ମହାମାରୀ ବିଜ୍ଞାନୀମାନଙ୍କଠାରୁ ଜାଣନ୍ତୁ, ପ୍ରକୃତରେ କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ କରୋନାର ଆତଙ୍କ ? ଆଗାମୀ ସମୟରେ କିପରି ଅବସ୍ଥା ରହିବ ?

ଗତ ଦେଢ଼ବର୍ଷରୁ ଅଧିକ ସମୟ ଧରି ସାରା ଦୁନିଆରେ ଜାରି କରୋନା ସଂକ୍ରମଣ କାରଣରୁ ସବୁକିଛି ଅଵ୍ୟଵସ୍ଥିତ ହୋଇଯାଇଛି | ପାଠପଢାଠାରୁ ଆରମ୍ଭକରି ଚାକିରୀ ଏବଂ ବ୍ୟବସାୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ କରୋନା ବହୁତ ପ୍ରଭାବିତ କରିଛି | ଏପରି ପରିସ୍ଥିତିରେ ସବୁ ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ଏହି କରୋନା କେବେ ଶେଷ ହେବ ? କରୋନା ସହିତ ଲଢେଇ କରିବାପାଇଁ ସାରା ଦୁନିଆରେ ଟୀକାକରଣ ବହୁତ ଦ୍ରୁତ ଗତିରେ କରାଯାଉଛି | ତଥାପି କରୋନା ଶେଷ ହେବାର ନାଁ ଧରୁନି | ତେବେ କଣ କରୋନା ଦୀର୍ଘ ସମୟ ଧରି ଜାରି ରହିବ ? ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା ଏତେ ଶୀଘ୍ର ଶେଷ ହେବନାହିଁ | କିଛି ରିପୋର୍ଟରେ ଦାବି କରାଯାଉଛି ଯେ ଶୀତଋତୁର ଆରମ୍ଭରେ ଦୁନିଆର ଅଧିକାଂଶ ଅଂଚଳରେ କରୋନାର ତୃତୀୟ ଲହରର ପ୍ରକୋପ ଦେଖିବାକୁ ମିଳିପାରେ |

କେତେ ଦିନ ଜାରି ରହିବ କରୋନାର ଆତଙ୍କ ?

ମିନେସୋଟା ୟୁନିଭରସିଟିର ସଂକ୍ରାମକ ରୋଗ ଅନୁସନ୍ଧାନ ଏବଂ ନୀତିର ନିର୍ଦ୍ଦେଶକ ତଥା ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ପରାମର୍ଶଦାତା ମାଇକେଲ ଓଷ୍ଟରହୋମ କହିଛନ୍ତି ଯେ କରୋନାର ସଙ୍କଟ ଦୁନିଆରୁ ବର୍ତ୍ତମାନ ଏତେ ଶୀଘ୍ର ଶେଷ ହେବାର ଦେଖାଯାଉନାହିଁ | ଏହା ଲଗାତାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି | ବର୍ତ୍ତମାନ କରୋନା ମାମଲାରେ ହ୍ରାସ ଘଟିଛି, ଯଦିଓ ଅନେକ ବୈଜ୍ଞାନିକମାନେ କହିଛନ୍ତି ଯେ ବର୍ଷ ଶେଷ ସୁଦ୍ଧା ଶୀତ ଆରମ୍ଭ ହେବା ମାତ୍ରେ କରୋନା ମାମଲାରେ ଆଉ ଏକ ଢେଉ ଦେଖାଯାଇପାରେ | ତେବେ ଟୀକାକରଣ ଦ୍ୱାରା ସଂକ୍ରମଣର ଗମ୍ଭୀରତାକୁ ହ୍ରାସ କରିବାରେ ନିଶ୍ଚିତ ସାହାଯ୍ୟ ମିଳିବାର ଆଶା ରହିଛି |

ବଢିପାରେ କରୋନା କେସ :-

ମାଇକେଲ ଓଷ୍ଟରହୋମ କହିଛନ୍ତି ଯେ କରୋନାର ମାମଲା କମ ହେବାମାତ୍ରେ ହିଁ ବ୍ୟବସାୟ ଏବଂ ସ୍କୁଲ ପୁଣିଥରେ ଖୋଲିଯାଇଛି | ଏସବୁ ମଧ୍ୟରେ ସାରା ଦୁନିଆରେ ବର୍ତ୍ତମାନ ସୁଦ୍ଧା କୋଟି କୋଟି ଲୋକଙ୍କର ଟୀକାକରଣ ହୋଇନାହିଁ | ଯେପରି ଭାବେ କରୋନାର ନୂତନ ଭାରିଆଣ୍ଟର ମାମଲା ସାମ୍ନାକୁ ଆସୁଛି, ଏପରି ପରିସ୍ଥିତିରେ ଲାଗୁଛି ଯେ ଆସନ୍ତା ମାସରେ ହିଁ କରୋନାର ମାମଲା ପୁଣିଥରେ ବଢ଼ିଯାଇପାରେ |

ଆଗାମୀ ମାସଗୁଡିକରେ କିପରି ରହିପାରେ ଅବସ୍ଥା ?

ମାଇକେଲ ଓଷ୍ଟରହୋମ କହିଛନ୍ତି, ଆସନ୍ତା କିଛି ମାସ କଷ୍ଟକର ପରିସ୍ଥିତି ରହିବ | ଏହାର ମୁଖ୍ୟ କାରଣ ହେଉଛି କରୋନାର ଏପରି ଭାରିଆଣ୍ଟ ସମକୁ ଆସିବ, ଯାହା ସ୍ୱାଭାବିକ ଭାବରେ ଶରୀରରେ ତିଆରି ହୋଇଥିବା ଆଣ୍ଟିବଡ଼ିକୁ ହରାଇପାରେ | ଏପରି ଅନେକ ଦେଶ ରହିଛି, ଯେଉଁଠାରେ ବହୁତ ସଂଖ୍ୟାରେ ଲୋକମାନଙ୍କୁ ଟୀକାକରଣ କରାଯାଇ ନାହିଁ | ମାଇକେଲ ଓଷ୍ଟରହୋମ କହିଛନ୍ତି ଯେ କରୋନା ଆଗକୁ କେତେ ବିପଜ୍ଜନକ ହେବ ବର୍ତ୍ତମାନ ସେ ବିଷୟରେ କିଛି ବି କୁହାଯାଇପାରିବ ନାହିଁ | କିନ୍ତୁ ଏହା ନିଶ୍ଚିତ ଯେ କରୋନା ଭାଇରସ ଯେଉଁ ଜଙ୍ଗଲର ନିଆଁ ଲାଗିଛି, ତାହା ଏତେ ଶୀଘ୍ର ଲିଭିବ ବୋଲି ଜଣାପଡ଼ୁନାହିଁ | ବୋଧହୁଏ ସେ ପର୍ଯ୍ୟନ୍ତ କରୋନା ଶେଷ ହେବନାହିଁ, ଯେପର୍ଯ୍ୟନ୍ତ ସବୁ ଲୋକ ଟୀକାକରଣ ନ କରିଛନ୍ତି କିମ୍ବା ସବୁ ଲୋକଙ୍କୁ କରୋନା ସଂକ୍ରମଣ ନ ହୋଇଛି |

Leave a Comment