ଘରେ କେହି ନଥିଲା ବେଳେ ପୋଷା କୁକୁର କୁ ଆକ୍ରମଣ କଲା ଭୂତ, ଦେଖନ୍ତୁ ଭିଡିଓ ରେ ପରେ କଣ ହେଇଗଲା..

ଭୂତ ନାଁ ଶୁଣିଲେ ଆମେ ଭୟ ପାଇ ଯାଉ, ଆମ ଭିତରେ ଗୋଟେ ଛନକା ସୃଷ୍ଟି ହୁଏ , ଭୂତ ପିଶାଚ ମାନେ ଆମକୁ ଦେଖାଯାଆନ୍ତି ନାହିଁ ସତ ହେଲେ କ୍ଷତି ପହଞ୍ଚାଇ ଥାଆନ୍ତି ବୋଲି ଆମର ଧାରଣା ଥାଏ

ତେବେ ମଣିଷ ମାନେ ଭୂତ ଙ୍କ ଉପସ୍ଥିତି ହୁଏତ ଜାଣିପାରନ୍ତି ନାହିଁ ହେଲେ କୁକୁର ମାନେ ଜାଣିପାରନ୍ତି, ଆପଣ ମାନେ ଦେଖିଥିବେ ରାତି ଅଧ ରେ କୁକୁର ମାନେ ଏକ ନିର୍ଦ୍ଧିଷ୍ଟ ସ୍ଥାନ କୁ ଦେଖି ଭୁକୁଥାଆନ୍ତି, ଯେମିତି ସେମାନେ ସେଇ ସ୍ଥାନ ରେ କାହାକୁ ଦେଖିଛନ୍ତି ।

ଆଜି ଆମେ ଆପଣ ଙ୍କୁ ଠିକ୍ ଏମିତି ଗୋଟେ ଭିଡିଓ ଦେଖାଇବାକୁ ଯାଉଛୁ ଯେଉଁଠି ମାଲିକ ଘରେ ନଥିଲା ବେଳେ ଗୋଟେ କୁକୁର ଉପରେ ଏକ ଆତ୍ମା ଆକ୍ରମଣ କରୁଚି ଯାହା ସିସିଟିଭି ରେ ସମ୍ପୂର୍ଣ ଭାବରେ ରେକର୍ଡ ହେଇ ଯାଇଛି

ଘଟଣା ଟି ହେଉଛି ଜଣେ ମହିଳା ଟିକ୍ ଟକ ୟୁଜର ତାଙ୍କ ଘରେ ପ୍ରତିଦିନ ଭଙ୍ଗା ରୁଜା ହେଉଥିବା ଆଉ ଜିନିଷ ପତ୍ର ସବୁବେଳେ ଇଆଡେ ସିଆଡେ ହେଇ ପଡୁଥିବା ନଜିର କରି ନିଜ ଘରେ କ୍ୟାମେରା ଲଗାଇଥିଲେ

ଅଚାନକ ଦିନେ କ୍ୟାମେରା ରେ ଏମିତି ଗୋଟେ ଜିନିଷ ରେକର୍ଡ ହେଲା ଯାହା ତାଙ୍କୁ ବି ଚକିତ କରିଦେଲା, ତାଙ୍କ କୁକୁର କୁ କିଏ ଶୂନ୍ୟ ରେ ଉପରକୁ ଟେକି ଧରୁଛି ଆଉ ତା ବେକ ମଧ୍ୟ ଚିପୁଛି, କୁକୁର ଟି ର ବେକରୁ ପଟି ଟି ମଧ୍ୟ ଛିଣ୍ଡି ଯାଉଛି,

ଏଇ ଭିଡିଓ ସେ ଦେଖି ସେୟାର କରି କହିଥିଲେ କି ଏଇ କାମ କେବଳ ଭୂତ ହିଁ କରିପାରିବ, ତେବେ ଏହା ପରେ ସେ ସେଇ ଘର ଛାଡ଼ି ଦେଇଥିବା ଖବର ଆସୁଛି, ଆପଣ ଙ୍କୁ କଣ ଲାଗୁଛି ସେ ଭୂତ ହେଇଥିବ ନା ଆଉ କିଏ

Leave a Comment