।୩୨ ବୟସ ରୁ ୩୮ ବୟସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହିଭଳି ଏସିଏସଟି, ଓବିସି ଙ୍କ ପାଇଁ ଆହୁରି ବୟସ ପାଞ୍ଚ ବର୍ଷ ବଢିଲା।

ସୋମବାର ଦିନ ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଭାବେ ୧୨ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ।ଏଥିରେ ରହିଛି ସରକାରୀ ଚାକିରି,ଯାହାକି ବୟସ ସୀମାକୁ ବୃଦ୍ଧି କରାଯାଇଛି।ଯୁବକ ଓ ଯୁବତୀ ମାନେ ଏହି ଖବର ରେ ବହୁତ ଖୁସି ହୋଇଛନ୍ତି।

ଚାକିରିର ବୟସ ଥିଲା ୩୨ କିନ୍ତୁ ଏବେ ବୟସ ବଢାଇ ୩୮ କରିଛନ୍ତି।ଚାକିରି କ୍ଷେତ୍ରରେ ବୟସର ସୀମା କୁ ନେଇ ଯଦି ଆଲୋଚନା କରାଯାଏ ତେବେ ବିଗତ ଦିନରେ ଦେଖିବାକୁ ମିଳିଥିଲା ଯେ ଯୁବକ ଓ ଯୁବତୀ ମାନେ ରାସ୍ତାକୁ ଓହ୍ଲାଇ ଆସିଥିଲେ।

ଏବଂ ଧାରଣାରେ ବସିଥିଲେ ଯେ ବୟସ ସୀମା କୁ ନେଇ।ବର୍ତ୍ତମାନ ସମୟରେ ସେହି ଖୁସିର ସମୟ ତାଙ୍କ ପାଇଁ ଆସିଯାଇଛି। ପାଞ୍ଚ ବର୍ଷ ଏସିଏସଟି, ଓବିସି ଙ୍କ ପାଇଁ ବଢ଼ିଥିବା ବେଳେ ସାଧାରଣରେ

୩୨ ରୁ ବୟସ ବଢ଼ି ୩୮ ହୋଇଛି ଚାକିରିର ବୟସ ସୀମା।ମହିଳା ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ବୟସ ସୀମା ପାଞ୍ଚ ବର୍ଷ ବୃଦ୍ଧି ପାଇଛି।

 

Leave a Reply

Your email address will not be published. Required fields are marked *