ଆଜି ସନ୍ଧ୍ୟା ସୁଦ୍ଧା ହେବ ପ୍ରବଳ ବର୍ଷା..ପ୍ରବଳ ଘଡଘଡି ରେ ଫାଟିବ ଆକାଶ..

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସୋସିଆଲ ମିଡ଼ିଆ ଦ୍ଵାରା ପାନିପହକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।

ଏବେ ପାଣିପାଗ କିଭଳି ରହିଛି ଆଉ ଆଗକୁ ବର୍ଷା ହେବ କି ନାହିଁ କି କଣ ପାଣିପାଗ ରହିବ ଏନେଇ ଏବେ ଆସିଛି ଖବର । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ବିଷୟରେ ଜାଣିପାରିବେ । ଆଜି ସକାଳୁ ପାଗରେ ପରିବର୍ତ୍ତନ ହୋଇଛି । ପାଗ ମେଘୁଆ ହୋଇଛି । ଆକାଶରେ ଏବେ ମେଘ ରହିଛି । ଆଜି ସକାଳୁ କଳାହାଣ୍ଡିଆ ମେଘ ସହ ପାଗରେ ପରିବର୍ତ୍ତନ ଦେଖା ଦେଲାଣି ।

ଉପକୂଳବର୍ତ୍ତୀ ଓଡ଼ିଶା ଉପରେ ଉର୍ଦ୍ଧ୍ବ ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଦିଗରେ ଅଗ୍ରସର ହେଉଥିବା ବେଳେ ବର୍ଷା ହେବ ବୋଲି ସୂଚନା ମିଳିଛି । ଏହି ଘୂର୍ଣ୍ଣିବଳୟ ପାଇଁ ଉତ୍ତର ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଇଛି ।

ଉତ୍ତର ଓଡ଼ିଶାର କିଛି ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । କିଛି ଜିଲ୍ଲାରେ ବର୍ଷା ପ୍ରବଳ କାଚିବ ବୋଲି ସୂଚନା ମିଳିଥିବା ବେଳେ ଆଉ କିଛି ଜିଲ୍ଲାରେ ଏହାର ପ୍ରଭାବ ଆଂଶିକ ଭାବରେ ପଡ଼ିବ ବୋଲି ସୂଚନା ମିଳିଛି । ଯେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଖବର ଆସିଛି ସେହି ଜିଲ୍ଲା ଗୁଡ଼ିକ ହେଉଛି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି, ଏବଂ କୋରାପୁଟ ।

ଆଭ୍ୟନ୍ତର ଓଡ଼ିଶାର କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଶଙ୍କା ରହିଛି । ଆଭ୍ୟନ୍ତର ଓଡ଼ିଶାର ଗୋଟିଏ ବା ଦୁଇଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ଦୁଇଟି ଜିଲ୍ଲାରେ ତାପମାତ୍ରା ହ୍ରାସ ହୋଇଛି ବୋଲି ଜଣାପଡିଛି ।

ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଏବଂ ଆଭ୍ୟନ୍ତର ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ସ୍ଵାଭାବିକ ଠାରୁ କମ୍ ହୋଇଛି ବୋଲି ସୂଚନା ମିଳିଛି । ଏବେ ଏହିସବୁ ବିଷୟରେ ପାଣିପାଗ ସୂଚନା ଦେଇଛି ।

Leave a Comment