ଆପଣ ସବୁବେଳେ ବିଭିନ୍ନ ପ୍ରକାର ଖରାପ ଖବର ଶୁଣୁଥିବେ। ଯାହାକୁ ଶୁଣି ଶୁଣି ସମସ୍ତେ ନିଶ୍ଚୟ ଭାବୁଥିବେ ଆମେ କେମିତିକା ସମାଜ ରେ ରହୁଛୁ । କାରଣ ନର ରୂପୀ ରାକ୍ଷସ ଙ୍କ ସଂଖ୍ୟା ଏହି ସମାଜ କୁ କଳୁଷିତ କରିବାରେ ଲାଗିଛି । ହେଲେ ସମାଜ ଆଜି ବି ଏମିତି କିଛି ମହାନ ବ୍ୟକ୍ତି ଅଛନ୍ତି ଯାହାଙ୍କ ମନ ର ପବିତ୍ରତା ,ଦୟା , ପରୋଉପକାର ଚିନ୍ତା ରହିଛି । ଖାଲି କଥାରେ ଦାନ କରିବା କଥା ନୁହେଁ କାମ ରେ କରି ଦେଖେଇଛନ୍ତି । ଆସନ୍ତୁ ସେମିତି ଖବର ଉପରେ ନଜର ଦେବା ।
ସମ୍ପତି ପାଇଁ କାହାର ବା ଲୋଭ ନଥାଏ । କେହି ନିଜ ସମ୍ପତି ନିଜ ସନ୍ତାନ ମାନଙ୍କ ଛଡା କାହାକୁ ଦେବାକୁ ଭଲ ପାଆନ୍ତି ନାହିଁ । ଏହି ସମ୍ପତି ପାଇଁ ବି ବହୁତ ସମୟରେ ନିଜ ଭାଇ ବି ଭଗାରୀ ସାଜେ । ନିଜ ଜନ୍ମ କଲା ପୁଅ ବି ବାପା କୁ ଦୁରେଇଦିଏ । ହେଲେ କଟକ ର ମିନତୀ ପଟ୍ଟନାୟକ ଙ୍କ କଥା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବା ସହ ବହୁତ ଖୁସି ମଧ୍ୟ ହେବେ।
ମିନତୀ ପଟ୍ଟନାୟକ କଟକ ରେ ରୁହନ୍ତି । ବହୁତ ସମ୍ପତ୍ତି ଘର ଦ୍ୱାରା ରହିଛି ତାଙ୍କର । ହେଲେ ତାଙ୍କର ଦୁଃଖ ବି ବହୁତ । ତାଙ୍କ ସ୍ୱାମୀ ଆରପାରିକୁ ଚାଲିଯାଇଛନ୍ତି । ଏବଂ ତାଙ୍କର ର ଏକମାତ୍ର ଝିଅ ମଧ୍ୟ ବାପା ଙ୍କ ମୁର୍ତ୍ୟୁ ର କିଛି ମାସ ପରେ ସେ ବି ଚାଲି ଗଲେ । ଏତେ ବଡ଼ କଠିନ ,ଦୁଃଖ ର ପରିସ୍ଥିତି ରେ କେହି ବି ଛିଡା ହେଲେନି ମିନତୀ ଙ୍କ ପାଖରେ । କେବଳ ସେତେବେଳେ ସାଙ୍ଗରେ ରହିଥିଲେ ବୁଢା ସାମଲ ଓ ତାଙ୍କ ପରିବାର । ସେ ରିକ୍ସା ଚଲାନ୍ତି । ଦୀର୍ଘ ୨୫ ବର୍ଷ ସେ ଓ ତାଙ୍କ ପରିବାର ମିନତୀ ଙ୍କ ପରିବାର ର ସେବା କରନ୍ତି । ବୁଢା ସାମଲ ମିନତୀ ଙ୍କ ଝିଅ କୁ ସ୍କୁଲ କଲେଜ ନେଵାଠୁ ନେଇକି,ଘର ପାଇଁ ପରିବା ସଉଦା ଆଣିବା ଅନ୍ୟ ସମସ୍ତ କାମ କରିଆସୁଥିଲେ ।
ଏତେ ବୟସରେ ମଧ୍ୟ ଏହି ସବୁ ଦୁଃଖ କୁ ନିଜ ମଧ୍ୟରେ ରଖିଥିବା ମିନତୀ ଙ୍କୁ ସକାଳୁ ରାତି ଯାଏ ଖାଇବା ପିଇବା ମେଡ଼ିସିନ ଦେବା ଆଦି ସବୁ କଥା ବୁଝନ୍ତି ବୁଢ଼ା ସାମଲ ଓ ପରିବାର । ତେବେ ମିନତୀ ବୁଢା ସାମଲ ଙ୍କ ପରିବାର କୁ ବହୁତ ପସନ୍ଦ କରନ୍ତି ।ଗରିବ ହେଲେ କଣ ହେଲା ବୁଢା ସାମଲ ବହୁତ ଭଲ ମଣିଷ ଟିଏ ବୋଲି ମିନତୀ ଜାଣନ୍ତି । ତେବେ ମିନତୀ ନିଜର ସବୁ ସମ୍ପତି ଘର ବୁଢା ସାମଲ ନାଁ ରେ କରିଦେଇଛନ୍ତି।
ଆଜ୍ଞା ହଁ ମିନତୀ ପଟ୍ଟନାୟକ ନିଜର ସବୁ ଘର ସମ୍ପତି ବୁଢା ସାମଲ ଙ୍କୁ ଦେଇଦେଇଛନ୍ତି । ଏତେ ପରେ ବି ମିନତୀ ପଟ୍ଟନାୟକ କହିଛନ୍ତି ମୁଁ ବା କଣ ଦେଲି ଇଟା ମାଟିର ଘର ,ହେଲେ ବୁଢା ସାମଲ ଓ ତାର ପରିବାର ମୋର ଯେତିକି ସେଵା କରିଛନ୍ତି ଏହା ତାର କିଛି ନୁହେଁ । ସେପଟେ ବୁଢା ସାମଲ କହିଛନ୍ତି ଯେତେଦିନ ଯାଏ ବଞ୍ଚିକି ଥିବି ମୁ ମୋ ପରିବାର ମା ଙ୍କୁ କେବେ ବି ଅବହେଳା କରିବୁ ନାହିଁ । ଏବଂ ସେ ତାଙ୍କୁ ଏମିତି ସବୁ ଦେଇଦେବେ ତାହା ସେ ଆଶା କରିନଥିଲେ କିମ୍ବା ଲୋଭ ମଧ୍ୟ କରିନଥିଲେ । ସତରେ ଉଭୟ ଙ୍କ ଚିନ୍ତା ଧାରା କେତେ ଅପୂର୍ବ କେତେ ଉନ୍ନତ । ଆଜିର ସମୟରେ ବି ଏମିତି ଲୋକ ଅଛନ୍ତି ଯାହା ପାଇଁ ସମାଜ ବଞ୍ଚି ରହିଛି । ଏବେ ମିନତୀ ପଟ୍ଟନାୟକ ଓ ବୁଢା ସାମଲ ଙ୍କ ପରିବାର ଏକାଠି ରହୁଛନ୍ତି ।