Ollywood ର ନୂଆ love ଯୋଡ଼ି , ଆସୁଛି mihir das ଆଉ aparajita ଙ୍କ ପ୍ରେମ କାହାଣୀ

ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା ମିହିର ଦାସ୍ ଙ୍କ ର ଏକ ନୂଆ ଓଡ଼ିଆ ସିନେମା ଆସୁଅଛି।ଯେଉଁଥିରେ ତାଙ୍କୁ ମଜାଦାର ଭୂମିକାରେ ଦେଖିବାକୁ ପାଇବେ।ଫିଲ୍ମଟି ର ନାଁ ହେଉଛି “ପଗଲୁ”।ପଗଲୁ ର କାହାଣୀ ଅନୁଯାଇ,ମିହିର ଦାସ୍ ଓ ଅପରାଜିତା ଦୁହେଁ ବାହା ହୋଇନାହାନ୍ତି।

କିନ୍ତୁ ଦୁହିଁଙ୍କର ବୟସ ୫୦ ରୁ ଉର୍ଦ୍ଧ ହୋଇଗଲାଣି।କିନ୍ତୁ ସେ ଦୁହେଁ କିଛି କାରଣ ପାଇଁ ଆଜି ବି ବାହା ହୋଇନାହାନ୍ତି।ସେହି ଫିଲ୍ମରେ ମିହିର ଦାସ୍ ଜଣେ ଡାକ୍ତର।ଏବଂ ଅପରାଜିତା ମହାନ୍ତି ଶିକ୍ଷୟତ୍ରୀ ହୋଇଛନ୍ତି।ଘଟଣା ଚକ୍ରରେ ସେ ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଛନ୍ତି।

ଏହି ଦୁଇ ଜଣଙ୍କର ଏକ ଜବରଦସ୍ତ ପ୍ରେମ କାହାଣୀ ରହିଛି।ଏବଂ ଅଭିଷେକ ଓ ପ୍ରକୃତିଙ୍କ ର ଲଭ୍ ସ୍ଟୋରୀ ସାଙ୍ଗକୁ ମିହିର ଦାସ୍ ଓ ଅପରାଜିତା ଙ୍କ ପ୍ରେମ କାହାଣୀ ବି ସମାନ୍ତର ଗତି କରିଛି।ସେ ଦୁହେଁ କାହିଁକି ବିବାହ କରିନାହାନ୍ତି। ଓ ଯୁବପ୍ରେମୀ ଅଭିଷେକ ଓ ପ୍ରକୃତିଙ୍କ ସହିତ କି ସଂପର୍କ ରହିଛି?

ଏଥିପାଇଁ ଏହି ଫିଲ୍ମଟି ଆସିବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ।ଏହି ଫିଲ୍ମରେ ମିହିର ଦାସ୍ ବ୍ୟତୀତ ଅପରାଜିତା ମହାନ୍ତି,ନବାଗତ ଅଭିଷେକ,ପ୍ରକୃତି ମିଶ୍ର, ଦୈତାରି ପଣ୍ଡା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।ରାମପ୍ରସାଦ ସାମଲ ହେଉଛନ୍ତି ଫିଲ୍ମର ନିର୍ଦ୍ଦେଶକ।

Leave a Comment