ମନୋରଞ୍ଜନ

ପ୍ରେମିକା ର ସ୍ବାମୀ କୁ ମାରି ପ୍ରେମିକା ମଥା ରେ ଦେଲା ସିନ୍ଦୂର…

ପ୍ରେମ ରେ ବହୁତ ଘର ଖୁସିରେ ଗଢି ଉଠିଥିବା ଦେଖିଥିବେ , ଏବଂ ସେହି ପ୍ରେମ ପାଇଁ ମଧ୍ୟ ବହୁତ୍ ସଂସାର ଭାଙ୍ଗିଯାଇଥିବା ର ଦେଖିଥିବେ । ତେବେ ଆସନ୍ତୁ ଜାଣିବା ପ୍ରେମିକା ର ସ୍ବାମୀ କୁ ମାରି ଛୋଟ ଛୁଆଙ୍କୁ ବାପା ଛେଉଣ୍ଡ କରିଥିବା ଏକ ଦୁଃଖ ର ଖବର ର ବିଷୟରେ ।

୧ବର୍ଷ ର ଝିଅ ଏଵଂ ୭ ମାସ ର ଗର୍ଭବତୀ ମହିଳାଙ୍କ ସ୍ବାମୀ ଙ୍କୁ ମାରି ଦେଇ ଚାଲିଗଲା ସ୍ତ୍ରୀ ର ପ୍ରେମିକ । ଏହି ଘଟଣା ଘଟିଛି ଗଜପତି ଜିଲ୍ଲାର ରାୟଗଡ଼ା ଅନ୍ତର୍ଗତ ଜୀରାଙ୍ଗ ଗାଆଁ ରେ । ଅଟୋ ରେ ଶାଶୁ ଘରୁ ବାପା ଘରକୁ ଯାଉଥିଲେ ପରିବାର । ସ୍ବାମୀ ,ସ୍ତ୍ରୀ , ଝିଅ ଯାଉଥିବା ସମୟ ରେ ଘଟିଛି ଏହି ଘଟଣା । ଦିନ ରେ ଘଟିଛି ଏମିତି ନୃଶଂସ କାଣ୍ଡ ।

ସୂଚନା ଅନୁଯାୟୀ ରାଶିବଡ଼ ର ରଞ୍ଜିତ ଦଣ୍ଡିଆ ସ୍ତ୍ରୀ ଓ ୧ ବର୍ଷ ଝିଅ କୁ ନେଇ ଯାଉଥିଲେ । ଗଞ୍ଜାମ ଜିଲ୍ଲାର ବାପୁନି ଆଚରି ହଠାତ୍ ଅଟୋ ପାଖକୁ ଆସି ରଞ୍ଜିତ ଙ୍କ ଛାତୀକୁ ୩ ଥର ଛୁରା ମାଡ଼ କରିଥିଲେ । ଯାହା ଫଳରେ ରଞ୍ଜିତ ଙ୍କ ମୃତ୍ୟୁ ହୋଇଥିଲା । ବାପୁନି ଛୁରୀ ମାରି ଫେରାର ଥିଲା ବେଳେ ମଧ୍ୟ ଜୀରଙ୍ଗ୍ ଫାଣ୍ଡି ପୋଲିସ୍ ବାପୁନି କୁ ଧରିଛି ।

ରଞ୍ଜିତ ଙ୍କ ଘର ଲୋକ ତାଙ୍କ ବୋହୂ ସହ ବାପୁନି ଙ୍କ ପ୍ରେମ ସମ୍ପର୍କ ଥିବା କହିବା ସହ ,ପୂର୍ବରୁ ସେଥିପାଇଁ ଝଗଡ଼ା ହୋଇଥିବାର କହିଲେ । ତେବେ ସେହି ଘଟଣା ପାଇଁ ଏମିତି ନୃଶଂସ କାଣ୍ଡ ଘଟିଛି ବୋଲି କହିଛନ୍ତି । ହେଲେ ସବୁ ପରେ ବି ଗୋଟେ ଜୀବନ ଚାଲିଗଲା , ଛୁଆ ମାନେ ବାପା ଛେଉଣ୍ଡ ହେଇଗଲେ । ୭ ମାସ ର ଗର୍ଭବତୀ ସ୍ତ୍ରୀ ମୁଣ୍ଡ ବାଡେଇ କାନ୍ଦୁ ଛି । ହତ୍ୟାକାରୀ କୁ ଠିକ୍ ଶାସ୍ତି ଦିଆ ଯାଉ ବୋଲି ପରିବାର ଲୋକ କହିଛନ୍ତି ।

Leave a Reply

Your email address will not be published. Required fields are marked *