ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହା ଧୀରେ ଧୀରେ ପଶ୍ଚିମ ଦିଗକୁ ଗତିକରି ତାମିଲନାଡୁ ଉପକୂଳରେ ପହଞ୍ଚିବ। ତାମିଲନାଡୁ ରେ ପହଞ୍ଚିବା ପୂର୍ବରୁ ଓଡ଼ିଶାର କିଛି ଏଭଳି ଅବସ୍ଥା କରିଥିବ। ଓଡ଼ିଶାରୁ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇଥିବ। ପବନ ମଧ୍ୟ ହେବ।ଯଦି ଏହା ବାତ୍ୟା ରେ ପରିଣତ ହେଲା ତେବେ ସବୁ କଥା ସରିଲା । ସେପଟେ ପଞ୍ଜିକା କଥା ଆଉ ଏପଟେ ବିଜ୍ଞାନ କଥା ସବୁକିଛି ସମାନ ହୋଇଯିବ।
ଯେତେବେଳେ ପଞ୍ଜିକା ର ପୂର୍ବାନୁମାନ ଆଉ ଏପଟେ ବିଜ୍ଞାନ ସହ ତାଳମେଳ ଖାଉଛି ସେତେବେଳେ ଲୋକଙ୍କ ମନରେ ଭୟ ବଢ଼ିବାରେ ଲାଗିଛି। ଏ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହା ତାମିଲନାଡୁ ଉପକୂଳରେ ଛୁଇଁବା ବେଳକୁ ଓଡ଼ିଶାରେ କିଛି ଏଭଳି ଅବସ୍ଥା କରି ଦେଇଥିବ।ଯେତେବେଳେ ଏହା ଧୀରେ ଧୀରେ ଗତିକରି ତାମିଲନାଡୁ ଉପକୂଳକୁ ଯାଉଥିବ ସେତେବେଳେ ଏହା ଓଡ଼ିଶା ସାରା ଘାଣ୍ଟି ଘାଣ୍ଟି ଯାଉଥିବ।୭ ନଭେମ୍ବର ରେ ଅଧିକ ମାତ୍ରାରେ ଘନୀଭୂତ ହୋଇ ଏହା ଅବପାତ ର ରୂପ ନେଇ ପାରେ।
ତେବେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ର ରୂପ ନେବାର ସମ୍ଭାବନା କମ୍ ବୋଲି ବିଭିନ୍ନ ମଡେଲ ର ଆକଳନ ରୁ ଜଣା ପଡ଼ୁଛି। ଏହା ଅବପାତ ରୁ ଅଧିକ ଘନୀଭୂତ ନହୋଇ ପରେ।ଯଦି ଏହା ଘନୀଭୂତ ହେଲା ତେବେ ଏହା ବାତ୍ୟା ର ରୂପ ନେଇଯିବ। ଏବେ ପୁଣି ଥରେ ଆସୁଥିବା ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ଯ ଏହାକୁ ନେଇ ନିଜ ନିଜର ମତାମତ ଦେଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ ନିଶ୍ଚିତ ଭାବରେ ଜଣାଇବେ।