ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିବା ସହ ଏଭଳି ଜଣେ ମହିଳାଙ୍କ ବିଷୟରେ ଜାଣିପାରିବେ ଯାହାଙ୍କୁ ନେଇ ଏବେ ଆସିଛି କିଛି ଖବର । ଏହି ମହିଳା ଜଣକ ନିଜ ସ୍ଵାମୀଙ୍କ ସହିତ କରିଛନ୍ତି ଏଭଳି କାମ ଯାହା ନିନ୍ଦନୀୟ ଅଟେ । ୮ ଦିନ ପରେ ବନ୍ଦ କୋଠରୀରୁ ସ୍ବାମୀଙ୍କୁ ଉଦ୍ଧାର କରିଲା ପୋଲିସ । ଏହି ସ୍ତ୍ରୀ ଜଣକ ନିଜ ବାପଘର ଲୋକଙ୍କ ସହିତ ମିଶି ଏଭଳି କାମ କରିଥିଲା ।ଏହି ସ୍ତ୍ରୀ ଜଣକ ତାର ସ୍ବାମୀଙ୍କୁ ଗୋଟିଏ କୋଠରୀରେ ବନ୍ଦ କରିଥିଲେ ।
ଆଉ ତାଙ୍କୁ ନିସ୍ତୁକ ମାଡ଼ ମାରୁଥିଲା । ଆଉ ମାଡ ମାରି ମାରି ଦିନେ ତାଙ୍କୁ ଜୀବନରୁ ମାରି ଦେଇଥାନ୍ତେ ବୋଲି ଭାବିଥିଲେ । ଏହି ଘଟଣା ବିଷୟରେ ସ୍ଥାନୀୟ ପୋଲିସ ଜାଣିବା ପରେ ସେଠାରେ ପହଞ୍ଚିଥିଲା । ଆଉ ସ୍ବାମୀଙ୍କୁ ସେଠାରୁ ଉଦ୍ଧାର କରିଥିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟର ବିଜେପୁର ସାହିରେ । ଏହି ଗାଁର କସ୍ତାନିନ୍ ପରିଜା ଏବଂ ତାଙ୍କ ପତ୍ନୀ ପ୍ରାଣରଞ୍ଜନୀ ପରିଜାଙ୍କ ମଧ୍ୟରେ ଦୀର୍ଘଦିନ ଧରି ଝଗଡ଼ା ହୋଇଥିଲା ।ବିଭିନ୍ନ ସମୟରେ ପତ୍ନୀ ଜଣକ ତାଙ୍କ ସ୍ବାମୀଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏଭଳି ଅନେକ ଥର ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏବେ ନିକଟରେ ସ୍ତ୍ରୀ ଜଣକ ସ୍ୱାମୀକୁ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାସହ ସ୍ତ୍ରୀ ଜଣକ ତାର ସ୍ୱାମୀକୁ ଖାଇବାକୁ ମଧ୍ୟ ଦେଇନଥିଲା ଆଉ ତାଙ୍କୁ ଗୋଟିଏ ଘରେ ତାଲା ପକାଇ ରଖିଥିଲା ।
ଏହାସହ ସ୍ତ୍ରୀ ଜଣକର ବାପଘରଲୋକେ ମଧ୍ୟ କସ୍ତାନିନଙ୍କୁ ମାଡ଼ ମାରିଥିଲେ । ଏହି ଖବର କସ୍ତାନିନଙ୍କ ଭାଇ ଜାଣି ପାରିଥିଲେ । ଏହାପରେ ସେ ଏହି ବିଷୟରେ ସମସ୍ତଙ୍କୁ କହିଥିଲେ ।କସ୍ତାନିନ୍ ପରିଜାଙ୍କ ବଡଭାଇ ପର୍ଶୁରାମ ପରିଜା ତାଙ୍କ ଭାଇଙ୍କ ବିଷୟରେ ଜାଣିବା ପରେ ସରପଞ୍ଚ ଏବଂ ପୋଲିସକୁ ଏହି ବିଷୟରେ ଖବର ଦେଇଥିଲେ । ଏହି ବିଷୟରେ ଅନେକ ଖବର ଆସିବା ପରେ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପୋଲିସ କସ୍ତାନିନଙ୍କୁ ବନ୍ଦ ଘରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରିଛି । ଏହି ଘଟଣାକୁ ନେଇ ତାଙ୍କ ସ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଏବେ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି ।