ଛତିଶଗଡ଼ର ରାଜନନ୍ଦ ଗାଁରେ ବଳାତ୍କାରର ଏକ ମାମଲାରେ ଫାଷ୍ଟ ଟ୍ରାକ କୋର୍ଟ ନିଷ୍ପତ୍ତି ନେଇ ୨୪ ବର୍ଷୀୟ ଯୁବକଙ୍କୁ ଫାଶୀ ଦଣ୍ଡ ଶୁଣାଇଛି | ଯୁବକ ଝିଅଟିକୁ ବଳାତ୍କାର କରିବାପରେ ତାକୁ ହତ୍ୟା କରିଦେଇଥିଲା | ସେହି ଯୁବକଙ୍କୁ ଫାଶୀ ଦେବାପାଇଁ ସେହି ସମୟରେ ଖୁବ ପ୍ରଦର୍ଶନ କରାଯାଇଥିଲା | ଜିଲ୍ଲାରେ ଏହା ପ୍ରଥମ ମାମଲା ଅଟେ, ଯେତେବେଳେ କାହାକୁ ମୃତ୍ୟୁଦଣ୍ଡ ଦିଆଯାଉଛି | ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଘଟଣାଟି ଗତ ବର୍ଷ ଗଣେଷ ପୂଜା ସମୟରେ ହୋଇଥିଲା ଏବଂ ନିଷ୍ପତ୍ତି ମଧ୍ୟ ଗଣେଶ ପୂଜା ସମୟରେ ହିଁ ଆସିଲା |
ଗତ ବର୍ଷ ଅଗଷ୍ଟ ୨୦୨୦ ରେ ଚି଼ଖଲିର କାଙ୍କେର ଗାଁରେ ୩ବର୍ଷର ଗୋଟିଏ ଛୋଟ ଝିଅକୁ ଅପହରଣ କରି ନିଆଯାଇଥିଲା | ଯେତେବେଳେ ପୋଲିସ ଛୋଟ ଝିଅ ନିଖୋଜ ହେବା ବିଷୟରେ ଜାଣିଲା, ସେତେବେଳେ ଯାଞ୍ଚ କରିବାରୁ ଜଣାପଡିଲା ଯେ ପାଖରେ ରହୁଥିବା ଶେଖର ତାକୁ ନିଜ ସହିତ ନେଇ ଯାଇଥିଲା | ପୋଲିସ ତା ଘରକୁ ଯାଞ୍ଚ କରିଥିଲା, ସେତେବେଳେ ତା ଘରୁ ହିଁ ଝିଅଟିର ଶବକୁ ଉଦ୍ଧାର କରାଯାଇଥିଲା |
ଚକଲେଟର ଲୋଭ ଦେଖାଇ ଡାକିନେଲା :-
ଝିଅଟି ଘର ଅଗଣାରୁ ହିଁ ଗାଏବ ହୋଇଥିଲା, ତେଣୁ ପରିବାର ଲୋକେ ଏବଂ ଗାଁ ଲୋକମାନେ ପ୍ରଥମେ ଆଖପାଖ ଅଂଚଳରେ ଖୋଜିଲେ, କିନ୍ତୁ ଝିଅ ନ ମିଳିବାରୁ ପୋଲିସକୁ ସୂଚନା ଦିଆଯାଇଥିଲା | କେହି ଜଣେ ଝିଅଟିକୁ ଶେଖର ସହିତ ଯିବାର ଦେଖିଥିଲା, ତେଣୁ ପଚରାଉଚରା ପରେ ହତ୍ୟାକାରୀ ଶେଖର କହିଲା ଯେ ସେ ଝିଅକୁ ଚକଲେଟର ଲୋଭ ଦେଖାଇ ନେଇଯାଇଥିଲା ଏବଂ ବଳାତ୍କାର କରିଥିଲା | କିନ୍ତୁ ଝିଅଟି ଯେତେବେଳେ ଚିତ୍କାର କଲା, ସେତେବେଳେ ସେ ଡରିଯାଇ ତାକୁ ତକିଆ ଦ୍ୱାରା ମୁହଁକୁ ଦବାଇ ମାରିଦେଲା | ସେ ଝିଅର ଶବକୁ ସେଠାରୁ ନେଇଯିବା ପୂର୍ବରୁ ହିଁ ପୋଲିସ ତାକୁ ଧରିନେଲା | ପୋଲିସ ମଧ୍ୟ ଏହି ମାମଲାରେ ବହୁତ ଶୀଘ୍ର ଆକ୍ସନ ନେଲା, ତେଣୁ ତାର ଫଳାଫଳ ଶୀଘ୍ର ନିଷ୍ପତ୍ତି ନିଆଯାଇପାରିଲା |
ଜଜ ଲେଖିଲେ – ମୃତ୍ୟୁ ଦେଲେ ଯାଇ ମିଳିବ ନ୍ୟାୟ :-
୧ବର୍ଷ ଧରି ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଶୈଳେଶ ଶର୍ମା ନିଜ ଜଜମେଣ୍ଟରେ ଲେଖିଲେ ଯେ ଏହା ସମାଜରେ ଘୃଣ୍ୟ ଏବଂ କଳଙ୍କିତ କରିବାଭଳି ମାମଲା ଅଟେ, ଏଥିରେ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ହିଁ ଝିଅକୁ ନ୍ୟାୟ ମିଳିବ | ଯୁବକଙ୍କୁ ପୋକସୋ ଅର୍ଥାତ ପ୍ରୋଟେକ୍ସନ ଅଫ ଚିଲଡ୍ରେନ ଫ୍ରାମ ସେକ୍ସୱାଲ ଏଭ୍ୟୁଜ ଅଧୀନରେ ଫାଶୀ ଦଣ୍ଡ ଶୁଣାଯାଇଛି |