ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ ଯଦି ଅଭିନେତ୍ରୀ ଝିଲିକ୍ ଙ୍କୁ ନିଶ୍ଚୟ ଜାଣିଥିବେ।ସେ ଓଲିଉଡକୁ ବହୁତ ହିଟ୍ ଫିଲ୍ମ୍ ଦେଇଛନ୍ତି।ସେ ଆଉ ଓଡ଼ିଶାକୁ ଫେରିବେ ନାହିଁ ବୋଲି ଜଣାପଡିଛି।ବଙ୍ଗଳା ଅଭିନେତ୍ରୀ ଝିଲିକ ଓଡ଼ିଶାରେ ୨୦୧୩ ମସିହାରୁ ନିଜର ଫିଲ୍ମ୍ ଆରମ୍ଭ କରିଥିଲେ।
ଏଥିରେ ତାଙ୍କର ନାୟକ ଥିଲେ ଅମ୍ଳାନ। ଓ ଏହା ପରେ ଅନୁଭବ,ବାବୁଶାନ୍ ଏପରି ବହୁତ ଗୁଡ଼ିଏ ବଡ଼ ବଡ଼ ହିରୋ ମାନଙ୍କ ସହିତ ମିଶି ହିଟ୍ ଫିଲ୍ମ୍ ର ଅବଦାନ ସେ ଓଲିଉଡ଼ କୁ ଦେଇଛନ୍ତି।ସମସ୍ତ ଲୋକମାନଙ୍କର ପ୍ରିୟ ମଧ୍ୟ ସେ ହୋଇଛନ୍ତି।ବାବୁଶାନ୍ ଙ୍କ ସହିତ କରିଥିବା “ସୁପର ମିଛୁଆ”କରିଥିଲେ।
ଓ “ଆଖିରେ ଆଖିରେ” ବହୁତ ପରିମାଣରେ ହିଟ୍ ହୋଇଥିଲା।ଅନୁଭବଙ୍କ ସହ “ଜଗା ହାତରେ ପଘା” ଓ ଅଗସ୍ତ୍ୟ” ଫିଲ୍ମ୍ କରିଥିଲେ।ଆରିନ୍ଦମଙ୍କ ସହିତ ଲଭ୍ ୟୁ ହମେଶାରେ ତାଙ୍କର କମାଲ ଦେଖେଇଛନ୍ତି।ଏବେ ଏକ ସୂଚନାରୁ ଜଣାପଡିଛି ଯେ ଝିଲିକ୍ ଓଡ଼ିଶା ଫେରିବେ ନାହିଁ।
ଗତ କିଛି ଦିନ ହେବ ଝିଲିକ୍ ଙ୍କୁ ଭଲ ଫିଲ୍ମ୍ ମିଳୁନାହିଁ।କଲିକତାରେ ଅଭିନୟ କରିବ ପାଇଁ ଅଫର୍ ମିଳିଥିଲା।ସେ ସେହି ଫିଲ୍ମ୍ କରି ସଫଳ ହୋଇଛନ୍ତି।ତାଙ୍କ ପାଖରେ ଆଗକୁ ଆହୁରି ବଙ୍ଗଳାର ୬ ଟା ଫିଲ୍ମ୍ କରିବେ ବୋଲି ରହିଛି।ଏଥିପାଇଁ ସେ ପ୍ରାୟେ ୨-୩ ବର୍ଷ ଓଡ଼ିଶାକୁ ଫେରି ପାରିବେ ନାହିଁ।