ସେଦିନ ୧୩ ବର୍ଷର ଝିଅ ସହ କଣ କରିଥିଲା ଶୁଣନ୍ତୁ ଲୋମଟାଙ୍କୁରା କାହାଣୀ

କାହିଁକି ୧୮ ବର୍ଷ ପରେ ଝିଅର ଶବ କୁ ଅନ୍ତିମ ସଂସ୍କାର କରାଯାଇ ଥିଲା। ଯେତେବେଳେ ୧୩ ବର୍ଷର ଝିଅ ଦେହରେ ନିଆ ଲାଗିଥିଲା ଝିଅ ସେତେବେଳେ ରଡ଼ି ଛାଡ଼ି ଛାଡ଼ି ଚିତ୍କାର କରିବାରେ ଲାଗିଥିଲା। ମତେ ବଞ୍ଚାଅ ମୋ ଦେହରେ ନିଆ ଲାଗିଛି ମୋ ଦେହ ଜଳି ଯାଉଛି ବୋଲି ଝିଅ ଖୁବ୍ ଜୋରେ କାନ୍ଦିବାରେ ଲାଗିଥିଲା। ହେଲେ ୧୩ ବର୍ଷର ଝିଅ ର ଦେହକୁ ହସ୍ପିଟାଲ ନେବା ବଦଳରେ ତା ସହ ଏଭଳି କିଛି କରାଯାଇ ଥିଲା।ଏହି କାହାଣୀ ହେଉଛି ଏକ ୧୩ ବର୍ଷର ଝିଅର। ଆଉ କାହାଣୀ ହେଉଛି ଏକ ୧୮ ବର୍ଷର ଶବ ର। ନାବାଳିକା ଝିଅ ସହ ଏଭଳି ଅମାନୁଷିକ କାଣ୍ଡ କରାଯାଇଥିଲା ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।

ଏହି ୧୩ ବର୍ଷର ଝିଅର ନାମ ହେଉଛି ସଫିଆ।ସଫିଆ ଏକ ଗାଁ ର ଝିଅ ଥିଲା ତାର ବାପା ମାଆ ଦିନ ମଜୁରିଆ ଥିଲେ। ସବୁଦିନ ସେ ଖୁବ୍ ଦୁଃଖ କଷ୍ଟରେ ମଧ୍ୟ ଦିନ କାଟୁ ଥିଲା।ସେ ଦିନ ମଜୁରିଆ ବାପା ମାଆଙ୍କ କେବଳ ଗୋଟେ ହିଁ ଖୁସୀ ଥିଲା। ସେ ଥିଲା ତାଙ୍କର ଝିଅ ସଫିଆ। ତାର ହସ ହସ ମୁହଁ ଦେଖି ବାପା ମାଆ ଙ୍କ ଦୁଃଖ କୁଆଡେ ପଳେଇ ଯାଉଥିଲା। ହେଲେ ତାଙ୍କର ଆର୍ଥିକ ସମସ୍ୟା ପାଇଁ ସେମାନେ ଝିଅକୁ ପାଠ ପଢ଼ାଇ ପାରୁ ନଥିଲେ। ଘରେ ସଫିଆ ରୋଷେଇ ବାସ କରୁଥିଲା।

ଏହାପରେ କେସି ହେଞ୍ଜା ନାମକ ଏକ ବ୍ୟକ୍ତି ସଫିଆ କୁ ଗୋଆ ନେବା ପାଇଁ କହିଥିଲା।ଆଉ ଟଙ୍କା ଦେବ ବୋଲି ମଧ୍ୟ କହିଥିଲା। ଏହାପରେ ବାପା ମାଆ ମଧ୍ୟ ଛାଡ଼ି ଦେଇଥିଲେ ଝିଅ ସଫିଆ ଙ୍କୁ। ଏହାପରେ ଦୁହିଁଙ୍କ ପତ୍ତା ମିଳି ନଥିଲା। ଦୁହେଁ ଏନେଇ ଥାନାରେ ଅଭିଯୋଗ କରିଥିଲେ। ହେଲେ ତାଙ୍କର କୌଣସି ଖବର ମିଳି ନଥିଲା। ହେଲେ ପରେ ଗାଁ ର ଏକ ଜାଗା ରୁ ସଫିଆ ର କଙ୍କାଳ ମିଳିଥିଲା। ଏହାପରେ ତଦନ୍ତ ପରେ ଜଣା ପଡିଥିଲା କି ସଫିଆ ସେଠାରେ ପୋଡ଼ି ଯାଇଥିଲା ତାକୁ ଡାକ୍ତରଖାନା ନନେଇ କେସି ହେଞ୍ଜା ସେଠାରେ ପୋତି ଦେଇଥିଲା।

Leave a Comment