ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା କିରାଣୀ ଙ୍କୁ ଡାକ୍ତରଖାନା ନଛାଡିବା ଘଟଣାରେ ସିଡିପିଓ ସ୍ନେହଲତା ସାହୁଙ୍କ ହେଇଗଲା ଏବେ ବଦଳି। କେନ୍ଦ୍ରାପଡ଼ା ଜିଲା ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ ଏବେ ଭାରି ପଡ଼ିଛି ଜଣେ ଗର୍ଭବତୀ ଙ୍କୁ ତାଙ୍କର ବ୍ଯବହାର ଦ୍ବାରା ମାନସିକ ଭାବରେ ନିର୍ଯାତନା ଦେବା। ତିନି ଜଣିଆ କମିଟି ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏବେ ଏହି ଘଟଣାରେ ସଂପୃକ୍ତ ଥିବା ସିଡିପିଓ ସ୍ନେହଲତା ସାହୁଙ୍କ ବଦଳି ହୋଇଛି।ତାଙ୍କୁ ଢେଙ୍କାନାଳ ପିଇଓ ଭାବରେ ବଦଳି କରାଯାଇ ଥିବା ନେଇ ମହିଳା ଓ ଶିଶୁ ବିକାଶ ପକ୍ଷରୁ ନିର୍ଦ୍ଦେଶନାମା ରେ ଜଣା ଯାଇଛି।
ଗୋଟେ ପଟେ କର୍ମଚାରୀଙ୍କ ପେଟ ଭିତରେ ଛୁଆ ଆଉ ଅନ୍ୟ ପକ୍ଷରେ ତାଙ୍କୁ ମାନସିକ ଭାବରେ ନିର୍ଯାତନା କରାଯାଉ ଥିଲା। ଗର୍ଭବତୀ କିରାଣୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଆଖିରୁ ଖୁବ୍ ଲୁହ ମଧ୍ୟ ଝରି ଯାଉଛି। ଶେଷରେ ଯେତେବେଳେ ତାଙ୍କର ପିଲା ନଷ୍ଟ ହୋଇ ଯାଇଥିଲା ସେତେବେଳେ ଏହି ଘଟଣା,ଏବେ ଜାତୀୟ ସ୍ତର ର ମୁଖ୍ୟ ଘଟଣା ପାଲଟି ଯାଇଥିଲା।
ଏହି ଘଟଣାର ତଦନ୍ତ କରୁଥିବା ତିନି ଜଣିଆ ଟିମ ସେଠାରେ ପହଞ୍ଚି ହିଁ ଏହି ଘଟଣାର ଖୁବ୍ ତଦନ୍ତ କରିବାରେ ଲାଗି ପଡିଥିଲେ। ସେହିପରି କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ମଧ୍ୟ ଏନେଇ ଖୁବ ପଚରା ଉଚୁରା କରାଯାଇ ଥିଲା। ଆଉ ସେ ଏହି ଘଟଣା ସମ୍ପର୍କରେ ସବୁ ସତ ସତ କଥା କହି ଦେଇଥିଲେ। ଯାହାକୁ ନେଇ ଏବେ ସିଡିପିଓ ଙ୍କ ବଦଳି ହୋଇ ସାରିଛି।ଏହି ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଲୋକମାନେ ମଧ୍ୟ ଏହାକୁ ନେଇ ନିଜ ନିଜର ମତ ରଖିଛନ୍ତି।ସିଡିପିଓ ଜଣେ ମହିଳା ହେବା ସତ୍ତ୍ୱେ ମଧ୍ୟ ତାଙ୍କର ଏଭଳି ଅମାନବୀୟ କାଣ୍ଡ କୁ ଖୁବ୍ ନିନ୍ଦା ମଧ୍ୟ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏଥିପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।