ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏଣିକି ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବାକୁ ଯାଉଛନ୍ତି ସ୍ଵତନ୍ତ୍ର ସ୍କ୍ୱାଡ୍। ସୁରକ୍ଷାକୁ ଆହୁରି କଡାକଡି କରି ସୁରକ୍ଷା ବଳୟ ନିୟୋଜିତ ହେବେ।
ଆପଣ ମାନେ ଜାଣିଥିବେ କି ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସୁରକ୍ଷା ବାହିନୀ। ଅନ୍ୟ ପ୍ରମୁଖ ବ୍ୟକ୍ତି ଙ୍କ ପାଇଁ ମଧ୍ଯ Z+ ସୁରକ୍ଷା ବ୍ୟବସ୍ଥା ରହିଛି। ନିକଟରେ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା ପରେ ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ନେଇ ଏହି ଯୁକ୍ତି ଉପସ୍ଥାପନ କରାଯାଇ ଥିଲା।
ଗୃହ ବିଭାଗ ଏହାର ତର୍ଜମା କରି ସ୍ଵତନ୍ତ୍ର ସୁରକ୍ଷା ବଳୟ ଗଠନ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ତେବେ ୯୧ ଜଣ ସ୍ଵତନ୍ତ୍ର ଅଧିକାରୀ ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷାରେ ନିୟୋଜିତ ହେବେ।
ନିଜ ଭିତରେ ହେଉଥିବା ଅନ୍ତର୍ଘାତ ଆକ୍ରମଣକୁ ରୋକିବା ପାଇଁ ଏହି ସ୍ଵତନ୍ତ୍ର ସୁରକ୍ଷା ସ୍କ୍ୱାଡ୍ କାର୍ଯ୍ୟ କରିବ। ଏହି ନୁଆ ସୁରକ୍ଷା ବାହିନୀ ରେ ୨୬ ଜଣ ବିଭିନ୍ନ ବର୍ଗର ଅଧିକାରୀ ମଧ୍ଯ ରହିବେ। ସେପ୍ଟେମ୍ବର ୨୪ ରେ ପ୍ରକାଶିତ ନିର୍ଦ୍ଦେଶ ନାମା ରେ।
ଦୁଇ ଜଣ ଡେପୁଟି କମାଣ୍ଡର ,ଇନ୍ସପେକ୍ଟର, ସବ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ରହିବେ। ଏହି ସମସ୍ତ ଅଧିକାରୀ ଶସ୍ତ୍ର ସହ ମୃତୟନ ହେବେ। ଏମାନଙ୍କ ସହ ମଧ୍ଯ ରହିବେ ହାବିଲଦାର , ଡ଼୍ରାଇଭର ଏବଂ କନେଷ୍ଟବଳ।
ଏହି ଦଳ ସମସ୍ତଙ୍କ ଅନ୍ତର୍ଘାତି କାର୍ଯ୍ୟକ୍ରମକୁ ଠାବ କରିବା ଓ ତାକୁ ରୋକିବା ଦିଗରେ ମଧ୍ଯ ଅତ୍ୟାଧୁନିକ ଭାବରେ ଟ୍ରେନିଂ ମଧ୍ୟ ଦିଆ ଯିବ। ଏହାକୁ ନେଇ ରାଜ୍ୟ ପୋଲିସ ର ମଧ୍ୟ ପ୍ରତିଦିନର ସମସ୍ୟା ଲାଘବ ହୋଇ ପାରିବ।
ଏନେଇ ମଧ୍ୟ ଆଶା କରାଯାଇଛି। ଏବେ ଏହା ସ୍ପଷ୍ଟ ହୋଇ ଯାଇଛି କି ମୂଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବାକୁ ଯାଉଛନ୍ତି ସ୍ଵତନ୍ତ୍ର ସ୍କ୍ୱାଡ୍। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ଯ ଖୁବ ସୁରକ୍ଷିତ ଅନୁଭବ କରିବେ।
ତେବେ ମୁଖ୍ୟମନ୍ତ୍ରୀ ଙ୍କ ସମ୍ପର୍କରେ ଆପଣ ମାନେ ଏହା ଶୁଣିବା ପରେ ଆପଣ ମାନଙ୍କୁ ଏହା ସଂପର୍କରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।