ମୂଳାକୁ ସମସ୍ତେ ସାଲାଡ଼ ରେ ଖାଇଥାନ୍ତି। ମୂଲାର ପରାଠା ମଧ୍ୟ ଲୋକମାନେ ଖୁସିରେ ଖାଇଥାନ୍ତି।ତାହା ହେଲଦି ହୋଇଥାଏ। ମୂଳାରେ ଆଇରନ, ଫୋଳିକ୍ ଏସିଡ,ଭିଟାମିନ ସି,କ୍ୟାଲସିୟମ ରହିଥାଏ।ମୂଳାରେ ଡାଇବେଟିସ,କିଡନୀ ଏହି ସବୁ ସମସ୍ୟାରୁ ଫାଇଦା ମିଳିଥାଏ।
କିନ୍ତୁ ଯଦି ମୂଳାକୁ ଭୁଲ ଭାବେ ଖାଇବେ ତାହେଲେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ। ମୂଳାକୁ ଦିନରେ ଖାଇବେ।ରାତିରେ ଖାଇଲେ ଥଣ୍ଡା,ଜ୍ଵର ହୋଇଥାଏ। କିଡନୀ ରେ ଷ୍ଟୋନ ସମସ୍ୟା ହେଲେ ମୂଳା ପତ୍ରର ରସ ପିଇବ ଜରୁରୀ।ଦିନକୁ ୩ ଥର ପିଇବା ନିହାତି ଆବଶ୍ୟକ।
ଯଦି ଆପଣଙ୍କୁ ଥଣ୍ଡା,କାଶ ହୋଇଥାଏ ତାହେଲେ ମୂଳାର ଜୁଶ୍ ପିଇଲେ ଥଣ୍ଡା ଭଲ ହୋଇଥାଏ।ବହୁତ୍ ଦିନ ଧରି କାଶ ହେଉଥିଲେ ମୂଳାକୁ ଛାଇରେ ଶୁଖାଇ ତାର ପେଷ୍ଟ୍ କରି ପ୍ରତ୍ୟେକ ଦିନ ଗୋଟେ ଚାମଚ ଖାଇଲେ କାଶ ଭଲ ହୋଇଥାଏ।ଶରୀରରେ ରକ୍ତର ପରିମାଣ କମ ଥିଲେ କମଜୋର ଲାଗିଥାଏ ।
ତେଣୁ ଏଥିପାଇଁ ମୂଳା ପତ୍ରର ରସ ପିଇବା ଜରୁରୀ ହୋଇଥାଏ।ଦିନକୁ ୩ ଥର ପିଇବେ। ମୂଳାର ରସ କୁ ଚୁଟିରେ ଲଗାଇଲେ ଫାଇଦା ହୋଇଥାଏ।ଯଦି ମୂଳାର ପରଠା ଖାଇସାରି କ୍ଷୀର ପିଇବେ ତାହେଲେ ପେଟର ସମସ୍ୟା ହୋଇଥାଏ।ବେଶି ସମୟ ଧରି ଖାଇଲେ ସ୍କିନ୍ ଖରାପ ମଧ୍ୟ ହୋଇଥାଏ।