ରାଜ୍ୟ ଖବର

ଦେଖନ୍ତୁ mihir das ଙ୍କ ଶେଷ video, ଘରେ ଅମ୍ଳାନ ଙ୍କ ସ୍ତ୍ରୀ ଙ୍କ ଠୁ ଖାଉଥିଲେ ମିଠା..

ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ ଯଦି ଅଭିନେତା ମିହିର ଦାସଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।୧୭ ଫେବ୍ରୁଆରୀ ୧୯୬୬ ରେ ଜନ୍ମ ହୋଇଥିବା ଓଲିଉଡ ଇଣ୍ଡଷ୍ଟ୍ରି ର ଆପଣମାନଙ୍କ ପ୍ରିୟ ଅଭିନେତା ମିହିର ଦାସ ବର୍ତ୍ତମାନ ଆମ ଗହଣରେ ନାହାନ୍ତି।୧୧ ଜାନୁଆରୀ ୨୦୨୨ ରେ ଏ ଦୁନିଆ ଛାଡ଼ି ସବୁଦିନ ପାଇଁ ଚାଲିଯାଇଛନ୍ତି।

ସେ ଏମିତି ଜଣେ କଳାକାର ଥିଲେ ଯିଏ କି ନିଜ କ୍ୟାରିଅର ରେ ଅନେକ ଗୁଡ଼ିଏ ଆୱାଡ୍ ହାସଲ କରିଛନ୍ତି।ପ୍ରଥମ ଥର ପାଇଁ ୧୯୯୮ମସିହାରେ ବେଷ୍ଟ ଆକ୍ଟର ଭାବରେ “ଲକ୍ଷ୍ମୀ ପ୍ରତିମା”ଚଳଚ୍ଚିତ୍ର ପାଇଁ ଆୱାଡ୍ ପାଇଥିଲେ।ମୃ-ତ୍ୟୁ ପୂର୍ବରୁ ଅଭିନେତା ମିହିର ଦାସ ବହୁତ ସୁନ୍ଦର ଭାବରେ ତାଙ୍କର ଜନ୍ମ ଦିନ ପରିବାର ଲୋକଙ୍କ ସହିତ ପାଳନ କରିଥିଲେ।

କେକ କାଟିଲା ପରେ ତାଙ୍କ ବଡ ବୋହୂ ବା ଅଭିନେତା ଅମ୍ଳାନ ଙ୍କ ସ୍ତ୍ରୀ ଙ୍କୁ ପ୍ରଥମେ ଖୁଆଇ ଦେଇଥିଲେ।ଏବଂ କହିଥିଲେ ବହୁତ ଦିନ ପରେ ପ୍ରକୃତ ଦିନରେ ଜନ୍ମ ଦିନ ବୋଲି ମିଡ଼ିଆ ଜଣେଇ ଥିଲେ।ପ୍ରତି ବର୍ଷ ବିଭିନ୍ନ ତାରିଖରେ ତାଙ୍କ ଜନ୍ମ ଦିନ ହେଉଥିଲା।ସେଇଟା ଭୁଲ୍ ଥିଲା। ଫେବୃୟାରୀ ୧୧ ହିଁ ତାଙ୍କର ସତ ଜନ୍ମ ଦିନ ଥିଲା।

କେକ କାଟିସାରି ଟିକେ ଖାଇଲେ।ତାଙ୍କୁ ଠିକ ଜନ୍ମ ଦିନ ଲାଗିଥିଲା ଓ ଖୁସି ହୋଇଥିଲେ।ମିହିର ଦାସ ଙ୍କ ଜନ୍ମ ଦିନ ପାଇଁ ଅମ୍ଳାନ ଙ୍କ ସ୍ତ୍ରୀ ପୋସ୍ତ ପନିର୍ ତିଆରି କରିଥିଲେ।ତାଙ୍କ ମନ ମୁତାବକ ଖାଇବା ଟି ହୋଇଥିଲା ବହୁତ ଭଲ ଲାଗିଥିଲା।ସେ ତାଙ୍କ ବୋହୂ ଠୁ ବହୁତ୍ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *