ମୋ ସୁନ୍ଦରୀ ରୋଜଗାରିଆ ଝିଅକୁ ଏମିତି କରି ମା-ରିଦେଇ ଟ୍ରେନଟ୍ରାକରେ ପକାଇଦେଇଛି

କାନ୍ଦ ବୋବାଳି ରେ ଏବେ ଫାଟି ପଡ଼ୁଛି ପୁରା ଗାଁ। କାହାରି ଆଖିରୁ ଲୁହ ଶୁଖିବାର ନାଁ ହିଁ ନେଉନି। ଛୋଟ ବୟସରୁ ବାପା ମାନଙ୍କୁ ସାହାଯ୍ୟ କରିବାକୁ ବାହାରି ଯାଇଥିଲା ବାହାରକୁ କାମ କରିବା ପାଇଁ ହେଲେ ଦେଖୁ ଦେଖୁ ସବୁକିଛି ସରି ଯାଇଥିଲା। ଝିଅର ସବୁ ଆଶା ଆଉ ସବୁ ସ୍ବପ୍ନ ଯେମିତି ଭାଙ୍ଗି ରୁଜି ଚୁରମାର ହୋଇ ଯାଇଥିଲା। ଗରୀବ ପରିବାରକୁ ଚଳାଇବାକୁ ବାହାରି ଯାଇଥିଲା ବାହାରକୁ କାମ କରିବା ପାଇଁ।ହେଲେ ଝିଅଟି ଜାଣି ନଥିଲା କି ଯେଉଁଠାରୁ ସେ କାମ କରିବାକୁ ଯାଉଥିଲା ସେହି ଜାଗାରେ ତାର କାଳ ଜଗି ବସିଥିଲା ବୋଲି।

ଆଉ ସବୁକିଛି ଏଭଳି ଭାବରେ ଏମିତି ଅଧାରେ ରହିଯିବ ବୋଲି। ବାହାରକୁ ଯାଇ ଏକ ଘରୋଇ କମ୍ପାନୀରେ କାମ କରି ଘରକୁ ଦୁଇ ପୌଶା ପଠାଉ ଥିଲା। ସବୁବେଳେ ଘରକୁ ଫୋନ କରି ଘରର ଭଲ ମନ୍ଦ ମଧ୍ୟ ପଚାରି ବୁଝୁ ଥିଲା। ହେଲେ ହଠାତ୍ ଏମିତି କେମିତି ହେଇଗଲା କାହାକୁ କିଛି ଜଣା ନଥିଲା।କିଏ ଏମିତି ରାକ୍ଷସ ସାଜିଲା ଝିଅଟିକୁ ମାରି ଟ୍ରେନ୍ ଟ୍ରାକ ରେ ପକେଇ ଦେଇଥିଲା। ଯାହାକୁ ନେଇ ପରିବାର ଲୋକେ ଏଭଳି କିଛି ଅଭିଯୋଗ ଆଣିଛନ୍ତି। ଏହି ଯୁବତୀ ଜଣକ ନାମ ହେଉଛି ଜସ୍ମିନ୍। ହେଲେ ଏତେବଡ଼ ଦୀପାବଳୀ ରେ ଜସ୍ମିନ୍ ଆସିବା ବଦଳରେ ତାର ମୃ-ତ-ଦେହ ଘରକୁ ଆସିଛି।

ଏହିଭଳି ଦୁଃଖଦ ଅଘଟଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା, ଗୁଣୁପୁର ବ୍ଲକ ର ଦୁର୍ଗମ ଆଦିମ ଜନଜାତି ରାଞ୍ଜିଆସଉଡା ରେ ବସବାସ କରୁଥିବା ନାଗୁ ସାବର ଙ୍କ ଝିଅ ଜସ୍ମିନ ସାବର।୨୦ ବର୍ଷ ବୟସରେ +୨ ପାଠ ପଢ଼ି ଘରର ପରିସ୍ଥିତି କୁ ଆଖି ଆଗରେ ରଖି ବାହାରକୁ କାମ କରିବାକୁ ଯାଇଥିଲେ। ହେଲେ ଏବେ ଟ୍ରେନ୍ ଟ୍ରାକ ରୁ ତାଙ୍କର ମୃ-ତ-ଦେହ ମିଳିବା ପରେ ଘର ଲୋକ ତାଙ୍କର ରୋଜଗାରିଆ ଝିଅକୁ ହରାଇ ସତେ ଯେମିତି ସ୍ତବ୍ଧ ହୋଇ ଯାଇଛନ୍ତି। ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହି ଘଟଣା କୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ଭୁଲି ଯିବେ ନାହିଁ।

Leave a Comment