ମାକ୍ସ ପିନ୍ଧିନ ଏବେ ଲଡୁ ଖାଅ ତେଜିଲେ ପୋଲିସ ଓ-ମିକ୍ରନ୍ ପାଇଁ କଡାକଡି ନିୟମ ଲାଗୁ

ପୋଲିସ ସବୁବେଳେ ଲୋକମାନଙ୍କୁ ସଚେତନ କରୁଥିବା ବେଳେ ମଧ୍ୟ ମହାମାରୀ ଲୋକମାନଙ୍କ ଅସାବଧାନତା ପାଇଁ ବୃଦ୍ଧି ପାଇବାରେ ଲାଗିଛି । ମହାମାରୀ ର ନୂଆ ଭାରିଆଣ୍ଟ ଓ-ମିକ୍ରନ୍ ମଧ୍ୟ ଓଡ଼ିଶାରେ ଦେଖା ଦେଇଛି ।

ତେବେ ଏହି କ୍ଷେତ୍ରରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛି ସୁରକ୍ଷା ଦାତା ପୋଲିସ । ପୋଲିସ କୁ ଡରି ସମସ୍ତେ ମାସ୍ମ ପିନ୍ଧିଥିବା ବେଳେ ପୋଲିସ ସଚେତନ କରିବା ପାଇଁ ଗଠନ କରିଛି ଏକ ନୂଆ ପ୍ରୟାସ । ନବ ବର୍ଷ ରାତିରେ ଦେଖିବାକୁ ମିଳିଥିଲା ପୋଲିସ ର ଭିନ୍ନ ପ୍ରୟାସ ଟି ।

ଶତକଡା ୩୦ ପ୍ରତିଶତ ଲୋକେ ମାସ୍କ ପିନ୍ଧି ନଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ । ପୋଲିସ ଏଥର ଫାଇନ ଆଦାୟ ନକରି ତାଙ୍କ ଫଟୋ ଉଠାଇବା ସହ ଲଡୁ ଖୁଆଇ ଦେଇଥିଲେ ।

ସବୁବେଳେ ଫାଇନ କାଟି ମଧ୍ୟ ଲୋକଙ୍କ ମନରେ ସଚେତନ ନ ଆଣିପାରିବା ରୁ ପୋଲିସ ଆରମ୍ଭ କରିଥିଲା ଏମିତି ପ୍ରୟାସ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରଲ୍ ହେବା ସହ ପୋଲିସ ଙ୍କ ଏପରି ଭିନ୍ନ ପ୍ରୟାସ କୁ ସାଲ୍ୟୁଟ କରିଛନ୍ତି । ଏବଂ ଜନ ସାଧାରଣ ଚେତିବେ ବୋଲି ଆଶା କରିଛନ୍ତି ।

Leave a Comment