ଯାତ୍ରା ମଞ୍ଚ ଉପରେ ହେଉଥିବା ଅଶ୍ଳୀଳ ନୃତ୍ୟ ଏବେ ଦିନକୁ ଦିନ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ଲୋକମାନେ ଏହାକୁ ନେଇ ବର୍ତ୍ତମାନ ସମୟରେ ଭିନ୍ନ ଭିନ୍ନ ପ୍ରକାରର ମତ ମଧ୍ୟ ଦେବାରେ ଲାଗିଛନ୍ତି। ଏହାକୁ ନେଇ ଜଣେ ବ୍ୟକ୍ତି କହିଥିଲେ କି ଯେତେବେଳେ ଏହି ଯେଉଁ ଝିଅ ମାନେ ଯାଇ ମଞ୍ଚ ଉପରେ ଖୋଲିକି ଦେଖାଉ ଛନ୍ତି ତାଙ୍କ ରେଟ ବର୍ତ୍ତମାନ ସମୟରେ ହେଉଛି ଲକ୍ଷେ ଟଙ୍କା। କେବଳ ଦଶ ରୁ ୧୫ ମିନିଟ ପାଇଁ।ସେହି ଝିଅ ମାନଙ୍କର ସଂସ୍କାର ନାହିଁ। ଆଉ ସେମାନଙ୍କ ର ବାପା ମାଆ ଙ୍କ ଠିକ୍ ନଥିବା କଥା ବ୍ୟକ୍ତି ଜଣକ କହିଥିଲେ।
ଯାତ୍ରା ଆଉ ଯାତ୍ରା ଭଳି ହୋଇ ନାହିଁ ବୋଲି କହିଥିଲେ। ଓଡିଆ ଅସ୍ମିତା ଏହା ନୁହେଁ ସେଥିପାଇଁ ଏଭଳି ଭାବରେ କରିବା ଉଚିତ ନୁହେଁ। ଆଉ ସେ କହିଥିଲେ କି ଯାତ୍ରା ଏବେ ଆଉ ଯାତ୍ରା ହୋଇ ନାହିଁ। ଯାହାକୁ କି ଲୋକମାନେ ମଧ୍ୟ ଦେଖି ପାରିବେ ନାହିଁ ଏଭଳି ବର୍ତ୍ତମାନ ସମୟରେ ପରିସ୍ଥିତି ହୋଇ ଗଲାଣି।ଯାତ୍ରା ହେଉଛି ଆମର ଓଡିଆ ଓ ଓଡ଼ିଶାର କଳା ସଂସ୍କୃତି ର ଏକ ପ୍ରକାରର ଐତିହ୍ୟ କହିଲେ ଚଳେ କାରଣ ଯାତ୍ରା ରୁ ହିଁ ସବୁକିଛି ସୃଷ୍ଟି ହୋଇଛି।ବର୍ତ୍ତମାନ ସମୟରେ ଯାତ୍ରାର ଯେଉଁ କଳା ଖୁବ୍ କମ୍ ଦେଖିବାକୁ ମିଳୁଛି।
ବର୍ତ୍ତମାନ ସମୟରେ ଅଙ୍ଗ ପ୍ରଦର୍ଶନ ସହ ନଗ୍ନ ନୃତ୍ୟ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଦିନକୁ ଦିନ ଏହା ଅଧିକ ମଧ୍ୟ ହେବାରେ ଲାଗିଛି। ଏହାକୁ ନେଇ ବ୍ୟକ୍ତି ଜଣକ ଯାତ୍ରା ପାର୍ଟି ର ମାଲିକ ଙ୍କୁ ପ୍ରଥମେ ଦାୟୀ କରିଥିଲେ।ଏହାପରେ ବ୍ୟକ୍ତି ଜଣକ ଅନେକ କଥା ମଧ୍ୟ କହିଛନ୍ତି। ଯାହାକି ଆପଣ ସଂପୂର୍ଣ୍ଣ ଭାବରେ ଭିଡିଓ ଦେଖିଲେ ଜାଣି ପାରିବେ। ଏବେ ଅନେକ ଲୋକମାନେ ମଧ୍ୟ ତାଙ୍କର କଥା କୁ ଖୁବ୍ ସମର୍ଥନ ମଧ୍ୟ କରିଛନ୍ତି। ଏହି ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।