ରାଜ୍ୟ ଖବର

ହସ୍ପିଟାଲ ନା ମରଣଯନ୍ତା, ଆମ ରୋଗୀ କୁ ମାରିଦେଇ କଟକ ରେଫର କରିଦେଲେ

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଏବେ ପାଇବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଭିଡିଓ ଦେଖିଲେ ଆପଣ ଅନେକ କିଛି ଖବର ଜାଣିପାରିବେ । ମନୁଷ୍ୟ ଜୀବନ ବହୁତ ମୂଲ୍ୟବାନ ଅଟେ । ଆଉ ଜୀବନ ଥରେ ଚାଲିଗଲେ ଆଉ ଫେରି ନଥାଏ ।

ଡ଼ାକ୍ତରଙ୍କୁ ଲୋକମାନେ ଭଗବାନଙ୍କ ରୂପ ବୋଲି ମାନିଥାନ୍ତି । ଡ଼ାକ୍ତରଙ୍କୁ ଲୋକମାନେ ବହୁତ ବିଶ୍ବାସ କରିଥାନ୍ତି । ଆଉ ଡାକ୍ତରଙ୍କ କଥା ମାନି ସବୁ କାମ କରିଥାନ୍ତି । ଦେହର ସବୁ ସୁବିଧା ଅସୁବିଧା ଡ଼ାକ୍ତରଙ୍କୁ ଜଣାଇଥାନ୍ତି ।

ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଡାକ୍ତରଙ୍କ ଅବହେଳା ପାଇଁ ଚାଲିଗଲା ଜୀବନ । ହସ୍ପିଟାଲ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାରଲୋକେ । ଲାପ୍ରୋସ୍କୋପି କହି ଟଙ୍କା ନେଇ ଓପନ ସର୍ଜରୀ କରି ମାରିଦେଲେ ବୋଲି ଅଭିଯୋଗ ଆଣିଛନ୍ତି ମୃ-ତ-କଙ୍କ ପରିବାର ।

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଘଟିଛି । ଲୋକମାନଙ୍କୁ ପ୍ରଲୋଭନ ଦେଖାଇ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଉଛନ୍ତି । ଆଉ ଏହାପରେ ଡାକ୍ତର ତାଙ୍କ ଜୀବନ ନେଇଗଲେ । ଯେଉଁ ଡାକ୍ତରକୁ ଭଗବାନ ବୋଲି କୁହାଯାଉଛି ସେ ଆଜି ଜୀବନ ନେଇଯାଇଛି ।

କେନ୍ଦୁଝର ଜିଲ୍ଲା ଟାଉନ ଥାନା ଚର୍ଚ୍ଚ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଭୁଲ ଚିକିତ୍ସା ପାଇଁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଚମ୍ପୁଆ ଥାନା ପଡୁଆ ଅଞ୍ଚଳର ପୁଷ୍ପଲତା ମହାନ୍ତଙ୍କ ପେଟରେ ଏକ ଟ୍ୟୁମର ହୋଇଥିଲା ।

ଆଉ ଚିକିତ୍ସା ପାଇଁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ କିନ୍ତୁ ତାଙ୍କ ସରଳତାର ଫାଇଦା ନେଇ ଦଲାଲ ଜଣେ ଉତ୍ତମ ଚିକିତ୍ସା ପାଇଁ ପ୍ରାଇଭେଟ୍ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିଲେ । ଆଉ ଅପରେସନ ପାଇଁ ୪୦ ହଜାର ଟଙ୍କା ବି ନେଇଥିଲେ ।

କିନ୍ତୁ ଏବେ ତାଙ୍କୁ ଡାକ୍ତର ମାରି ଦେଇଛନ୍ତି ବୋଲି ଘରଲୋକେ ଅଭିଯୋଗ ଆଣିଛନ୍ତି । ଏବେ ଏହି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ନ୍ୟାୟ ପାଇଁ ମେଡିକାଲ ଆଗରେ ଶବକୁ ରଖିଛନ୍ତି ପରିବାର ଲୋକେ । ଏବେ ଏହି ଘଟଣାର ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *