ଦେଶ ଦୁନିଆ

ନିର୍ବନ୍ଧ ରେ ବାନ୍ଧି ହେଲେ କମେଡିଆନ ପ୍ରଜ୍ଞା, ଦେଖନ୍ତୁ ପୁରା Video..

ଓଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ଙ୍କୁ କିଏ ବା ଜାଣି ନାହାନ୍ତି। ଛୋଟ ରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ହସାଇ ମନ କିଣି ନେଇଛନ୍ତି।ପ୍ରଜ୍ଞା ଙ୍କ ଲାଇଫ ପାର୍ଟନର ମଧ୍ୟ ଜଣେ ଅଭିନେତ୍ରୀ।ପ୍ରଜ୍ଞାଙ୍କ କମେଡି ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ସେ “କମେଡି ତଡ଼କା,ଭାଉଜ ନମସ୍କାର, ସାର ଭିତରେ ଭୂତ,ଭିକାରୀ ପାଳୁଛି ଭାଲେନ୍ଟାଇନ ଡେ “ଏହିପରି ଭାବରେ ଅଭିନୟ କରି ସମସ୍ତଙ୍କ ହୃଦୟ କିଣି ନେଇଛନ୍ତି।ଅନେକ ଓଡ଼ିଆ ଫିଲ୍ମ୍ ରେ ପ୍ରଜ୍ଞା ଙ୍କ ଜବରଦସ୍ତ କମେଡି ଦେଖିଥିବେ।କିନ୍ତୁ ବର୍ତ୍ତମାନ ପ୍ରଜ୍ଞା ଙ୍କ ସହିତ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ପ୍ରଜ୍ଞା ଙ୍କ ସହିତ ଯାହାଙ୍କର ନିର୍ବନ୍ଧ ହୋଇଛି ତାଙ୍କ ନାମ ହେଉଛି ସୁନନ୍ଦା।ସୁନନ୍ଦା ମଧ୍ୟ ଅନେକ ଶିରିଏଲ ରେ ଅଭିନୟ କରିଛନ୍ତି। ଓଡିଶାବାସୀ ତାଙ୍କୁ ବହୁତ ଭଲ ପାଆନ୍ତି।ପ୍ରଜ୍ଞା ଓ ସୁନନ୍ଦା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।ସେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ।

ଏବଂ ଗତ କାଲି ତାଙ୍କର ନିର୍ବନ୍ଧ ସରିଛି। କୋଭିଡ ଗାଇଡ ଲାଇନ ଭିତରେ ତାଙ୍କର ନିର୍ବନ୍ଧ ହୋଇଛି।ସେଥିପାଇଁ କମ୍ ଲୋକ ଆସିଥିଲେ।ପ୍ରଜ୍ଞାଙ୍କ ଘନିଷ୍ଠ ସାଙ୍ଗ, ଓ ପରିବାର ଲୋକ ଉପସ୍ଥିତ ରହିଥିଲେ।ପରିବାରଙ୍କ ସହିତ ହିଁ ଦୁଇ ଜଣ ନିର୍ବନ୍ଧ କରିଛନ୍ତି।

Leave a Reply

Your email address will not be published. Required fields are marked *