Special Report

ମୁଁହ ଖୋଲିଲେ Tapaswini ଙ୍କ ସ୍ଵାମୀ Dr Sumit – ମୁଁ ଏବେ ବି ତପସ୍ୱିନୀ ଙ୍କୁ ଭଲ ପାଉଛି

ତପସ୍ଵିନୀ ଙ୍କୁ ଏବେ ବି ଭଲ ପାଉଛନ୍ତି ଡାକ୍ତର ସୁମିତ।ଏମିତି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ଡାକ୍ତର ସୁମିତ।ଘରର କଥା ଏବେ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ସୁମିତ ଏମିତି କିଛି କହିଛନ୍ତି ଯାହା ଏବେ ଚର୍ଚ୍ଚା ହେଉଛି।ସମସ୍ତେ ଦ୍ଵନ୍ଦରେ ପଡିଯାଇଛନ୍ତି।ସୁମିତ କହିଛନ୍ତି ଯେ ସମୟ ବଡ଼ ବଳବାନ।

ଭବିଷ୍ୟତରେ ସେମାନେ ଦୁହେଁ ଏକାଠି ରହିବେ।କିନ୍ତୁ ଆଗକୁ କଣ ହେବ ସେ ଜାଣି ନାହାନ୍ତି।ଘରର ଚାରି କାନ୍ଥ ଭିତରୁ ଆରମ୍ଭ ହୋଇଥିବା କଳହ ତୀବ୍ର ହୋଇ ହାଇକୋର୍ଟରେ ପହଞ୍ଚିଲାଣି।ଦୁହେଁ ପରସ୍ପର ନାଁରେ ଅନେକ ପ୍ରକାର ଅଭିଯୋଗ ଆଣୁଛନ୍ତି। ତପସ୍ୱିନୀ ଙ୍କ ଓକିଲ କହିଛନ୍ତି ଯେ ସୁମିତ ଓ ତାଙ୍କ ଘର ଲୋକ କୋର୍ଟର ନିର୍ଦ୍ଦେଶ ମାନୁ ନାହାନ୍ତି।

ଅନ୍ୟପଟେ ତଳ କୋର୍ଟର ରାୟ କୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ସୁମିତ।ଘରେ ରୁହନ୍ତୁ କି ଭରଣ ପୋଷଣ ପାଇଁ ଟଙ୍କା ଦିଅନ୍ତୁ ରାଜି ହେଉନାହାଁନ୍ତି ସୁମିତ।ଜିଲ୍ଲା କୋର୍ଟଙ୍କ ଏହି ନିଷ୍ପତି ବିରୁଦ୍ଧରେ ହାଇକୋର୍ଟରେ ଆବେଦନ ମଧ୍ୟ କରିଛନ୍ତି।ଘରର କଥା ଦାଣ୍ଡରେ ପଡ଼ିଥିବାରୁ ସୁମିତ ବୋଧେ ରାଗିକି ଏମିତି କରୁଛନ୍ତି।

ସୁମିତ ଛାଡ଼ପତ୍ର ଦେବା ସହ ତପସ୍ୱିନୀ ଙ୍କ ସହିତ ରହିବା ପାଇଁ ଚାହୁଁ ନାହାନ୍ତି ବୋଲି କହିଛନ୍ତି। ତପଶ୍ୱନି ଏବେ ସୁମିତ ଙ୍କ ଘରେ ରହିଛନ୍ତି।ସୁମିତ ଙ୍କ ବାପା ବିରୋଧ କରିଛନ୍ତି।ଅନେକ ଦିନ ଦେଖା ନ ମିଳିନଥିବାରୁ ବର୍ତ୍ତମାନ ସୁମିତ ଙ୍କୁ ହାଇକୋର୍ଟ ରେ ଦେଖିବାକୁ ମିଳିଥିଲା।

 

Leave a Reply

Your email address will not be published. Required fields are marked *