ମହିଳା ଜଣଙ୍କ ସ୍ବାମୀ ଯାହା କରିଛନ୍ତି ମିଡ଼ିଆ ସାମ୍ନାରେ କହିଛନ୍ତି। ସ୍ବାମୀ ଜଣଙ୍କ ମାର୍କେଟକୁ ଆସିଥିଲେ। ଆସିକି କହିଲେ ପୁଅ କୁ ନେଇକି ଆସେ ଦେଖା କରିବି।ତାପରେ ମହିଳା ଜଣଙ୍କ କହିଥିଲେ ମୁଁ ମାର୍କେଟ ଯିବି ନାହିଁ କି ତୁମକୁ ଦେଖା ମଧ୍ୟ କରିବି ନାହିଁ।ସେ ଛକରେ ଓହ୍ଲେଇ ବାରମ୍ବାର ବାରମ୍ବାର ମୋବାଇଲ କୁ ଫୋନ କରିଥିଲେ।
ବାରମ୍ବାର ବାରମ୍ବାର ଫୋନ କରି ଡାକିଲା ପରେ ମହିଳା ଜଣଙ୍କ ଛକକୁ ଆସିଥିଲେ।କହିଥିଲେ ଘରକୁ ଚାଲ,ଯାହାବି ଅସୁବିଧା ହୋଇଛି ଘରେ କଥା ହୋଇଯିବା।କିନ୍ତୁ ବ୍ୟକ୍ତି ଜଣଙ୍କ କହିଥିଲେ ନାଁ ଘରକୁ ଯିବିନି ,ଯାହା କଥା ହେବାର ଅଛି ସେହି ଛକରେ ହିଁ କଥା ହେବେ।
ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ କହିଥିଲେ କଣ ଲକ୍ଷେ ଟଙ୍କା ଦେଇଛ,ଛାଡ଼ପତ୍ର କେତେବେଳେ କଣ କରିଛ?ସ୍ବାମୀ କହିଥିଲେ ହଁ ତୁ ମତେ ଛାଡ଼ପତ୍ର ନିଜ ହାତରେ ଦେଇଛୁ।ସେହି ଛକ ଉପରେ ନିଜ ସ୍ତ୍ରୀ କୁ ଟାଣି ଓଟାରି ଜୋରେ ମାରିଲେ।ସେଠିକାର ଲୋକମାନେ ଏସବୁ ଦେଖି ତାଙ୍କୁ ଅଟକେଇ ରଖିଛନ୍ତି।
ମହିଳା କହିଛନ୍ତି ମତେ ଲଗେଇକି ୩ ଥର ସେ ବାହା ହେଲେଣି।ପ୍ରଥମ ଯାହାକୁ ବାହା ହେଇଥିଲେ ସେ ମରିଯାଇଛନ୍ତି।ଦ୍ଵିତୀୟ ଜଣଙ୍କ ଘରେ ଅଛନ୍ତି ଏବେ। ଏବଂ ମୋ ସହିତ ଏମିତି କରୁଛନ୍ତି।ତାଙ୍କ ସ୍ବାମୀଙ୍କର ଆଉ କେଉଁଠି କିଏ ଥିବେ ସେ ଜାଣି ନାହାନ୍ତି।ଏହିଭଳି ସ୍ତ୍ରୀ ଜଣଙ୍କ କହିଛନ୍ତି।