ରାଜ୍ୟ ଖବର

ମୋଦି ଆଣିଲେ ନୂଆ ଉପହାର, ୧୦୦ ଲକ୍ଷ କୋଟି ମୂଲ୍ୟ ର ଯୋଜନା, ଏବେ ମିଳିବ ନିଯୁକ୍ତି

ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ଦିନ ପ୍ରଧାନମନ୍ତ୍ରୀ ଗୋଟେ ଭଲ ଯୋଜନା ର ଘୋଷଣା କରିଛନ୍ତି ଯାହା ଆଗକୁ ସବୁ ବେରୋଜଗାର ଯୁବକ ମାନଙ୍କ ପାଇଁ ଆଶା ର ନୂଆ କିରଣ ନେଇ ଆସିବ ,

ଆଜିକାଲି ଭାରତ ରେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ମହଙ୍ଗା ଦର ଦାମ ସହ ବେକାରୀ ସମସ୍ୟା ମୁକାବିଲା କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇପଡିଛି, ତେବେ ଆସନ୍ତା ଦିନରେ ଆମେ 100 ଲକ୍ଷ କୋଟି ଜାତୀୟ ଭିତ୍ତିଭୂମି ମାଷ୍ଟରପ୍ଲାନ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ଆରମ୍ଭ କରିବୁ ଯାହା ସାମଗ୍ରିକ ଭିତ୍ତିଭୂମି ପାଇଁ ମୂଳଦୁଆ ପକାଇବ ଏବଂ ଆମ ଅର୍ଥନୀତିକୁ ଏକୀକୃତ ପଥ ଦେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭାରତ ଉଭୟ ଉତ୍ପାଦନ ଏବଂ ରପ୍ତାନି ବୃଦ୍ଧି କରିବା ଆବଶ୍ୟକ।  ଭାରତରୁ ସର୍ବଭାରତୀୟ ସ୍ତରରେ ବିକ୍ରି ହେଉଥିବା ପ୍ରତ୍ୟେକ ଦ୍ରବ୍ୟ ଭାରତ ସହିତ ସଂଲଗ୍ନ ହୋଇଛି, ସେଥିପାଇଁ ମୁଁ କହୁଛି ଯେ ଆପଣଙ୍କର ପ୍ରତ୍ୟେକ ଉତ୍ପାଦ ଭାରତ ପାଇଁ ଏକ ବ୍ରାଣ୍ଡ ଆମ୍ବାସାଡର ଅଟେ।

ଗତିଶକ୍ତି ଆମର ସ୍ଥାନୀୟ ଉତ୍ପାଦକମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପରିଣତ କରିବାରେ ସାହାଯ୍ୟ କରିବ | ଏହା ମଧ୍ୟ ଭବିଷ୍ୟତର ନୂତନ ଅର୍ଥ ନୈତିକ ସମ୍ଭାବନା ବିକାଶ କରିବ | ବିକାଶର ରାସ୍ତା ଦେଇ ଭାରତ ଉଭୟ ଉତ୍ପାଦନ ଏବଂ ରପ୍ତାନି ବୃଦ୍ଧି କରିବା ଆବଶ୍ୟକ,

ତେବେ ପ୍ରଧାନ ମନ୍ତ୍ରୀ ୧୦୦ ଲକ୍ଷ୍ୟ କୋଟି ଖର୍ଚ୍ଚ କରି ଆମ ଦେଶ ର ଯୁବକ ମାନଙ୍କୁ ନୂତନ ସୁଯୋଗ ଦେବେ ନିଜ ସ୍ବପ୍ନ ପୂରଣ କରିବାକୁ

Leave a Reply

Your email address will not be published. Required fields are marked *