ସାମ୍ନାକୁ ଆସିଲା ହାଇଟେକ ମେଡିକାଲର ଅସଲ ରୂପ, ମରିବା ପରେ ମଧ୍ୟ ଜଣାଇଲେ ନାହିଁ

ମଣିଷ ଜୀବନ ପାଣି ଫୋଟକା । କେତେବେଳେ ଯେ କାହାର କଣ ହେବ କିଏବା କହିବ । ଭଗବାନ ଙ୍କ ପରେ ୨ୟ ଭଗବାନ ଭାବେ ଡକ୍ଟର ଙ୍କୁ ସମସ୍ତେ ମାନିଥାନ୍ତି । ହେଲେ ଯେତେବେଳେ ହସ୍ପିଟାଲ୍ ରେ ରୋଗୀକୁ ହଇରାଣ କରାଯାଏ , ଯେତେବଳେ ରୋଗୀ ର ପରିବାରକୁ ମିଛ କଥା କୁହା ଯାଏ ସେତେବେଳେ ଲୋକଙ୍କ ହସ୍ପିଟାଲ୍ ଓ ଡାକ୍ତର ଙ୍କ ଉପରୁ ଭରଷା ଉଠି ଯାଇଥାଏ । ଜଣେ ବହୁତ୍ ଦୁଃଖ କଷ୍ଟ କରି ପଇସା ଯୋଗାଡ଼ କରି ରୋଗୀକୁ ନେଇ ମେଡିକାଲ ଆସିଥାଏ । ବହୁତ୍ ବିଶ୍ବାସ ଏବଂ ଆଶା ନେଇ ହେଲେ ଯେତେବେଳେ ରୋଗୀ ର ସ୍ବାସ୍ଥ୍ୟାବସ୍ଥା ନେଇ ପରିବାରକୁ ମିଛ ଆଶ୍ୱାସନା ଦିଆଯାଏ ଏବଂ ପରେ ମୃତ ହେଇଥିବା କଥା କୁହାଯାଏ । ସେତେବେଳେ ରୋଗୀ ର ପରିବାର ଙ୍କ ସବୁ ବିଶ୍ବାସ ଭାଙ୍ଗିଯାଏ । ସେମିତି ଜଣେ ରୋଗୀଙ୍କ କଥା ତାଙ୍କ ପରିବାର ର ଅଭିଯୋଗ ଆସନ୍ତୁ ଜାଣିବା ।

ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ରେ ଚିକିତ୍ସିତ ହୋଇ ଥିଲେ ଜଣେ ରୋଗୀ । ରୋଗୀଙ୍କ ପରିବାର ର କହିବା ମୁତାବିକ ରୋଗୀଙ୍କୁ ପରିବାର କୁ ଦେଖିବାକୁ ଦିଆ ଯାଇନଥିଲା । ରୋଗୀଙ୍କ ଆଖିରେ ପଟି ବାନ୍ଧି ଦିଆଯାଇଥିଲା । ପଚାରିବାରୁ ଆଖି ଶୁଖି ଯାଉଥିବା କଥା କହିଥିଲେ । ରୋଗୀ ଙ୍କ ବଞ୍ଚିଥିବା କଥା କହିଥିଲେ ,ହେଲେ ପୁଣି ମୂର୍ତ୍ୟୁ କଥା କହିଥିଲେ । ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ତାଙ୍କର ମୃତ୍ୟୁ ହେଇଯାଇଥିଲା ବେଳେ ହିଁ ହସ୍ପିଟାଲ୍ ରେ ସେ କଥା ଲୁଚେଇଥିଲେ ।ପରେ ମେଡ଼ିସିନ୍ ଆଣିବାକୁ ମଧ୍ୟ କହିଥିଲେ ।ପରେ ତାଙ୍କ ସ୍ବାମୀ ଚାଲି ଯାଇଥିବା କଥା କହିଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି ।

ପରିବାର ର ଲୋକ ତାଙ୍କୁ ସବୁବେଳେ ମିଛ କଥା କୁହାଯାଇଥିବା କଥା ଅଭିଯୋଗ ଆଣିଛନ୍ତି । ଏତେ ବଡ଼ ଦୁଃଖ ରେ ଭାଙ୍ଗି ପଡ଼ିଛି ପରିବାର । ବାହୁନି କାନ୍ଦୁଛନ୍ତି ମୃତ୍ୟୁ ରୋଗୀଙ୍କ ପତ୍ନୀ ଏବଂ ଝିଅ ।ସତରେ କେତେ ଦୁଃଖ ର ବିଷୟ । ପରିବାର ର ଯେତେ ଅସୁବିଧା ଥାଉ ନ କାହିଁକି ପଇସା କୁ ଯୋଗାଡ଼ କରିବାରେ ଲାଗି ଯାଇଥାନ୍ତି ପରିବାର । ଆଶା ଥାଏ ମେଡିକାଲ ରେ ତାଙ୍କ ପରିବାର ଲୋକଟି କୁ ଡକ୍ଟର ଭଲ କରିଦେବେ । କେବେ ବି ମିଛ କଥା କହି ଏହିପରି ହଇରାଣ କରିବେ ନାହିଁ । ହେଲେ ଯେତେବେଳେ ରୋଗୀ ଓ ତାର ପରିବାର ଏତେ କଷ୍ଟ କରି ମଧ୍ୟ ମେଡିକାଲ ରେ ଏହିପରି ହଇରାଣ ହୁଏ । ସେତେବେଳେ ସେ ସବୁ ବିଶ୍ବାସ ଭାଙ୍ଗିଯାଏ ।ସତରେ କେତେ ହୁର୍ଦୟ ବିଦାରକ ଘଟଣା । ଏହି ଭଳି ବହୁତ ରୋଗୀ ଓ ତାଙ୍କ ପରିବାର ମେଡିକାଲ ରେ ଚିକିତ୍ସା ସମୟ ରେ ବହୁତ୍ ହଇରାଣ ର ଶିକାର ହେଇଥିବା କଥା ସବୁବେଳେ ସମସ୍ତେ ଶୁଣିଛନ୍ତି ।

Leave a Comment