ସିକିମ୍…କୁ ବୁଲିବାକୁ ଆସି ପୋଲିସ୍ ହାତରୁ ମାଡ଼ ଖାଇ ବ୍ରହ୍ମପୁର ହସ୍ପିଟାଲରେ ଯୁବକ

ପୁଣି ସାମ୍ନା କୁ ଆସିଲା ପୋଲିସ୍ ର ଦବଙ୍ଗଗିରି। ମନକୁ ଯାହା ଆସିଲା ସାଧାରଣ ଜନତା ସହ ସେୟା କରୁଛନ୍ତି। ଯାହାର କରୁଣ ପରିସ୍ଥିତି ଏବେ ବ୍ରହ୍ମପୁର ରେ ଦେଖିବାକୁ ମିଳିଛି। ନିଜର ମାନବିକତା ହିଁ ଭୁଲି ଯାଇଥିଲେ ଏହି ପୋଲିସ ବାବୁ ଜଣକ। ଏହାପରେ ଜଣେ ଦିବ୍ୟାଙ୍ଗ ଙ୍କୁ ଲାଠି ରେ ସେକୀ ଦେଇ ଚାଲିଲେ। ତାଙ୍କର ଭୁଲ୍ ଏତିକି ଥିଲା ଯେ ସେ ବୁଲିବାକୁ ଯାଇଥିଲେ। ତାହାଲେ ଏଠାରେ ଏହା ପ୍ରଶ୍ନ ଉଠୁଛି କି ତାହେଲେ କଣ,ବୁଲି ଯିବା ଆଗରୁ ପୋଲିସ ବାବୁ ମାନଙ୍କୁ ପତ୍ର ଲେଖି ଜଣାଇବାକୁ ପଡ଼ିବ। ପୋଲିସ ର ଉତ୍ପାତ ଏତେ ବଢ଼ି ଗଲାଣି ଯେ ସେମାନେ ଆଜିକାଲି କାହାକୁ ହେଲେ ମଧ୍ୟ ଆଉ ଖାତିର କରୁ ନାହାଁନ୍ତି।

ନିଜେ ନିଜକୁ ରାଜା ଭାବି ଏଭଳି ଭାବରେ ନୃଶଂସ କାମ କରି ଚାଲିଛନ୍ତି। ପୋଲିସ ର ଲାଠି ମାଡ଼ରେ ହିଁ ଦିବ୍ୟାଙ୍କ ଅଚେତ୍ ହୋଇଥିବା ଖବର ଶୁଣିବାକୁ ମିଳିଛି। ଅନ୍ୟ ପକ୍ଷରେ ଏହି ଘଟଣାରେ ପୋଲିସ ର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।ତାହାଲେ ପୋଲିସ ଏଠାରେ କାହା ପାଇଁ କାର୍ଯ୍ୟରତ ଅଛି ତାହା ଏବେ ସବୁଠାରୁ ବଡ ପ୍ରଶ୍ନ। ଆଉ ଏବେ ଏହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକ ଜଣକୁ ଗୁରୁତର ଅବସ୍ଥାରେ MKCG ରେ ଭର୍ତ୍ତି କରାଯାଇ ଥିଲା। ତାଙ୍କର ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର AIMS ରେ ଭର୍ତ୍ତି କରାଯାଇ ଥିଲା।

ଆଉ ତାଙ୍କୁ ଆମ୍ବୁଲାନ୍ସ କ୍ରମେ ସ୍ଥାନାନ୍ତରିତ କରାଯାଇ ଥିଲା। ଗୋପାଳପୁର ଥାନା କର୍ମଚାରୀଙ୍କ,ଲାଠି ମାଡ଼ରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଗୁରୁତର ହୋଇ ଆହତ ହୋଇ ଯାଇଥିଲେ। ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ କରୁଛନ୍ତି ।ଏହି ଘଟଣା କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ହେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment