ଭଣଜା ଭୁଲିଗଲା ରକ୍ତ ସମ୍ପର୍କ। କେଇଟା ଟଙ୍କା ଲୋଭରେ ନେଇ ଯାଇଥିଲା ମାମୁଁ ର ଜୀବନ। ଗାଡି କିଣିବା କଥା କହି ଏକ ସ୍ଥାନ କୁ ଡ଼ାକି ନେଇ ଯାଇଥିଲା। ଆଉ ଏହାପରେ ସୁବିଧା ସୁଯୋଗ ଦେଖି ମାମୁଁ ର ଜୀବନ ନେଇ ଫୋପାଡି ଦେଇଥିଲା ଜଙ୍ଗଲ ଭିତରେ। କେହି ଯେମିତି ଏକଥା ଟେର ନପାଇବେ ସେଥିପାଇଁ ମାମୁଁ ଙ୍କୁ ଖୋଜିବାର ମଧ୍ୟ ମିଛି ମିଛିକା ନାଟକ କରିଥିଲା ଭଣଜା। ହେଲେ ଥାନାରେ ମାଡ଼ ଖାଇବା ପରେ ସବୁ ସତ କହିଦେଲା।ଟଙ୍କା ପାଇଁ ମାମୁଁ କୁ ମାରିଦେଲା ଭଣଜା। ସାଙ୍ଗରେ ଟଙ୍କା ନେଇ ଭଣଜା ସହ ବାହାରି ଯାଇଥିଲେ ଚଣ୍ଡିଖୋଲ ମାତ୍ର ଟଙ୍କା ନେଇ ଆଉ ଘରକୁ ଫେରିଲେ ନାହିଁ।
ଏଭଳି ଘଟଣା ସାମ୍ନା କୁ ଆସିଛି ଯାଜପୁର ଜିଲ୍ଲାରୁ। ମାତ୍ର କେଇଟା ଟଙ୍କା ପାଇଁ ସମ୍ପର୍କୀୟ ମାମୁଁଙ୍କୁ ଭଣଜା କରିଛି ବିଭତ୍ସ ଭାବରେ ହ-ତ୍ୟା। ସୁଚନା ମୁତାବକ ଜେନାପୁର ଅନ୍ତର୍ଗତ, ତୋଟାକଣ ଗ୍ରାମର ଦୁଷ୍ମନ୍ତ ନାୟକ ଗତ ଶନିବାର ଦିନ ୧୨ ଟା ରୁ ଘରୁ ବାହାରି,କେଉଁଆଡେ ଚାଲି ଯାଇଥିଲେ। ରାତି ହୋଇଥିଲେ ମଧ୍ୟ ଘରକୁ ଫେରି ନଥିବାରୁ ସନ୍ଦେହ ହେବାରୁ ଜେନାପୁର ଥାନାରେ ଦୁଷ୍ମନ୍ତ ଙ୍କ ପତ୍ନୀ ମଧୁସ୍ମିତା ନାୟକ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଧର୍ମଶାଳା ଥାନା ଅନ୍ତର୍ଗତ ଏକ ସମ୍ପର୍କୀୟ ଭଣଜା ଗଗନ ଧଳ ସହ ଦୁଷ୍ମନ୍ତ ୫୦ ହଜାର ଟଙ୍କା ନେଇ ଚଣ୍ଡିଖୋଲ କୁ ଯାଇ ଆଉ ଘରକୁ ଫେରି ନଥିଲେ।
ପରିବାର ଲୋକଙ୍କ ସନ୍ଦେହ ହେବାରୁ ଜେନାପୁର ଥାନାରେ ଏକ ଏତଲା ଦେଇଥିଲେ।ପୋଲିସ ଏହି ତଦନ୍ତ ଆଧାରରେ ଖୋଜାଖୋଜି କରିବା ଆରମ୍ଭ କରିବା ସହ ସଂପୃକ୍ତ ଭଣଜା କୁ ମଧ୍ୟ ଥାନାରେ ଅଟକାଇ ରଖି ପଚରା ଉଚରା କରିବାରେ ଲାଗି ପଡ଼ିଥିଲେ। ଏହାପରେ ଗଗନ ସବୁ ସତକଥା କହି ଦେଇଥିଲା। ଯାହା ଫଳରେ ସବୁ ସତ ମଧ୍ୟ ଜଣାପଡି ଯାଇଥିଲା। ଏବେ ଏହି ଘଟଣା କୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।