ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ବହୁତ ଦୁଃଖର ବିଷୟ ଅଟେ । ବାପା ମା ଚାହିଁ ଥାଆନ୍ତି ତାଙ୍କ ପୁଅ ହେଉ ବା ଝିଅ ସବୁବେଳେ ଖୁସିରେ ରହୁ ଆଉ ତାଙ୍କ ଝିଅ ବା ପୁଅର କିଛି କ୍ଷତି ନହେଉ । କିନ୍ତୁ ଯଦି ବାପା ମାଆଙ୍କ ଆଗରେ ନିଜ ଛୁଆର ଜୀବନ ଚାଲିଯାଏ ତାହେଲେ ସେହି ବାପା ମାଆଙ୍କୁ ବହୁତ କଷ୍ଟ ହୋଇଥାଏ । ଏଭଳି କିଛି ଘଟଣା ଏବେ ଦେଖିବାକୁ ମିଳିଛି । ଆଜି ପୁଅର ଜନ୍ମଦିନ ଥିଲା ଆଉ ପରିବାର ପୁଅର କୋକେଇ ଉଠାଉଛନ୍ତି । ଏହା ବହୁତ ବଡ଼ ଦୁଃଖ ଅଟେ । ଏମିତି ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ ।
ପୁଅ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛି । ପୁଅ ଏଭଳି ସବୁଦିନ ପାଇଁ ବାପା ମାଙ୍କୁ ଛାଡି ଚାଲିଯିବ ବୋଲି କଣ ଏହି ମାଆକୁ ସନ୍ତାନ ଦେଇଥିଲେ କି ଭଗବାନ ? ଭେଣ୍ଡିଆ ପୁଅ ସବୁଦିନ ପାଇଁ ଆଖି ବୁଜି ଦେଲା । ଏହି ଦୁଃଖକୁ ସହ୍ୟ କରିପାରୁ ନାହାଁନ୍ତି ବାପା ଆଉ ମାଆ । ମାଆ ଜଣକ ପାଗେଳି ହୋଇ ଯାଇଛନ୍ତି । କାନ୍ଦି କାନ୍ଦି ମାଆ ଜଣଙ୍କର ଅବସ୍ଥା ଖରାପ ହୋଇଗଲାଣି ।ଆଜି ମାଆ ଜଣକର କୋଳ ଶୂନ୍ୟ ହୋଇଗଲା । ଏଭଳି ଦୁଃଖଦାୟକ ଘଟଣା ଘଟିଛି ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ପଞ୍ଚାୟତରେ ଥିବା ତୁଳସୀପୁର ଗ୍ରାମରେ । ଏହି ଗ୍ରାମରେ ରୁହନ୍ତି ବିଶସ୍ୱର ପଣ୍ଡା ଏବଂ ତାଙ୍କ ପତ୍ନୀ ସୁସ୍ମିତା ପଣ୍ଡା ଆଉ ତାଙ୍କ ତିନି ପୁଅ । ପରିବାର କହିଲେ ବାପା ମାଆ ଆଉ ତିନି ପୁଅ । ତାଙ୍କ ବଡ ପୁଅ ହେଉଛି ବାବୁ ଆଉ ମଝିଆଁ ପୁଅ ପପୁ ଏବଂ ସାନ ପୁଅ ସିପୁ । ସିପୁର ଭଲ ନାଁ ହେଉଛି ଜୟପ୍ରକାଶ ।
ସିପୁ ଦେଖିବାକୁ ବହୁତ ସୁନ୍ଦର ଆଉ ସେ ଭଲ ପାଠ ମଧ୍ୟ ପଢେ । ସିପୁ ପାଠପଢି ଚାକିରୀ ମଧ୍ୟ କରିଥିଲା । ଗ୍ରାମବାସୀ ତାଙ୍କୁ ବହୁତ ଭଲ ପାଆନ୍ତି । ସେ କୌଣସି କାମ ପାଇଁ ଘରକୁ ଆସିଥିଲେ ଆଉ ସେ କାମରେ ଭଦ୍ରକ ଯାଇଥିଲେ । ସେ ସେଠାରୁ ଫେରିବା ବାଟରେ ତାଙ୍କ ସହିତ ଘଟିଥିଲା ଦୁର୍ଘଟଣା । ଆଉ ଏହି ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା । ଗୋଟିଏ ଟ୍ରକ ତାଙ୍କ ଦୁଇ ଗୋଡ଼ ଉପରେ ଚଢ଼ି ଯାଇଥିଲା । ଆଉ କିଛି ଲୋକଙ୍କ ସହାୟତାରେ ତାଙ୍କୁ ଭଣ୍ଡାରିପୋଖରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଏହାପରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସିପୁଙ୍କର ଜନ୍ମଦିନ ୨୯ ତାରିଖରେ ଥିଲା ଆଉ ସେହିଦିନ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏବେ ସିପୁଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ଗାଁ ଲୋକେ ଆଉ ତାଙ୍କ ପୁରା ପରିବାର ।