ତପସ୍ଵିନୀ ସୁମିତ ମାମଲାରେ ବର୍ତ୍ତମାନ୍ ଆଶ୍ୱସ୍ତି କର ଖବର ଦେଖିବାକୁ ମିଳିନାହିଁ । ଜାନୁଆରୀ ୪ ତାରିଖ ରେ ତପସ୍ୱିନୀ ଙ୍କ ପକ୍ଷେ ରାୟ ମିଳିଥିବା ବେଳେ ତା ପରେ ଦୁଇ ଦିନ ପରେ ତପସ୍ୱିନୀ ଙ୍କ ଗୃହ ପ୍ରବେଶ କରାଇ ଥିଲେ ।
ପ୍ରମୋଦ ସାହୁ ବୋହୂ ତପସ୍ୱିନୀ ଙ୍କ ଘର ପ୍ରବେଶ କରିବା ମାତ୍ରେ ୩ ଘଂଟା ପରେ ଘର ଛାଡ଼ିଥିଲେ ତେଣୁକରି ଅସନ୍ତୋଷ ବାତାବରଣ ଖେଳି ଯାଇଥିଲା । ପ୍ରମୋଦ ସାହୁ ଘର ଛାଡ଼ିବା ପରେ ଏକ ଭିଡିଓ ମଧ୍ୟ ଜାରି କରିଥିଲେ ।
ଭିଡ଼ିଓରେ ସ୍ପଷ୍ଟ କରିଥିଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି ଏବଂ ବୋହୂ ତପସ୍ୱିନୀ ତାଙ୍କ ପାଇଁ ସବୁବେଳେ ମିଛ ଅଭିଯୋଗ ଆଣି ଆସୁଛନ୍ତି ତେଣୁକରି ଗୋଟିଏ ଘରେ ବୋହୂ ତପସ୍ୱିନୀ ଙ୍କ ସହ ରହିବା ସମ୍ଭବ ପର ନୁହେଁ ।
ତପସ୍ଵିନୀ ଙ୍କୁ ମଧ୍ୟ ତାଙ୍କ ଇଛା ବିରୁଦ୍ଧରେ ଘରାକୁ ନିଆ ଯାଇଥିଲା ଯାହା ଦ୍ଵାରା ସମସ୍ତେ ଅସନ୍ତୋଷ ହୋଇଥିଲେ । ତେବେ ସ୍ଵାମୀ ଆଗରୁ ନିଖୋଜ ଥିବା ବେଳେ ବର୍ତ୍ତମାନ୍ ଶଶୁର ପ୍ରମୋଦ ସାହୁ ମଧ୍ୟ ଘରେ ରହୁ ନାହାନ୍ତି । ବର୍ତ୍ତମାନ ସେ ଘର ପୁରୁଷ ଶୂନ୍ୟ ।
https://youtu.be/6fgiSzvPA8o