ଦେଶ ଦୁନିଆ

ମିଳିମିଶି ମାରିଦେଲେ ସୌମ୍ୟ ଙ୍କୁ??

ସବୁ ଆରମ୍ଭ ର ଅନ୍ତ ଥାଏ । ହେଲେ ଏମିତି କିଛି ଘଟଣା ରହିଛି ଯାହାର ଅନ୍ତ ହଉଛି ସତ ହେଲେ ପ୍ରକୃତ ଦୋଷୀ ଦଣ୍ଡ ପାଉନାହିଁ ଓ ପରିବାର ମଧ୍ୟ ସେହି ନିଷ୍କର୍ଷ ରେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ । ନା ଆଉ ଅପେକ୍ଷା କରିବାକୁ ଧର୍ଯ୍ୟ ଅଛି ନା ଆଉ ଭରସା । ସୌମ୍ୟ ରଞ୍ଜନ ଙ୍କ ମୁର୍ତ୍ୟୁ ମାମଲା ର ଅନ୍ତ ଘଟିଛି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ଖବର ଦେଖିବା, ହୁଏତ

ଏତେ ସବୁ ଯାଞ୍ଚ ପରେ ଶେଷରେ ଘଟଣା ର ଶେଷ ହେଲା । ଲାଇ ଡ଼ିଟେକ୍ସନ ପରୀକ୍ଷା ମଧ୍ୟ ହେଲା । ହେଲେ ଏହି ପରୀକ୍ଷା ପରେ କ୍ରାଇମ ବ୍ରାଞ୍ଚ ଡ଼ିଏଫଓ ଏବଂ ରୋଷେୟା ଙ୍କୁ ଏହି ସବୁରେ କିଛି ବି ଅନ୍ତଭୁକ୍ତି ନାହିଁ ବୋଲି ସ୍ପଷ୍ଟ କରିଲେ । ତେବେ ଆପଣ ମାନେ ସମସ୍ତେ ତ ପାରଲେଖମୁଣ୍ଡି ଏସ ଏଫ ସୌମ୍ୟ ରଞ୍ଜନ ଙ୍କ ମୁର୍ତ୍ୟୁ ମାମଲା ଜାଣିଥିବେ । ସେ ନିଆଁ ରେ ପୋଡି ହେଇ ମୁର୍ତ୍ୟୁ ବରଣ କରିଥିଲେ ।

ତେବେ ସୌମ୍ୟ ଙ୍କ ପରିବାର ଏହି ଘଟଣା କୁ ହତ୍ୟା ବୋଲି କହିଥିଲେ ଓ ସେ ଡ଼ି ଏଫ ଓ,ରୋଷେୟା ଏବଂ ଵିଦ୍ୟା ଙ୍କ ଉପରେ ଆରୋପ ଲଗେଇଥିଲେ । ବହୁତ ତଦନ୍ତ ବି ଚାଲିଥିଲା ହେଲେ ଶେଷରେ ଏହି ଘଟଣା କୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରାଯାଇଛି । ତେବେ ଡ଼ି ଏଫ ଓ ଏବଂ ରୋଷେୟା କୁ ଏହି ଘଟଣା ରୁ କ୍ଲିନ ଚିଟ ଦିଆ ଯାଇଛି । ତେବେ ବିଦ୍ୟା ସେହି ଘଟଣା ସ୍ଥଳ ରେ ଥିଲେ ଓ ସେ ନିଆଁ ଲିଭାଇବାକୁ ପ୍ରୟାସ କରିନଥିବା ରୁ ତାଙ୍କୁ ତଦନ୍ତ ପାଇଁ ରଖା ଯାଇଥିଲା ।

ତେବେ ଏହି ଘଟଣା କୁ ଆତ୍ମହତ୍ୟା ରୂପ ଦିଆଯାଇଥିବାରୁ ସୌମ୍ୟ ଙ୍କ ପରିବାର ଅସନ୍ତୁଷ୍ଟି ପ୍ରକାଶ କରିଛନ୍ତି । କ୍ରାଇମ ବ୍ରାଞ୍ଚ କୁ ଅଧିକା ତଥ୍ୟ ପାଇଥିଲେ ମଧ୍ୟ ସେ ସରକାର ଙ୍କ ଚାପ ରେ ସବୁ କିଛି ନଷ୍ଟ କରିବା ସହ ଠିକସେ ନିଷ୍ପତି ନିଆ ଯାଉନି ବୋଲି ପରିବାର କହୁଛନ୍ତି ଏବଂ ଏହି ଘଟଣା କୁ ସିବିଆଇ ତଦନ୍ତ କରାଯାଉ ବୋଲି ପରିବାର କହିଛନ୍ତି ।

ସେମୁଖ୍ୟମନ୍ତ୍ରୀ ଙ୍କ ସାହଯ୍ୟ ଲୋଡିଛନ୍ତି । ସେ ଏହି ମାମଲା କୁ ପୁନ ତଦନ୍ତ କରାଯାଉ ବୋଲି କହିଛନ୍ତି । ତେବେ ଯଦି ଏହା ଆତ୍ମହତ୍ୟା ଥିଲା ତେବେ ଏତେ ଦିନ ର ତଦନ୍ତ କାହିଁକି ହେଉଥିଲା ବୋଲି କେତେ ଙ୍କ ମନରେ ପ୍ରଶ୍ନ ଉଠୁଛି । ଟେଭେ ଆଗକୁ ଏହାର କଣ ପଦକ୍ଷେପ ନିଆଯିବ ଆଗକୁ ଜଣା ଯିବ ।

Leave a Reply

Your email address will not be published. Required fields are marked *