ଯୁବକ କହିଲେ ଏମିତି ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସାବଧାନ ରୁହନ୍ତୁ ସବୁ ଲୁଟିନେଉଛନ୍ତି ଏହି ଦୁଇ ଝିଅ

ଏବେ ରାଜଧାନୀ ରେ ମାତିଛନ୍ତି ସୁନ୍ଦରୀ ଲୁଟେରା ଗ୍ୟାଙ୍ଗ। ଅଜାଣତରେ ଆସିବେ ଆଉ ହଠାତ୍ ଆପଣଙ୍କ ସହ ସେମାନେ ବନ୍ଧୁ ବାନ୍ଧିବେ ଆଉ କିଛିଦିନ ଭିତରେ ଆପଣଙ୍କ ଘରେ ବୁଲାଇବେ କଳା କନା। ଏଭଳି ଏକ ଅଭିଯୋଗ ଆଣିଛନ୍ତି ଲ ଷ୍ଟୁଡେଣ୍ଟ୍ ଲୋକନାଥ ସାହୁ।

ତାଙ୍କୁ ମଧ୍ୟ ସୁନ୍ଦରୀ ଯୁବତୀ ଠକି ଦେଇଛନ୍ତି ଆଉ ସେ ଠକାମୀ ର ଶିକାର ହୋଇଛନ୍ତି। ଏଥିରେ ଦୁଇଜଣ ଯୁବତୀ ସାମିଲ ଥିବା କଥା କହିଥିଲେ।ସେଥି ମଧ୍ୟରୁ ଜଣେ ଯୁବତୀ ଲୋକନାଥ ଙ୍କ ନିକଟକୁ ଛାଡ଼ପତ୍ର ପାଇଁ ଆସିଥିଲେ। ଏହାପରେ ଲୋକନାଥ ତାଙ୍କର କୌଣସି ପ୍ରମାଣପତ୍ର ନଥିବାରୁ ସେ ବାରଣ କରି ଦେଇଥିଲେ।

ଏହାପରେ ସେ ଲ ପ୍ରାକ୍ଟିସ କରିବା ପାଇଁ ଲୋକନାଥଙ୍କ ନିକଟରେ ରହିଥିଲେ। ଏହାପରେ ଅନେକ ସ୍ଥାନରେ ମିଛ କହିଲେ କି ସେ ହେଉଛନ୍ତି ଜଣେ ହାଇ କୋର୍ଟ ର ଆଡଭୋକେଟ। ଏହାପରେ ବାପା ଙ୍କୁ ସରପଞ୍ଚ ମଧ୍ଯ କୁହନ୍ତି।ମାଆ ଙ୍କୁ ମହିଳା କମିଶନର ର ଅଧ୍ୟକ୍ଷା ବୋଲି କୁହନ୍ତି। ଏଭଳି କହି ଚାକିରୀ କରି ପଇସା ମଧ୍ୟ ରୋଜଗାର କରନ୍ତି।

ଏହାପରେ ଲୋକ ଯେତେବେଳେ ଅଭିଯୋଗ କରିଲେ ତାଙ୍କୁ ଘରୁ ବାହାର୍ କରି ଦେଇଥିଲେ। ହେଲେ ଲୋକନାଥ ଯେତେବେଳେ ବାହରକୁ ବୁଲାବୁଲି କରିବାକୁ ଯାଇଥିଲେ ଘରକୁ ଆସି ଦେଖନ୍ତି ତ ତାଙ୍କର ଘର ଗେଟ୍ ର ଚାବି ଖୋଲା ରହିଛି। ଏହାପରେ ଭିତରକୁ ଗଲା ବେଳକୁ ତାଙ୍କ ଘରେ ଗୋଟେ ହେଲେ ମଧ୍ୟ ଜିନିଷ ନାହିଁ।ଦଶ ରୁ ୧୨ ଲକ୍ଷ ଟଙ୍କା ର ଜିନିଷ ଦୁହେଁ ମିଶି ନେଇ ଯାଇଛନ୍ତି।

ଏହାପରେ ତାଙ୍କ ଘର ପାଖରେ ଥିବା ବୁଢ଼ୀ ମାଉସୀଙ୍କୁ ପଚାରିବାରୁ ସେ କହିଥିଲେ କି ଦୁଇ ଜଣ ଝିଅ ଆସି ଚାବି ଭାଙ୍ଗୁ ଥିଲେ ବୋଲି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହି ସୁନ୍ଦରୀ ଲୁଟେରା ଙ୍କ ଗୁମର ମଧ୍ୟ ଖୋଲିଛି। ଯାହାଙ୍କ ନାମରେ ଲୋକନାଥ ଅଭିଯୋଗ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Leave a Comment