Ollywood

Mihir das ଙ୍କ ଦେହାନ୍ତ ରେ ପ୍ରତିକ୍ରିୟା ରଖି ଭୋ ଭୋ ହୋଇ କାନ୍ଦିଲେ Aparajita

ଅଧାରେ ରହିଗଲା ଅଭିନେତା ମିହିର ଦାସଙ୍କ ସ୍ବପ୍ନ।ଓଡ଼ିଆ ସିନେ ଜଗତର ପିତାମହ ଭୀଷ୍ମ କହିଲେ ଭୁଲ୍ ହେବ ନାହିଁ।ସେ ଥିଲେ ସମସ୍ତଙ୍କ ଅତି ଆପଣାର କାକା।ପିଲାଠୁ ବୟସ୍କ ସମସ୍ତେ ତାଙ୍କ ଅଭିନୟରେ ଥିଲେ ମନ୍ତ୍ରମୁଗ୍ଧ।ବର୍ତ୍ତମାନ କିନ୍ତୁ ସାରା ଓଡ଼ିଶା କୁ କନ୍ଦେଇ ଆରପାରିକୁ ଚାଲି ଯାଇଛନ୍ତି ଅଭିନେତା ମିହିର ଦାସ।

ଯେତେ ବି ଲେଖିଲେ ତାଙ୍କ ପାଇଁ କମ୍ ହେବ।ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ।୧୯୭୯ ମସିହାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ।ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା”ମଥୁରା ବିଜୟ”।ତାପରେ ସେ ଆଉ ପଛକୁ ଚାହିଁ ନଥିଲେ।ସେ ବହୁତ ହିଟ୍ ଚଳଚ୍ଚିତ୍ର କରିଛନ୍ତି।

କେବେ ନାୟକ,ଖଳ ନାୟକ ଓ କେବେ ଭାଇ ହୋଇ ସେ ସମସ୍ତଙ୍କର ମନ କିଣି ନେଇଥିଲେ।ଆଜି ତାଙ୍କୁ ହରେଇ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଛି।ପ୍ରାୟ ଦୁଇ ଶହ ରୁ ଉର୍ଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି। ଜିନା ଙ୍କ ସହିତ “ଫେରି ଆ ମୋ ସୁନା ଭଉଣୀ”ଏବଂ “ରାଖୀ ବାନ୍ଧିଲି ମୋ ରଖିବ ମାନ” ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା।

ଅଭିମନ୍ୟୁ ରେ ଖଳ ନାୟକ ଭାବେ ଏକ ନିଆରା ଛବି ତିଆରି କରିଥିଲେ।ରାଜନୀତିରେ ମଧ୍ୟ ରହିଥିଲେ।ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।ସାକ୍ଷାତକାର ରେ କହିଥିଲେ ତାଙ୍କର ଶେଷ ସ୍ବପ୍ନ ଲୋକଙ୍କ ପାଇଁ ବହୁତ କିଛି କରିବାକୁ ଅଛି।କିନ୍ତୁ ସ୍ବପ୍ନ ଅଧାରେ ରହିଗଲା।

Leave a Reply

Your email address will not be published. Required fields are marked *