ଏମିତି ଏକ ପେଙ୍ଗୁଇନ୍ ଯିଏ ନିଜ ମାଲିକ ପାଇଁ ମାଛ ଆଣିବାକୁ ଚାଲି ଚାଲି ବଜାର ଯାଏ , ୩୦ ବର୍ଷ ପୁରୁଣା ଏହି ଭିଡିଓ ଏବେ ବି ହେଉଛି ଭାଇରଲ

ଆମେ ବଣୁଆ ଜନ୍ତୁକୁ ଗୃହପାଳିତ ପଶୁରେ ପରିଣତ କରିବାକୁ ସମର୍ଥନ କରୁନାହୁଁ, କିନ୍ତୁ 1990 ରେ ଜାପାନର ଜଣେ ମତ୍ସ୍ୟଜୀବୀଙ୍କ ଜାଲ ରୁ ଉଦ୍ଧାର ହେବା ପରେ ଲାଲା ନାମକ ଜଣେ 10 ବର୍ଷ ବୟସ୍କା କିଙ୍ଗ ପେଙ୍ଗୁଇନ୍ ସେବେଠୁ ମଣିଷ ସହ ରହିଯାଇଥିଲା, ଏକ ସ୍ଥାନୀୟ ପରିବାର ତାକୁ ଗ୍ରହଣ କରିବା ପରେ, ସେ ବର୍ତ୍ତମାନ ପେଙ୍ଗୁଇନ୍ ଆକୃତିର ବ୍ୟାକପ୍ୟାକ୍ ପିନ୍ଧି ମାଛ ବଜାରକୁ ନିୟମିତ ଯାତ୍ରା କରନ୍ତି | ଏହା ସବୁ ଅତ୍ୟନ୍ତ ହାସ୍ୟାସ୍ପଦ

ଜାପାନ ର ଏକ ଅଞ୍ଚଳ ରେ ଲାଲା ପେଙ୍ଗୁଇନ ନାମକ ଏକ ପେଙ୍ଗୁଇନ ଅଛି ଯିଏ ନିଜ ମାଲିକ ପାଇଁ ପ୍ରତିଦିନ ବଜାର କୁ ଯାଇ ମାଛ ଆଣିକି ଆସେ, ଯେତେବେଳେ ସେ ଦୋକାନ କୁ ଯାଏ ସେ ଦୋକାନ ଭିତରେ ପଶି ଡାକେ , ତା ଡ଼ାକ ଶୁଣି ଦୋକାନୀ ଆସନ୍ତି ଆଉ ତାକୁ ଗୋଟେ ମାଛ ଦିଅନ୍ତି ଆଉ ବାକି ତା ବ୍ୟାଗ ରେ ରଖିଦିଅନ୍ତି

ଲାଲା ମନ ଖୁସି ରେ ତାହା ଘରକୁ ଆଣି ଆସେ , ପ୍ରକୁତ ରେ ପେଙ୍ଗୁଇନ ମାନେ ବେଶୀ ସମୟ ଖର ରେ ରହିପାରନ୍ତିନି  ତେଣୁ କେବେ କେବେ ତାକୁ ଯଦି ବେଶୀ ଗରମ ଲାଗେ ସେ ଲୋକ ଙ୍କ ଘର କବାଟ ବାଡାଏ ଆଉ ଲୋକେ ତ ଉପରେ ପାଣି ଢାଳି ତାକୁ ଥଣ୍ଡା କରିଦିଅନ୍ତି, ଏମିତି ଭାବେ ଲାଲା ସେପଟ ଅଞ୍ଚଳ ରେ ବହୁତ୍ ଲୋକ ପ୍ରିୟ ହେଇଯାଇଥିଲା

 

ଏମିତି 1990 ରୁ 1998 ଯାଏଁ ଚାଲିଥିଲା ହେଲେ ଅଚାନକ ଲାଲା ର ମୃତ୍ୟୁ ଘଟିଥିଲା ଯେବେ କି ସେ 18 ବର୍ଷ ର ହେଇ ଯାଇଥିଲା, ତା ମୃତ୍ୟୁ ରେ ଆଖପାଖ ସମସ୍ତେ ଦୋକାନୀ, ପଡୋଶୀ ବାକି ଘର ମାଲିକ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ, ଏଇ ଯୋଉ ଭିଡିଓ ଆପଣ ଦେଖିଲେ ତାହା 1990 ପର ର ଦୃଶ୍ୟ ସେତେବେଳେ ଲାଲା ର ଏହି ଭିଡିଓ ଖୁବ୍ ଭାଇରଲ ହେଇଥିଲା

ସତରେ ପଶୁ ଜନ୍ତୁ ଙ୍କୁ ଟିକିଏ ଭଲ ପାଇବା ଦେଲେ ସେମାନେ ମଣିଷ ଭଳି ଆମକୁ ଭଲପାଇବା ଦେବେ ଆଉ ନିସ୍ବାର୍ଥପର ଭାବେ ଆମ ସେବା କରିବେ

Leave a Comment

Your email address will not be published. Required fields are marked *

Scroll to Top