NewsLatestSpecial Report

ବାହାଘର ବରଯାତ୍ରୀ ଙ୍କ ବାଣ ରେ ହେଲା ଅ-ଘ-ଟ-ଣ ..ବାଣ ନି-ଆଁ ରେ ଜିଅନ୍ତା ଜ-ଳିଗଲେ ପରିବାର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୃ-ତ୍ୟୁ ଆସି ଏଭଳି ସମୟରେ ପହଞ୍ଚି ଯାଇଥାଏ ଯାହାକୁ ଆପଣ ସ୍ୱପ୍ନରେ ମଧ୍ୟ କେବେ ହେଲେ ଚିନ୍ତା କରି ନଥିବେ। ଖୁସୀରେ ରୋଷଣୀ ମଧ୍ୟ ଜୁଇ ର ଚିତା ପାଲଟି ଯାଇପାରେ। ଆଉ ଆପଣ ଏବିଷୟରେ କେବେ ହେଲେ ମଧ୍ୟ ଚିନ୍ତା ବି କରି ନଥିବେ।

ବାହାଘରର ବାଣ ରେ ଗୋଟେ ପରିବାରର ଛଅ ଜଣ ଜୀବନ୍ତ ଦଗ୍ଧ ହୋଇଗଲେ। ବିହାର ରୁ ଏବେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି।ବିବାହ ସମାରୋହ ଯିବା ସମୟରେ ଆତସବାଜି ଯୋଗୁଁ ଏକ ଘରେ ନିଆଁ ଲାଗି ଯାଇଥିଲା। ଯେଉଁ କାରଣରୁ ଗୋଟେ ପରିବାରର ଛଅଟି ଲୋକଙ୍କ ମୃ-ତ୍ୟୁ ଘଟି ଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।

ଖବର ମୁତାବକ ବିହାର ର ଏକ ଗ୍ରାମରେ ବିବାହ ଉତ୍ସବ ଚାଲିଥିଲା। ଏହି ବିବାହ ଉତ୍ସବରେ ଆତସବାଜି ମଧ୍ୟ ହେଉଥିଲା। ଏହାରି ମଧ୍ୟରେ ଆତସବାଜି ଯୋଗୁଁ ଏକ ଘରେ ମଧ୍ୟ ନିଆ ଲାଗି ଯାଇଥିଲା।ଆଉ କିଛି ସମୟ ମଧ୍ୟରେ ଚାହୁଁ ଚାହୁଁ ନିଆଁ ଏତେ ବ୍ୟାପି ଯାଇଥିଲା କି ଏହାକୁ ଲିଭାଇବା ଧୀରେ ଧୀରେ କଷ୍ଟକର ହୋଇ ପଡ଼ିଲା।

ଏହି ନିଆଁ ଦ୍ବାରା ଘରେ ଥିବା ଗ୍ୟାସ ସିଲିଣ୍ଡର ମଧ୍ଯ ବିସ୍ପୋରଣ ହୋଇଥିଲା। ଖାଲି ସେତିକି ନୁହେଁ ଘରେ ଥିବା ଡିଜେଲ ଡ୍ରମ ମଧ୍ୟ ନିଆଁ କବଳକୁ ଆସି ଯାଇଥିଲା। ଏହା ଦ୍ବାରା ଅଗ୍ନି କାଣ୍ଡ କୁ ଆୟତ କରିବା ଖୁବ କଷ୍ଟକର ହୋଇ ପଡିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଏହି ଘଟଣାରେ ଗୋଟେ ପରିବାର ର ଛଅ ଜଣଙ୍କ ଜୀବନ ଚାଲି ଯାଇଛି।

ଏହି ଘଟଣା ଏବେ ସାରା ଅଞ୍ଚଳରେ ମଧ୍ୟ ଚହଳ ସୃଷ୍ଟି କରିଛି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ଘଟଣା ମଧ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହାକୁ ନେଇ ଲୋକମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Leave a Reply

Your email address will not be published. Required fields are marked *